ଭୁବନ ରେ କାର୍ତ୍ତିକ ପାଣ୍ଡିଆନ୍ ଙ୍କ ଜୋରଦାର ନିର୍ବାଚନ ପ୍ରଚାର !

ଢ଼େଙ୍କାନାଳ : ବିରୋଧୀ ଦଳ ନେତା ମିଛ କହୁଛନ୍ତି, କେନ୍ଦ୍ର ମନ୍ତ୍ରୀ ମାନେ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି। ଡବଲ ଇଞ୍ଜିନ ସରକାର ହେଲେ ଓଡ଼ିଶା କୁ ୧ ନମ୍ୱର୍ ରାଜ୍ୟ କରିବୁ ବୋଲି କହୁଛନ୍ତି । ଏହା ସେମାନଙ୍କ ଦିବା ସ୍ବପ୍ନ ବୋଲି ବିଜୁ ଜନତା ଦଳ ର ବରିଷ୍ଠ ନେତା କାର୍ତ୍ତିକ ପାଣ୍ଡିଆନ ଆଜି କାମାକ୍ଷାନଗର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଭୁବନ ଠାରେ ବିଶାଳ ଜନସଭାରେ କହିଛନ୍ତି । ଭୁବନ ଏନ୍ ଏ ସି ଅନ୍ତର୍ଗତ ବାଟ ତାରିଣୀ ନିକଟସ୍ଥ ପଡିଆ ରେ ଆୟୋଜିତ ସମାବେଶ କୁ ସମ୍ବୋଧିତ କରି ବରିଷ୍ଠ ନେତା ଶ୍ରୀ ପାଣ୍ଡିଆନ୍ ଭାଷଣ ଆରମ୍ଭ ରୁ ବିଜେପି ଉପରେ ତୀବ୍ର ଆକ୍ରମଣ କରିଥିଲେ । କେବଳ ନିର୍ବାଚନ ସମୟରେ କେନ୍ଦ୍ର ନେତାଙ୍କ ର ଓଡ଼ିଶା କଥା ମନେ ପଡେ, ତା ପରେ ସେମାନେ ସବୁ ଭୁଲି ଯାଆନ୍ତି। ନବୀନ ପଟ୍ଟନାୟକ ଙ୍କ ମାଗଣା ବିଜୁଳି ଯୋଜନା ସେମାନଙ୍କୁ କରେଣ୍ଟ ଲାଗି ଯାଇଛି । ଜୁନ ୯ ତାରିଖ ଦିନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବା ପରେ ସେହିଦିନ ସନ୍ଧ୍ୟାରେ ପ୍ରଥମ ଦସ୍ତଖତ କରି ଆପଣଙ୍କ ବିଜୁଳି ବିଲ୍ କୁ ଛାଡ କରିବେ । ଜୁଲାଇ ମାସରୁ ଆଉ ଆପଣଙ୍କୁ ବିଜୁଳି ବିଲ୍ ଦେବାକୁ ପଡ଼ିବ ନାହିଁ ବୋଲି କହିଥିଲେ । ମିଶନ ଶକ୍ତି,ବି ଏସ କେ ୱାଇ,ମମତା,ଲକ୍ଷ୍ମୀ ବସ,ନୂଆ ଓ ସ୍କଲାରସିପ,କାଳିଆ,ମଧୁବାବୁ ପେନସନ,୫- ଟି ସ୍କୁଲ ଘର ସମ୍ପର୍କରେ ବର୍ଣ୍ଣନା କରିଥିଲେ। ପ୍ରଧାନ ମନ୍ତ୍ରୀ ଙ୍କ ପ୍ରତିଶ୍ରୁତି କୁ ପ୍ରସଙ୍ଗ କରି ଶ୍ରୀ ପାଣ୍ଡିଆନ କହିଲେ ଯେ ,ଧାନ ର ସର୍ବନିମ୍ନ ସହାୟକ ମୂଲ୍ୟ ୩୧୦୦ ଟଙ୍କା କରିବେ ବୋଲି କହୁଛନ୍ତି, ୧୦ ବର୍ଷ କାଳ କ୍ଷମତାରେ ଥିବା ବେଳେ ଚାଷୀ ଙ୍କ କଥା ଭାବିଲେ ନାହିଁ । ଏବେ ନିର୍ବାଚନ ଅଛି ବୋଲି ମିଥ୍ୟା ଭାଷଣ ଦେଉଛନ୍ତି । ଓଡ଼ିଶା ଠାରୁ ଗୁଜୁରାଟ ବହୁ କ୍ଷେତ୍ରରେ ପଛରେ ,ଗୁଜୁରାଟ ରେ ତ କ୍ଷମତାରେ ଥିଲ, ୧ ନମ୍ୱର୍ କରି ପାରିଲ କି ? ବୋଲି ପ୍ରଶ୍ନ କରିଥିଲେ । ପ୍ରଧାନ ମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀ ମାନେ ଦିନରେ ଲଣ୍ଠନ ଦେଖାଉଛନ୍ତି,କେବଳ ବିଜେପି ନେତା ଓ କର୍ମୀ ଙ୍କୁ ବୁଷ୍ଟର ଡୋଜ ଦେବାକୁ ବାରମ୍ବାର ଓଡ଼ିଶା ଆସୁଛନ୍ତି ବୋଲି କହିଥିଲେ । କେନ୍ଦ୍ର ମନ୍ତ୍ରୀ ନିଜ ଜନ୍ମ ମାଟିରେ ଗୋଟିଏ କେନ୍ଦ୍ରୀୟ ବିଦ୍ୟାଳୟ କିମ୍ବା ଦକ୍ଷତା ବିକାଶ କେନ୍ଦ୍ର କରିପାରି ନାହାନ୍ତି। ୧୦ ବର୍ଷ ମଧ୍ୟରେ ୫୫ ନମ୍ବର ଜାତୀୟ ରାଜପଥ ମଧ୍ୟ ଶେଷ ହୋଇ ପାରିଲା ନାହିଁ । ଜନ୍ମ ମାଟି ପାଇଁ କିଛି କରି ନଥିବାରୁ ଜନ୍ମ ମାଟି ରୁ ନିର୍ବାଚନ ଲଢ଼ିବାକୁ କେନ୍ଦ୍ର ମନ୍ତ୍ରୀ ସାହସ କରି ପାରିଲେ ନାହିଁ । ପ୍ରଧାନ ମନ୍ତ୍ରୀ ଙ୍କ କାନ୍ଧରେ ଛିଡ଼ା ହୋଇ ସମ୍ବଲପୁର ରେ ବିଜୟୀ ହେବାକୁ ସ୍ବପ୍ନ ଦେଖୁଛନ୍ତି । ପ୍ରତ୍ୟେକ ଧର୍ମାନୁଷ୍ଠାନ ଓ ଶିକ୍ଷାନୁଷ୍ଠାନ ନବୀନ ଙ୍କ ରୂପାନ୍ତରଣ ର ସ୍ପର୍ଶରେ ନବ କଳେବର ରୂପ ଧାରଣ କରିଛି,ବିରୋଧୀ ଦଳ ଏହାକୁ ସହ୍ୟ କରି ପାରୁ ନାହାଁନ୍ତି ।ନବୀନ ପଟ୍ଟନାୟକ ଆସନ୍ତା ଜୁନ ୯ ତାରିଖ ଦିନ ଷଷ୍ଠ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ,ଆଉ ଆପଣ ମାନେ ଭୁବନେଶ୍ୱର ଯିବାକୁ ନିମନ୍ତ୍ରଣ ରହିଲା ବୋଲି କହିବ ସହ ବିଜେଡି ପ୍ରାର୍ଥୀ ଙ୍କୁ ରେକର୍ଡ ମାର୍ଜିଁନ ରେ ଜିତିବାକୁ ଶ୍ରୀ ପାଣ୍ଡି ଆନ ଉପସ୍ଥିତ ପ୍ରାୟ ୧୦ ହଜାର ରୁ ଉର୍ଦ୍ଧ୍ବ ମହିଳା,ପୁରୁଷ ଙ୍କୁ ହାତଯୋଡି ନିବେଦନ କରିଥିଲେ । କାମାକ୍ଷା ନଗର ବିଧାୟକ ପ୍ରାର୍ଥୀ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମଧ୍ୟ ବିଜେପି କୁ କଡ଼ା ସମାଲୋଚନା କରି କହି ଯେ,ଯେଉଁ ୪୦୦ ପାର୍ ସ୍ଲୋଗାନ ଦିଆଯାଉଛି ତାହା କେବଳ ସମ୍ବିଧାନ ବଦଳାଇବା ସହ ଗଣତନ୍ତ୍ର କୁ ଧ୍ଵଂସ କରିବା ପାଇଁ ଉଦ୍ଦିଷ୍ଟ । ବିଜେପି ର ଏହି ସ୍ବପ୍ନ କେବେବି ପୁରଣ ହେବନି ବୋଲି ମତବ୍ୟକ୍ତ କରିଥିଲେ। ସାଂସଦ ପ୍ରାର୍ଥୀ ଡ଼ଃ ଅବିନାଶ ସାମଲ ମହିଳା ଓ ଯୁବ ଗୋଷ୍ଠୀ ପାଇଁ ନବୀନ ବାବୁ ସମର୍ପିତ ବୋଲି କହି ଯୁବକ ମାନଙ୍କ ପାଇଁ ୧ ଲକ୍ଷ କୋଟି ଟଙ୍କାର ବଜେଟ୍,୨ ଲକ୍ଷ ଯୁବକ ଙ୍କୁ ନିଯୁକ୍ତି ଦିଆଯିବ ବୋଲି ଇସ୍ତାହାର ପ୍ରକାଶ ପାଇଛି ଏବଂ ମହିଳା ମାନଙ୍କୁ ବିନା ସୁଧରେ ୧୦ ଲକ୍ଷ ଟଙ୍କା ଋଣ,୪୦ ହଜାର ମହିଳା ଙ୍କୁ ସ୍କୁଟି ଦିଆ ଯାଇଛି ବୋଲି ମତବ୍ୟକ୍ତ କରିଥିଲେ। ସମ୍ବିଧାନ ବଞ୍ଚାଇବା, ଯୁବକ,ମହିଳା ଙ୍କ ଆର୍ଥିକ ସ୍ଥିତିରେ ସୁଧାର ଆଣିବା,ରୋଜଗାର ,ନିଯୁକ୍ତି ଏବଂ ବିକଶିତ ଓଡ଼ିଶା ପାଇଁ ଡବଲ ଶଙ୍ଖ ଚିହ୍ନ ରେ ଭୋଟ ଦେବାକୁ ନିବେଦନ କରିଥିଲେ । ଏହି କାର୍ଯ୍ୟକ୍ରମରେ ନଗରପାଳ ଶୁଭେନ୍ଦୁ କୁମାର ସାହୁ,ଏନ୍ ଏ ସି ବିଜେଡି ସଭାପତି ନରେନ୍ଦ୍ର କୁମାର ସାହୁ,ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ,ବ୍ଲକ ବିଜେଡି ସଭାପତି ରମେଶ ଚନ୍ଦ୍ର ସାହୁ ଙ୍କ ସମେତ ସମସ୍ତ ନିର୍ବାଚିତ ପ୍ରତିନିଧି ଏବଂ ଛାମୁଆ କର୍ମୀ ମାନେ ଯୋଗଦେଇଥିଲେ ।

Leave A Reply

Your email address will not be published.

three × 5 =