“ଛୋଟ ଏକ ପ୍ରୟାସ” ପକ୍ଷରୁ ସୁମନ୍ତଙ୍କ ଚିକିତ୍ସା ପାଇଁ ସହାୟତା ପ୍ରଦାନ !

ଢ଼େଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ରାସୋଳ ଥାନା ଅର୍ନ୍ତଗତ କୁନୁଆଁ ଗ୍ରାମର ସୁମନ୍ତ ସାମଲ(୩୦) ବିବାହ ହେବାର ୧ ମାସ ପରେ ଜଣାପଡିଲା କି ତାଙ୍କର ୨ ଟି ଯାକ କୀଡନୀ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୁମନ୍ତ ଙ୍କ ର ପାଦରୁ ଅଳତା ଲିଭିନି କି ହାତରୁ ମେହେନ୍ଦି ଛାଡିନି ହେଲେ ଜୀବନ ଦୀପ ଲିଭିବାକୁ ଯାଉଛି ବୋଲି ପରିବାର ଲୋକେ ଜାଣିବା ପରେ ସଂପୂର୍ଣ୍ଣ ଭାଙ୍ଗି ପଡିଥିଲେ। ଭେଣ୍ଡା ପୁଅର ଏପରି ଅବସ୍ଥା ଦେଖି ମା ଗୋଟିଏ କିଡ଼ନୀ ନିଜ ପୁଅ କୁ ଦେବା ପାଇଁ ଆଗେଇ ଆସିଛନ୍ତି। କିଛି ଦିନ ଧରି କିମ୍ସ୍ ହସ୍ପିଟାଲରେ ସୁମନ୍ତଙ୍କ ଚିକିତ୍ସା ଜାରି ରହିଥିବା ବେଳେ ସଂପୂର୍ଣ୍ଣ ସୁସ୍ଥ ହେବା ପାଇଁ ଆବଶ୍ୟକ ହେଉଛି ପ୍ରାୟ ୧୫ ଲକ୍ଷ ଟଙ୍କା । ଯାହାକି ସୁମନ୍ତ ଙ୍କ ପରିବାର ଏତେ ଗୁଡ଼ାଏ ଟଙ୍କା ଯୋଗାଡ଼ କରିବା ଅସମ୍ଭବ ହୋଇପଡିଛି। ଗ୍ରାମର କିଛି ଯୁବକ ଓ ତାଙ୍କର ସାଙ୍ଗସାଥୀ କିଛି ଟଙ୍କା ସଂଗ୍ରହ କରିଦେଇଥିବା ବେଳେ ଆହୁରି ଟଙ୍କା ଚିକିତ୍ସା ପାଇଁ ଦରକାର ପଡୁଛି। ଏ ସଂପର୍କରେ ହିନ୍ଦୋଳ ଅଞ୍ଚଳର ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ଜାଣିବା ପରେ ସେ ମଧ୍ୟ ସୁମନ୍ତଙ୍କୁ ସହଯୋଗର ହାତ ବଢ଼ାଇଛି। ଛୋଟ ଏକ ପ୍ରୟାସ ର ସଦସ୍ୟମାନେ ପ୍ରାୟ ୩୨,୧୭୫ ( ବତିଶ ହଜାର ଏକ ସହ ପଞ୍ଚସ୍ତରୀ )ଟଙ୍କା ସଂଗ୍ରହ କରି କିମ୍ସ୍ ହସ୍ପିଟାଲରେ ସୁମନ୍ତଙ୍କ ନିକଟରେ ପହଁଚି ତାଙ୍କ ଭାଇ ସତ୍ୟଜିତ୍ ସାମଲଙ୍କୁ ପ୍ରଦାନ କରିବା ସହ ସୁମନ୍ତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ସାମାଜିକ ଅନୁଷ୍ଠାନ ଛୋଟ ଏକ ପ୍ରୟାସ ର ଏପରି ସାହାଯ୍ୟକାରୀ ମନୋବୃତ୍ତିକୁ ନେଇ ସାଧାରଣରେ ଏବଂ ବୁଦ୍ଧିଜୀବୀ ମହଲରେ ଉଚ୍ଚ ପ୍ରଶଂସା କରାଯାଇଛି।

Leave A Reply

Your email address will not be published.

1 × three =