ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍‌ସ ଗ୍ରୁପ୍ ପକ୍ଷରୁ ମାତୃ ଦିବସ ପାଳିତ !

ଢେଙ୍କାନାଳ : “ମାଆ ଚୀର ପୂଜନୀୟା, ଚୀର ବନ୍ଦନୀୟା, ସେବା, ତ୍ୟାଗ ଓ ନିଃସର୍ତ ଭଲ ପାଇବାର ମୂର୍ତୀମନ୍ତପ୍ରତୀକ । ସେ ସ୍ନେହମୟୀ, ଦୟାମୟୀ ଓ କରୁଣାମୟୀ । ‘ ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିବାକୁ, ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍‌ରାପିଡ୍ ରେସ୍‌ପନ୍ସ ଗ୍ରୁପ୍ ପକ୍ଷରୁ ଗତ ଅପରାହ୍ନରେ ଗୋବିନ୍ଦପୁରସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନ ଦ୍ୱାରା ପରିଚାଳିତ ବରିଷ୍ଠ ନାଗରିକଗୃହ ଠାରେ ବିଶ୍ୱ ମାତୃ ଦିବସ ପାଳିତ ହୋଇଯାଇଛି । ଏ ଅବସରରେ ନିଜ ସନ୍ତାନମାନଙ୍କ ଦ୍ୱାରା ଅବହେଳିତ ଓ ନିର୍ଯ୍ୟାତିତା ହୋଇ ଆଶ୍ରମରେ ରହୁଥିବା ମାଆମାନଙ୍କୁ ସାନ୍ତ୍ୱନା ଦେବା ପାଇଁ, “ମାତୃ ପିତ୍ର ପୂଜନ” କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ରେଡ୍‌କ୍ରସ୍ ରାପିଡରେସ୍ପନ୍ସ ସଦସ୍ୟମାନେ, ଅନ୍ତେବାସୀ ମାତୃ-ପିତୃମାନଙ୍କୁ ଜଣ ଜଣ କରି ଶ୍ରଦ୍ଧା, ଭକ୍ତି ଓ ସମ୍ମାନ ସହକାରେ ସୁବାସିତ ଜଳରେ ପାଦଧୌତକରିବା ସହ ଫୁଲ, ଚନ୍ଦନ, ଅକ୍ଷତ ଦେଇ ବନ୍ଦାପନା କରିଥିଲେ । ପୁଷ୍ପଗୁଚ୍ଛ ଓ ଅଙ୍ଗବସ୍ତ୍ର ପ୍ରଦାନ ପୂର୍ବକ ସମସ୍ତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଥିଲାା ଏହି ସମୟରେ ହରିବୋଲ, ହୁଳହୁଳି ଓ ଶଙ୍ଖ ଧ୍ୱନୀ ମଧ୍ୟରେ ଏକ ଅନ୍ତରଙ୍ଗ ଭାବାବେଗ ସୃଷ୍ଟି ହୋଇଥିଲା । ଭାବବିହ୍ୱଳ ହୋଇ ଉପସ୍ଥିତସଦସ୍ୟ ଓ ମାତୃପିତୃମାନେ ପରସ୍ପରକୁ ଆଲିଙ୍ଗନ କରିଥିଲେ । ଜିଲ୍ଲା ରେଡ୍‌କ୍ରସ୍ ଶାଖା ଉପସଭାପତି ବିରଂଚି ନାରାୟଣ ପାଣି, ଅନ୍ତେବାସୀମାଆ ମାନଙ୍କର ସୁସ୍ଥ, ଦୀର୍ଘ ଓ ନିରାମୟ ଜୀବନ କାମନା କରିଥିଲେ । ପାର୍ଟନ ସଦସ୍ୟ ରୋଟାରିଆନ୍ ରାଜ କିଶୋର ବେହେରା,”ଆମେ ଆପଣ ମାନଙ୍କର ସନ୍ତାନ, ଏ ଆଶ୍ରମବାସୀ ଆପଣଙ୍କ ପରିବାର ସଦସ୍ୟ । ତେଣୁ ଅତୀତକୁ ଭୁଲି, ଈଶ୍ୱରଙ୍କ ଠାରେ ଲୟ ରଖିହସଖୁସି ଓ ଆନନ୍ଦରେ ସମୟ ଅତିବାହିତ କରିବାକୁ ସାନ୍ତ୍ୱନା ଦେଇଥିଲେ । ସୁଶ୍ରୀ କାଦମ୍ବରୀ ମହାକୁଡ, ମାଆର ସହନୀୟତା ସଂପର୍କୀତକବିତା ଆବୃତି କରି ଅନ୍ତେବାସୀମାନଙ୍କର ମନୋବଳ ବଢାଇଥିଲେ । କାର୍ଯ୍ୟକ୍ରମ ସଂଯୋଜିକା ରଶ୍ମିତା ରଥ ଓ କବିତା ବେହେରା, ଅନ୍ତେବାସୀମାନଙ୍କୁ ଭଜନ କୀର୍ତନ ଓ ନାଚଗୀତରେ ସମୟ ଅତିବାହିତ କରିବାକୁ ଅନୁରୋଧ କରିଥିଲେ । ସଭ୍ୟ ଚିନ୍ମୟ ଜେନା,ରାମେଶ୍ୱର ମାଇତି, ନିହାର ମହାନ୍ତି, ଶିବ ପ୍ରସାଦ ପଣ୍ଡା ଓ ସ୍ୱପ୍ନା ଜେମ୍‌ସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ସଂଧ୍ୟାରେ ଜିଲ୍ଲାରେଡ୍‌କ୍ରସ୍ ରାପିଡ ରେସ୍‌ପନ୍‌ସ ଗ୍ରୁପ୍ ସଦସ୍ୟମାନେ, ଢେଙ୍କାନାଳ ମହୁଲପାଳସ୍ଥିତ ବିଶ୍ୱକୁନ୍ତଳ ଶିଶୁ ଗୃହର ମୁଖ୍ୟ ପରିଚାଳିକା ତଥା”ଈଶୋ” ଅନୁଷ୍ଠାନର ସଂପାଦିକା ସୁଶ୍ରୀ ପୁଷ୍ପାଞ୍ଜଳୀ ଜେନାଙ୍କୁ “ଯଶୋଦା ସମ୍ମାନ” ପ୍ରଦାନ ପୂର୍ବକ ଚରଣ ବନ୍ଦନା ସହ ଅଙ୍ଗବସ୍ତ୍ରଦେଇ ସମ୍ବର୍ଦ୍ଧିତ କରିଥିଲେ । ସମାଜସେବା ପାଇଁ ନିଜକୁ ଉତ୍ସର୍ଗ କରିଥିବା ସୁଶ୍ରୀ ଶୈଳବାଳା ମିଶ୍ର ଓ ସୁଶ୍ରୀ ପୁଷ୍ପାଞ୍ଜଳି ଜେନା, ମାତୃଦିବସଅବସରରେ କେକ୍ କାଟି ଅନ୍ତେବାସୀମାନଙ୍କ ମଧ୍ୟରେ ବଂଟନ କରିଥିଲେ । ଆଶ୍ରମର ସମସ୍ତ ଶିକ୍ଷାଦାତ୍ରୀ ଓ ସହଯୋଗୀ ମାଆ ମାନଙ୍କୁସମ୍ବର୍ଦ୍ଧିତ କରାଯାଇଥିଲା ।

Leave A Reply

Your email address will not be published.

13 + 13 =