ଜିଲ୍ଲା କଂଗ୍ରେସର ନିର୍ବାଚନ ଯୁଦ୍ଧ କକ୍ଷ ଉନ୍ମୋଚିତ !

ଢେଙ୍କାନାଳ : ଚଳିତ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପରିଚାଳନା ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ ଗାନ୍ଧୀ ମନ୍ଦିରରେଦଳର ଯୁଦ୍ଧ କକ୍ଷ “ୱାର୍ ରୁମ୍‌ ” ସଭାପତି ସୁନିଲ୍ ଦାଶଙ୍କ କର କମଳରେ ଉନ୍ମୋଚିତ ହୋଇଛି । ଏହି କାର୍ଯ୍ୟକ୍ରମରେ ପିସିସି ତରଫରୁ ନିଯୁକ୍ତନିର୍ବାଚନ ପର୍ଯ୍ୟବେକ୍ଷକ ବାଙ୍କନିଧି ବେହେରା ଯୋଗଦେଇ ପ୍ରାର୍ଥୀ ଏବଂ ଉପସ୍ଥିତ କଂଗ୍ରେସ ସଦସ୍ୟ ମାନଙ୍କୁ ସଂଗଠିତ ଭାବରେ ପ୍ରଚାର କାର୍ଯ୍ୟକୁବ୍ୟାପକ କରିବାକୁ ପରାମର୍ଶ ଦେଇଥିଲେ । ଲୋକସଭା ପ୍ରାର୍ଥୀନୀ ସସ୍ମିତା ବେହେରା ସମସ୍ତ ସଦସ୍ୟଙ୍କୁ କଂଗ୍ରେସର ଗ୍ୟାରେଂଟି ଥିବା ଇସ୍ତାହାରକୁଘରେ ଘରେ ପହଁଚାଇବା ସହିତ ରାସ୍ତାକଡ଼ରେ ଛୋଟ ଛୋଟ ସଭା କରି ଶାସନରେ ଥିବା ବିଜେପି ଓ ବିଜେଡ଼ି ସରକାରଙ୍କର ଦୁର୍ନୀତି, ଭ୍ରଷ୍ଟାଚାରଏବଂ ଅପାରଗତା ସମ୍ପର୍କରେ ଆଲୋଚନା କରି୍ୱା ସହିତ ମୋଦି ସରକାର କିପରି ଭାରତର ସମ୍ବିଧାନକୁ ବଦଳାଇ ଦେବା ନିମନ୍ତେ କୁଟିଳ ଚକ୍ରାନ୍ତକରିଛି ଏବଂ ଯାହା ଘଟିଲେ ସମ୍ବିଧାନ ନାଗରିକ ମାନଙ୍କୁ ପ୍ରଦାନ କରିଥିବା ମୌଳିକ ଅଧିକାରକୁ ଲୋପ କରିଦେବା ସହିତ; ଆଦିବାସୀ , ଦଳିତ,ପଛୁଆ ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ସଂରକ୍ଷଣ ବ୍ୟବସ୍ଥାକୁ ବନ୍ଦ କରିବାର ମସୁଧା ରଖିଛି ସେ ବିଷୟରେ ଭୋଟର ମାନଙ୍କୁ ସଚେତନ କରାଇବା ନିମନ୍ତେଅନୁରୋଧ କରିଛନ୍ତି । ଦେଶର ଏଭଳି ଘଡିସନ୍ଧି ମୂହୁର୍ତରେ ଦେଶର ନାଗରିକ ନିଜର ସାମ୍ବିଧାନିକ ଅଧିକାରକୁ ରକ୍ଷା କରି୍ୱା ନିମନ୍ତେ କଂଗ୍ରେସଦଳକୁ ବିପୁଳ ଭୋଟ ଦେଇ ଦିଲ୍ଲୀରେ ସରକାର ଗଠନ କରିବାରେ ସହାୟକ ହୁଅନ୍ତୁ ବୋଲି ଆହ୍ୱାନ ଦେଇଛନ୍ତି । ଗଣମାଧ୍ୟମ ଏବଂ ଯୋଗାଯୋଗବିଭାଗ ଅଧ୍ୟକ୍ଷ ଡାକ୍ତର ତୁଷାର କାନ୍ତି ନାୟକ ଏଆଇସିସି ତରଫରୁ ଘୋଷିତ ଷ୍ଟାର୍ ପ୍ରଚାରକ ମାନେ ଢେଙ୍କାନାଳ – ଅନୁଗୋଳ ଗସ୍ତକରି ଲୋକସଭାପ୍ରାର୍ଥୀନୀ ଏବଂ ବିଧାନସଭା ପ୍ରାର୍ଥୀଗଣଙ୍କ ସହିତ ପ୍ରଚାର କାର୍ଯ୍ୟକୁ ଅଧିକ କ୍ରିୟାଶୀଳ ଏବଂ ପ୍ରଭାବଶାଳୀ କରିବା ନିମନ୍ତେ ପିସିସି ପର୍ଯ୍ୟବେକ୍ଷକଙ୍କୁଆବଶ୍ୟକ ପ୍ରଚେଷ୍ଟା କରିବା ନିମନ୍ତେ ଅନୁରୋଧ କରିଥିଲେ । ଏହା ବ୍ୟତୀତ ଓଡ଼ିଆ ଖବର କାଗଜରେ କଂଗ୍ରେସର କେନ୍ଦ୍ରିୟ ଏବଂ ରାଜ୍ୟ ଉଭୟଗ୍ୟାରେଂଟିକୁ ନେଇ ଦୃଷ୍ଟି ଆକର୍ଷଣକାରୀ ଅଧିକରୁ ଅଧିକ ବିଜ୍ଞାପନ ଦେବା ନିମନ୍ତେ ପିସିସି କୁ ଅନୁରୋଧ କରିଛନ୍ତି । ଆଜିର କାର୍ଯ୍ୟକ୍ରମରେକାମାକ୍ଷାନଗର ବିଧାନସଭା ପ୍ରାର୍ଥୀ ବିପ୍ରବର ସାହୁ, ହିନ୍ଦୋଳ ବିଧାନସଭା ପ୍ରାର୍ଥୀ ଗୋବର୍ଦ୍ଧନ ନାଏକ, ବରିଷ୍ଠ ନେତା ରବି ମହାନ୍ତି, ଶିଳ୍ପୀଶ୍ରୀହରିଚନ୍ଦନ, ସ୍ମୀତାରାଣୀ ସାମଲ, ନିର୍ମଳ ମିଶ୍ର, ବେଣୁଧର ସାହୁ, ରୁଦ୍ର ପ୍ରକାଶ ଶରଣ, ନିଶାକର ସାହୁ,ଡମ୍ବରୁଧର ସେଠୀ, ପ୍ରଭୁଦତ ଭଟ୍ଟ,ମହମ୍ମଦ ସମୀର, ହୃୟୟାନନ୍ଦ ମହାନ୍ତି, ଅଜିତାନନ୍ଦ ବିହାରୀ, ଫକୀର ବେହେରା, ଜିତେନ୍ଦ୍ର ସାହୁ, ବିଜୟ ସ୍ୱାଇଁ, ଅଜେନ୍ଦ୍ର ସାମଲ, ରୁମେନାବେଗମ୍‌, ଇଣ୍ଡିଆ ଗଠବନ୍ଧନର ସହଯୋଗୀ ଦଳ ନେତା ସରୋଜ ସତପଥି ପ୍ରମୁଖ ଯୋଗଦାନ କରିଥିଲେ । ପୂର୍ବତନ ଆପ୍ ନେତା ନୁରୁଲ୍‌ଇସଲାମ, ବାଲିପଡା ଗ୍ରାମର ସମୀର ବେହେରା ଆଜି କଂଗ୍ରେସରେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

seventeen + five =