ଭୁବନ ୩୬ ତମ ବାର୍ଷିକ ବାଦି ପାଲା ମହୋତ୍ସବ !

ଢ଼େଙ୍କାନାଳ – ଭୁବନ ଏନ ଏ ସି ଅନ୍ତର୍ଗତ ଗାୟତ୍ରୀ ପାଲା ମଣ୍ଡପ ଠାରେ ସତ୍ୟନାରାୟଣ ପୂଜା କମିଟି ଆନୁକୂଲ୍ୟରେ ୩୬ ତମ ବାର୍ଷିକ ବାଦି ପାଲା ମହୋତ୍ସବ ଆରମ୍ଭ ହୋଇଛି । ଗତ ୧ ତାରିଖ ଠାରୁ ଆରମ୍ଭ ହୋଇଥିବା ବାଦି ପାଲା ଆସନ୍ତା ୫ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଗାୟକ ପୀୟୂଷ ଶ୍ରୀଯୁକ୍ତ ସତ୍ୟ ନାରାୟଣ ଜେନା ଏବଂ ଗାୟକ ତତ୍ତ୍ଵ ବିଭୀଷଣ ଶ୍ରୀଯୁକ୍ତ ଜୟକୃଷ୍ଣ ବଡଦଳେଇ ପାଲା ପରିବେଷଣ କରୁଛନ୍ତି । ସନ୍ଧ୍ୟା ୭ ଘଟିକା ଠାରୁ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ବାଦି ପାଲା ଦେଖିବାକୁ ପ୍ରବଳ ଜନ ସମାଗମ ହେଉଛି । ସତ୍ୟ ନାରାୟଣ ପୂଜା କମିଟି ତରଫରୁ ଏହି କାର୍ଯ୍ୟକ୍ରମକୁ ହୃଷିକେଶ ସାହୁ,ନରେନ୍ଦ୍ର କୁମାର ସାହୁ, ଯୁବରାଜ ସାଥୁଆ ମହାପାତ୍ର,ବ୍ରହ୍ମାନନ୍ଦ ସାହୁ,ରତିକାନ୍ତ ସାହୁ,ଅଜୟ କୁମାର ସେଠୀ,ସୁରେଶ କୁମାର ସାହୁ, ଲଳିତ ମିଶ୍ର,ପୂର୍ଣାନନ୍ଦ ମିଶ୍ର,ବିଶ୍ଵନାଥ ସାହୁ ପ୍ରମୁଖ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

four × three =