ଟାଟା ଷ୍ଟିଲ ଫାଉଣ୍ଡେସନର ଭ୍ରାମ୍ୟମାଣ ସ୍ୱାସ୍ଥ୍ୟସେବା ୟୁନିଟ୍ ଦ୍ୱାରା ଢେଙ୍କାନାଳରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବା ସୁଦୃଢ଼ପାର୍ଶବର୍ତୀ ୨୯ଟି ଗ୍ରାମର ୪୧,୦୦୦ ରୁ ଅଧିକ ଗ୍ରାମବାସୀ ଉପକୃତ !

ଢ଼େଙ୍କାନାଳ : ଟାଟା ଷ୍ଟିଲ ଫାଉଣ୍ଡେସନର ସର୍ବାଙ୍ଗୀନ ଗୋଷ୍ଠୀ ବିକାଶ ପ୍ରତି ଥିବା ପ୍ରତିବଦ୍ଧତା ଢେଙ୍କାନାଳ ଜିଲ୍ଲାରେ ଥିବା ଟାଟା ଷ୍ଟିଲ ମେରମଣ୍ଡଳୀ ପ୍ଳାଣ୍ଟର ଆଖପାଖ ଗ୍ରାମଗୁଡିକରେ ପ୍ରାଥମିକ ସ୍ୱାସ୍ଥ୍ୟ ସେବାରେ ପରିବର୍ତନ ଆଣିପାରିଛିି । । ମଙ୍ଗଳପୁର, ଶିବପୁର , ଖଡ଼ଗପ୍ରସାଦ, ନୂଆଗାଁ, କୁସୁପଙ୍ଗା, ନୂଆହତା ଓ ପାଇକ ପୁରୁଣାକୋଟ ଆଦି ୭ଟି ଗ୍ରାମପଞ୍ଚାୟତର ୨୯ଟି ଗ୍ରାମକୁ ଏହି ୟୁନିଟଗୁଡ଼ିକ ସେବା ଯୋଗାଇ ଦେଇଆସୁଛି । ଏମପିଏଚୟୁ ଗୁଡିକ ମାଧମରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ପାଇଁ ଏକ ସାମଗ୍ରିକ ଆଭିମୁଖ୍ୟ ଲକ୍ଷ୍ୟ ନେଇ ପ୍ରତିଷେଧମୂଳକ ରୋଗ ନିରାକରଣ ଉପରେ ଧ୍ୟାନ କେନ୍ଦ୍ରିତ କରି ଦୀର୍ଘସ୍ଥାୟୀ ପ୍ରକ୍ରିୟାକୁ ଅବଲମ୍ବନ କରାଯାଉଛି । ଏହି କାର୍ଯ୍ୟକ୍ରମର ଅଂଶବିଶେଷ ଭାବେ ରୋଗ ପ୍ରତିରୋଧ ଏବଂ ଜନକଲ୍ୟାଣକୁ ପ୍ରୋତ୍ସାହିତ କରିବା ପାଇଁ ସ୍କ୍ରିନିଂ, ସଚେତନତା ଏବଂ ଗୋଷ୍ଠୀ ନିୟୋଜନ ଆଦି ସେବା ପ୍ରଦାନ କରଯାଉଛି । ଏହି ୟୁନିଟଗୁଡ଼ିକ ମଧ୍ୟ ଘଟଣାସ୍ଥଳରେ ଚିକିତ୍ସା ସେବା ପ୍ରଦାନ କରିବା ସହ ଗ୍ରାମୀଣ ଅଂଚଳରେ ଠିକ୍ ସମୟରେ ସେବା ଉପଲବ୍ଧ କରାଇବା ସୁନିଶ୍ଚିତ କରୁଛି । ନିୟମିତ ଯାଞ୍ଚ, ସ୍କ୍ରିନିଂ ଏବଂ ମାଗଣା ଔଷଧ ମାଧ୍ୟମରେ ଗ୍ରାମଞ୍ଚଳ ଗୁଡିକରେ ସୁଲଭ, ଉଚ୍ଚ ଗୁଣବତ୍ତା ବିଶିଷ୍ଟ ପ୍ରାଥମିକ ସ୍ୱାସ୍ଥ୍ୟସେବା ଯୋଗାଇବା ଏମପିଏଚୟୁ ର ଲକ୍ଷ୍ୟ । ଏଥିରେ ଏମବିବିଏସ୍ ସୀକୃତିପ୍ରାପ୍ତ ଡାକ୍ତର, ନର୍ସ, ଫାର୍ମାସିଷ୍ଟ, ଟେକ୍ନିସିଆନ୍ ଓ ସଂଯୋଜକଙ୍କୁ ନେଇ ଏକ ଉତ୍ସର୍ଗୀକୃତ ଟିମ୍ କାମକରୁଛନ୍ତି । ସେମାନେ ପ୍ରତି ଗ୍ରାମକୁ ମାସିକ ଚାରିଥର ପରିଦର୍ଶନ କରିବା ସହିତ ଏକ ଶୃଙ୍ଖଳିତ କାର୍ଯ୍ୟସୂଚୀ ଅନୁସରଣ କରୁଛନ୍ତି । ଏହି ପରିଦର୍ଶନଗୁଡିକ ମଧ୍ୟରେ ସ୍ୱାସ୍ଥ୍ୟ ଶିବିର ଆୟୋଜନ ଅନ୍ତର୍ଭୁକ୍ତ ରହିଛି ଯେଉଁଥିରେ ସ୍ୱାସ୍ଥ୍ୟ ଯାଂଚ, ପରାମର୍ଶ ଏବଂ ମାଗଣା ମୌଳିକ ଚିକିତ୍ସା ଏବଂ ଔଷଧ ପ୍ରଦାନ ଭଳି କାର୍ଯ୍ୟ କରାଯାଉଛି ।କୁସୁପଙ୍ଗା ଗ୍ରାମ ପଞ୍ଚାୟତର ଅସନବଣୀ ଗ୍ରାମର ଟୁଟୁ ସାହୁ କହିଛନ୍ତି ଯେ, ‘‘ଟିଏସ୍‌ଏଫ୍ ଦ୍ୱାରା ଯୋଗାଇ ଦିଆଯାଉଥିବା ଭ୍ରାମ୍ୟମାଣ ଚିକିତ୍ସା ସୁବିଧା ସାପ୍ତାହିକ ଭାବେ ଆମ ଗାଁକୁ ଆସିଥାଏ । ବିଭିନ୍ନ ରୋଗର ଗୁଣାତ୍ମକ ଚିକିତ୍ସା ସୁବିଧା, ଯାଂଚ, ରୋଗ ନିରୂପଣ ଏବଂ ଔଷଧ ଉପଲବ୍ଧ ହେଉଥିବାରୁ ଆମେ ଉପକୃତ ହେଇପାରୁଛୁ । ଯେହେତୁ ଆମ ଗାଁ ନିକଟରେ କୌଣସି ସ୍ୱାସ୍ଥ୍ୟ ସେବା ସୁବିଧା ନାହିଁ ତେଣୁ ଏହି ସ୍ୱାସ୍ଥ୍ୟ କେନ୍ଦ୍ରିକ ପଦକ୍ଷେପ ପାଇଁ ଗ୍ରାମବାସୀମାନେ ଉପକୃତ ହୋଇପାରିଛନ୍ତି । ’’ ବିଶେଷ ଯତ୍ନ ଆବଶ୍ୟକ କରୁଥିବା ରୋଗୀମାନଙ୍କ ସମ୍ପୂର୍ଣ୍ଣ ଚିକିତ୍ସା ସୁନିଶ୍ଚିତ କରିବା ଲାଗି ଏକ ପ୍ରଭାବଶାଳୀ ରେଫରାଲ ବ୍ୟବସ୍ଥା ରହିଛି । ଏହା ବ୍ୟତୀତ ସ୍କୁଲ ଓ ଗ୍ରାମରେ ସ୍ୱଚ୍ଛତା, ପରିମଳ, ପୋଷଣ ଏବଂ ରୋଗ ନିରାକରଣ ଉପରେ ସ୍ୱାସ୍ଥ୍ୟ ସଚେତନତା ଶିବିରମାନ ନିୟମିତ ଭାବେ ଆୟୋଜନ କରାଯାଉଛି ।ପାଇକ ପୁରୁଣାକୋଟ ଗ୍ରାମ ପଞ୍ଚାୟତର ନରହରିପୁର ଗ୍ରାମର ପ୍ରଶାନ୍ତ କୁମାର ମିଶ୍ର କହିଛନ୍ତି ଯେ ‘‘ଡାକ୍ତରୀ ଦଳର ସାପ୍ତାହିକ ଗସ୍ତ ପାଇଁ ମୁଁ ଟିଏସଏଫକୁ ଧନ୍ୟବାଦ ଜଣାଉଛି । ସେମାନଙ୍କର ଉତ୍ସର୍ଗୀକୃତ କାର୍ଯ୍ୟ ଆମକୁ ସ୍ୱାସ୍ଥ୍ୟର ଯାଂଚ ପାଇଁ ଦୂରକୁ ଯିବାକୁ ପଡ଼ୁନାହିଁ । ଭ୍ରାମ୍ୟମାଣ ଚିକିତ୍ସା ଗାଡି ଆମ ନିକଟକୁ ଆସୁଛି ଯାହା ବିଶେଷ କରି ବୟସ୍କ, ଅସୁସ୍ଥ ଏବଂ ଅସହାୟ ଗ୍ରାମବାସୀଙ୍କ ପାଇଁ ଏକ ବଡ଼ ସୁବିଧା ପାଲଟିଛି ।’’ଏହି ଏମପିଏଚୟୁ ୟୁନିଟ ଗୁଡିକ ଦ୍ୱାରା ଗତ ଆର୍ôଥକ ବର୍ଷରେ ୪୧, ୦୦୦ ରୁ ଅଧିକ ଗ୍ରାମବାସୀ ନିୟମିତ ସ୍ୱାସ୍ଥ୍ୟ ସେବା ପାଇପାରିଛନ୍ତି ଯାହାକି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏକ ଉଲ୍ଲେଖନୀୟ ପ୍ରଭାବ ପକାଇ ପାରିଛି । ଏହି ଅଞ୍ଚଳରେ ପ୍ରାଥମିକ ସ୍ୱାସ୍ଥ୍ୟସେବା ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଟାଟା ଷ୍ଟିଲ ଫାଉଣ୍ଡେସନ୍ ପକ୍ଷରୁ ୨୦୧୯ ରେ ଦୁଇଟି ମୋବାଇଲ୍ ପବ୍ଲିକ୍ ହେଲଥ୍ ୟୁନିଟ୍ ସେବା ଆରମ୍ଭ କରାଯାଇଥିଲା । ଏହା ପରଠାରୁ ଉକ୍ତ ପଦକ୍ଷେପ ଦ୍ୱାରା ହଜାର ହଜାର ଲୋକ ଚିକିତ୍ସିତ ହୋଇପାରିଛନ୍ତି । ଏହି ପ୍ରୟାସ ଯୋଗୁ ସ୍ୱାସ୍ଥ୍ୟ ସଚେତନତା, ଉତ୍ତମ ସ୍ୱାସ୍ଥ୍ୟ ଅଭ୍ୟାସ ଅବଲମ୍ବନ ତଥା ଏକ ସ୍ୱାସ୍ଥ୍ୟବାନ ସମାଜ ଗଠନ କରିବାରେ ସହାୟକ ହୋଇପାରିଛି ।

Leave A Reply

Your email address will not be published.

three × 2 =