ଜିଲ୍ଲା ବ୍ୟାଡ୍‌ମିଂଟନ ସଂଘ, ଢେଙ୍କାନାଳ ତରଫରୁ ମାଗଣା ସ୍ୱାସ୍ଥ୍ୟ ଶିବିର ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ସହରସ୍ଥିତ ନୂଆପୋଖରୀ ନିକଟରେ ଥିବା ସ୍ପୋର୍ଟ୍ସ କଂପ୍ଲେକ୍ସ ଇଣ୍ଡୋର ହଲ୍ ଠାରେ ଏକ ମାଗଣା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ହୋଇଯାଇଛି । ଏଥିରେ କିମ୍‌ସ ମେଡିକାଲ୍‌ର ଶିଶୁ ବିଭାଗର ଡାକ୍ତର ଡା. ଅରୁଣ କୁମାର ଦାସ୍‌ଙ୍କର ସହଯୋଗରେ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ କୁନି ଖେଳାଳୀମାନଙ୍କର ସ୍ୱାସ୍ଥ୍ୟ ପରୀକ୍ଷଣ କରାଯାଇଥିଲା । ଏହି ଶିବିର ଲାଇଫ୍ ଲାଇନ୍ ମେଡିସିନ୍ ଷ୍ଟୋର୍‌ର ସାହାଯ୍ୟରେ ମାଗଣା ଔଷଧ ବଂଟନ ସହ ସୂଚାରୂରୁପେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ବ୍ୟାଡମିଂଟନ ସଂଘର ସଭାପତି ଦୀପକ କୁମାର ଦଲେଇ, ସଂପାଦକ ଟଙ୍କଧର ବେହେରା, କାର୍ଯ୍ୟକାରୀ ସଭାପତି ଅମିତ୍ ରଞ୍ଜନ ଶତପଥୀ ଏବଂ କୋଷାଧ୍ୟକ୍ଷ ରଶ୍ମି ପ୍ରକାଶ ପଟ୍ଟନାୟକଙ୍କ ସମେତ ସହକର୍ମୀ ରୂପେ ଅନିଲ୍ କୁମାର ସାହୁ, ସୁଶାନ୍ତ କୁମାର ସାହୁ, ଶାରଦା ପ୍ରସନ୍ନ ହୋତା, ଧର୍ମେନ୍ଦ୍ର ମହାପାତ୍ର, ଅସୀମ୍ ଦାସ୍‌, ସୁଭ୍ରାଂଶୁ ଦଳେଇ ମାନଭଞ୍ଜନ ବିଶ୍ୱାଳ, ପ୍ରଦୀପ୍ ମିଶ୍ର, ଉଦୟଭାନୂ ସିଂହ, ମୁକେଶ ସିଂହ, ବିଶ୍ୱଜିତ୍ ସାହୁ, ପ୍ରିୟବ୍ରତ ପ୍ରଧାନ, ମାନସ ମଲ୍ଲିକ୍‌, ପ୍ରମୋଦ ସିଂହ ଏବଂ ତାରିଣୀ ପ୍ରସାଦ ମାଝୀ ପ୍ରମୁଖ ଶିବିରକୁ ସୂଚାରୁରୂପେ ସଂପାଦିତ କରିଥିଲେ ।

Leave A Reply

Your email address will not be published.

two × 5 =