ଶ୍ରୀ ଗୁଣ୍ଡିଚା ଭଜନ ସମାରୋହର ରୌପ୍ୟ ଜୟନ୍ତୀ ଉପଲକ୍ଷେ ପ୍ରଥମ ପ୍ରସ୍ତୁତି ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ବାଜିଚୌକ ଠାରେ ଶ୍ରୀଗୁଣ୍ଡିଚା ଭଜନ ସମାରୋହ ଚଳିତ ବର୍ଷ ୨୫ ବର୍ଷରେ ପହଁଚିଛି । ଏହିଉପଲକ୍ଷେ କମିଟି ତରଫରୁ ପ୍ରଥମ ପ୍ରସ୍ତୁତି ବୈଠକ ଅଦ୍ୟ ଅକ୍ଷୟ ପବିତ୍ର ତୃତୀୟା ଦିବସ ଅପରାହ୍ନ ୫ ଘଟିକାରେ ଭାଗିରଥୀ ସାଗରସ୍ଥିତମା\’ସିଦ୍ଧ ବାସେଳୀ ପୀଠ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏହି ଅବସରରେ କମିଟିର ସଭାପତି ରୁଦ୍ରାନ୍ତ କୁମାର ଦଳେଇ ସମସ୍ତସଭ୍ୟମାନଙ୍କୁ ସ୍ୱାଗତ କରିବା ସହିତ ୧୯୯୯ ମସିହା ଠାରୁ ଆରମ୍ଭ ହୋଇଥିବା ଏହି ଭଜନ ସମାରୋହ ଚଳିତ ବର୍ଷ କିପରି ମହାଆଡମ୍ବରପୂର୍ଣ୍ଣଓ ଶାନ୍ତି ଶୃଙ୍ଖଳାର ସହିତ ରୌପ୍ୟ ଜୟନ୍ତୀ ପାଳନ କରାଯିବା ସେ ବିଷୟରେ ଅବଗତ କରାଇଥିଲେ । ଏଥିରେ ଓଲିଉଡ୍ କଳାକାର ସହିତବଲିଉଡ୍ କଳାକାର ତଥା ସ୍ଥାନୀୟ କଳାକରଙ୍କୁ ନେଇ ଭବ୍ୟ କାର୍ଯ୍ୟକ୍ରମ ହେବ ଏବଂ ୨୫ବର୍ଷର ସ୍ମରଣିକା ଉନ୍ମୋଚନ କରାଯିବ ବୋଲିସ୍ଥିର କରାଯାଇଥିଲା । କମିଟିର ଉପଦେଷ୍ଟା ସଂଗ୍ରାମ କିଶୋର ପାଣି ଏହି ୨୫ବର୍ଷର ଇତିହାସ ସଂପର୍କରେ କମିଟିକୁ ଅବଗତ କରାଇଥିଲେଓ ସଂପାଦକ ସାଗିର୍ ମହମ୍ମଦ ଜଗନ୍ନାଥ ତତ୍ୱ ଓ ସଂସ୍କୃତି କିପରି ବଜାୟ ରହିବ ମତପ୍ରକାଶ କରିଥିଲେ । ଏହି ବୈଠକରେ କମିଟିର ବରିଷ୍ଠଉପଦେଷ୍ଟା ଗଗନ ନନ୍ଦ, ଆବାହକ ସତ୍ୟନାରାୟଣ କର, ଉପସଭାପତି ସ୍ୱରୂପାନନ୍ଦ ଦାସ, ଉପଦେଷ୍ଟା ଆଇନ୍‌ଜୀବୀ ଗୋପାଳ ଚନ୍ଦ୍ରପାତ୍ର, କୈଳାସ ଚନ୍ଦ୍ର ସେଠୀ, ବଂଶୀଧର ସେଠୀ, ସନ୍ତୋଷ ଦଳେଇ, ବଳରାମ ଭାଟ୍ଟ, ଆଲୋକ ରଥ, ଶିଲୁ ପଟ୍ଟନାୟକ, ଅମିତ୍ ସାହୁ,ନରେନ୍ଦ୍ର ବେହେରା, ଦିବ୍ୟସିଂହ ରାଉଳ, ପ୍ରଶାନ୍ତ ଜେନା, ନଜୁ ମହମ୍ମଦ, ଅକ୍‌ତାର ମହମ୍ମଦ, ରାଜୁନ୍ ଖାନ୍‌, ଧନି ବେହେରା, ପ୍ରଭାତସେଠୀଙ୍କ ସମେତ ବହୁ କର୍ମକର୍ତା ଉପସ୍ଥିତ ଥିଲେ । ସଭା ଶେଷରେ ବରିଷ୍ଠ ସଭ୍ୟ ଚିତରଞ୍ଜନ ସାହୁ ଧନ୍ୟବାଦ ଦେଇ ସଭା ସାଙ୍ଗକରିଥିଲେ ।

Leave A Reply

Your email address will not be published.

fourteen − four =