ଶେଷ ଦିନରେ ନାମାଙ୍କନପତ୍ର ଭରିଲେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ !

ଢ଼େଙ୍କାନାଳ : ଚଳିତ ନିର୍ବାଚନର ନାମାଙ୍କନପତ୍ର ଦାଖଲର ଅନ୍ତିମ ଦିବସରେ ନାମାଙ୍କନପତ୍ର ଦାଖଲ କରିଛନ୍ତି ହିନ୍ଦୋଳ ନିର୍ବାଚନମଣ୍ଡଳୀର କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାଏକ । ପ୍ରଥମେ କର୍ମୀ ଓ ସମର୍ଥକମାନେ ସ୍ଥାନୀୟ ଗୁଣ୍ଡିଚା ମଣ୍ଡପ ଠାରେ ଏକତ୍ରିତ ହେବା ପରେ ବିଭିନ୍ନ ପ୍ରକାର ବାଦ୍ୟଯନ୍ତ୍ର ବଜାଇ ହଜାର ହଜାର ସମର୍ଥକଙ୍କ ଗହଣରେ କଂଗ୍ରେସ ପ୍ରାର୍ଥୀ ଗୋବର୍ଦ୍ଧନ ଶେଖର ନାଏକ ଶୋଭାଯାତ୍ରା ମାଧ୍ୟମରେ ନାମାଙ୍କନପତ୍ର ଦାଖଲ ପାଇଁ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିଥିଲେ। ସେଠାରେ ସେ ବିଜେଡ଼ି ଓ ବିଜେପି ର ଭ୍ରଷ୍ଟାଚାର ଶାସନ ବିରୁଦ୍ଧରେ ଲୋକମାନଙ୍କ ଦୃଷ୍ଟି ଆକର୍ଷଣ କରିବା ସହ କଂଗ୍ରେସ ଉପରେ ଆସ୍ଥା ପ୍ରକଟ କରିବାକୁ ଭାଷଣ ମାଧ୍ୟମରେ କହିଥିଲେ। ହିନ୍ଦୋଳ ବ୍ଳକ୍ କଂଗ୍ରେସ ସଭାପତି ଛବିରାଜ ବିଶ୍ୱାଳ ଓ ଜିଲ୍ଲା କଂଗ୍ରେସ ସଭାପତି ଙ୍କ ସମେତ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଗହଣରେ ଯାଇ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେହିପରି ଅନ୍ତିମ ଦିବସରେ ବିଶାଳ ଶୋଭାଯାତ୍ରାରେ ବିଜେପି ପ୍ରାର୍ଥୀନୀ ସୀମାରାଣୀ ନାୟକ ତାଙ୍କର ହଜାର ହଜାର ସମର୍ଥକଙ୍କ ଗହଣରେ ଯାଇ ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନାମାଙ୍କନପତ୍ର ଦାଖଲ କରିଛନ୍ତି। ପ୍ରଥମେ ସକାଳ ସାଢେ ୧୦ଟା ସମୟରେ ବନମାଳୀପୁର ଛକରେ ପ୍ରାୟ ୧୦ ହଜାର ସମର୍ଥକମାନେ ଏକତ୍ରିତ ହୋଇଥିଲେ। ଢ଼େଙ୍କାନାଳ ସଂସଦୀୟ କ୍ଷେତ୍ରର ଲୋକସଭା ପ୍ରାର୍ଥୀ ରୁଦ୍ରନାରାୟଣ ପାଣି, ଜିଲ୍ଲା ବିଜେପି ସଭାପତି ନରେଶ ମହାପାତ୍ର, ହିନ୍ଦୋଳ ନିର୍ବାଚନମଣ୍ଡଳୀ ପ୍ରଭାରୀ ସୁନିଲ୍ ଶର୍ମା ଓ ହିନ୍ଦୋଳ ବିଜେପି ପ୍ରାର୍ଥୀନୀ ସୀମାରାଣୀ ନାୟକ ସେଠାରେ ପହଞ୍ଚିବା ପରେ ଘୋଡାନାଚ, ଅନ୍ୟାନ୍ୟ ନାଚ , ପାଇକ ଖେଳ , ଲଉଡ଼ି ଖେଳ , ଡିଜେ ସାଉଣ୍ଡ୍ , ମହିଳା ସଂକୀର୍ତ୍ତନ ମଣ୍ଡଳୀ ହଜାର ହଜାର ସମର୍ଥକ ଓ କର୍ମୀଙ୍କ ଜିନ୍ଦାବାଦ ସ୍ଲୋଗାନ ମାଧ୍ୟମରେ ଶୋଭାଯାତ୍ରା ସେଠାରୁ ବାହାରି ହିନ୍ଦୋଳ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଅଭିମୁଖେ ବାହାରିଥିଲା । ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚିବା ପରେ ମୋଦୀ ସରକାରଙ୍କର ଲୋକାଭିମୁଖୀ ଯୋଜନା ଓ ମୋଦୀ ଗ୍ୟାରେଣ୍ଟି ସଂପର୍କରେ ଭାଷଣ ମାଧ୍ୟମରେ କହିବା ସହ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଯାଇ ନାମାଙ୍କନପତ୍ର ଦାଖଲ କରିଛନ୍ତି।

Leave A Reply

Your email address will not be published.

19 + twenty =