ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ”ଜନ ମଙ୍ଗଳ” ରାସୋଳ ତରଫରୁ ଅଂଶୁଘାତ ସଚେତନତା ବାର୍ତା ପ୍ରଦାନ ସହିତ ବସ୍ତ୍ରଦାନ,ପ୍ରସାଧନ ସାମଗ୍ରୀ ଓ ଫଳ ବଣ୍ଟନ !

ଢ଼େଙ୍କାନାଳ : କିସ୍ ପ୍ରତିଷ୍ଠାତା ପ୍ରୋଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଆହ୍ଵାନ କ୍ରମେ ବିଶ୍ଵ ଦାନ କଳା ଅଭିଯାନ ର ପ୍ରଚାର ଓ ପ୍ରସାର ନିମିତ୍ତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ତରଫରୁ ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଲକ ଇନ୍ଦୁପୁର ଗ୍ରାମ ର ଜୁଆଙ୍ଗ ବସ୍ତି ରେ ଅଂଶୁଘାତ ସଚେତନତା ବାର୍ତା ପ୍ରଦାନ ସହିତ ଆଵାଳ ବୃଦ୍ଧ ବନିତା ଙ୍କୁ ବ୍ୟବହାର ଯୋଗ୍ୟ ବସ୍ତ୍ରଦାନ,ମହିଳା ଓ ଯୁବତୀ ମାନଙ୍କୁ ପ୍ରସାଧନ ସାମଗ୍ରୀ ତଥା କଟା ତରଭୁଜ ବଣ୍ଟନ ପୂର୍ବକ ପ୍ରତି ଟି ମୁହଁ ରେ ହସ ଫୁଟାଇବା ର ପ୍ରୟାସ କରା ଯାଇ ଅଛିଜନ ମଙ୍ଗଳ ରାସୋଳ ସଂଗଠନ ର ପ୍ରତିଷ୍ଠାତା ବିଭୁ ଶତପଥୀ ଙ୍କର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସଂଗଠନ ର ଉପଦେଷ୍ଟା ଡାକ୍ତର ଦୟାନିଧି ପୃଷ୍ଟି ସଭାନେତ୍ରୀ ନିରୁପମା ମିଶ୍ର,ଉପ ସଭାନେତ୍ରୀ ପ୍ରତିମା ପାଲ,ଆଜୀବନ ସେବିକା ଶୁଭଶ୍ରୀ ପୃଷ୍ଟି,ସେବକ ସୂର୍ଯ୍ୟକାନ୍ତ ନାୟକ,ଶିଶୁ ସେବକ ଶୁଭ ସଂକଳ୍ପ,ଶିଶୁ ସେବିକା ଶୁଭଦର୍ଶନୀ ଙ୍କର ସହଯୋଗ ରେ ଜୁଆଙ୍ଗ ବସ୍ତି ର ଜନ ସାଧାରଣ ମାନଙ୍କୁ ଏକାଠି କରିବା ସହିତ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହଯୋଗ ର ହାତ ବଢ଼ାଇ ଏତାଦୃଶ ସଚେତନତା କାର୍ଯ୍ୟକ୍ରମ କୁ ସଫଳ ରୂପାୟନ ଦେଇଥିଲେ। କିସ୍ ପ୍ରତିଷ୍ଠାତା ପ୍ରୋଫେସର ଡକ୍ଟର ଅଚ୍ୟୁତ ସାମନ୍ତ ଙ୍କ ଆହ୍ଵାନ କ୍ରମେ ଏତାଦୃଶ କାର୍ଯକ୍ରମ ଚଳିତ ବର୍ଷ ଗତ ଏପ୍ରିଲ୍ ୧୭ ତାରିଖ ରେ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ ଜନ ମଙ୍ଗଳ ରାସୋଳ ତରଫରୁ ମାନ୍ୟବର ଅବସର ପ୍ରାପ୍ତ ଜିଲ୍ଲା ଜଜ୍ ଶ୍ରୀଯୁକ୍ତ ଦୁର୍ଗା ଚରଣ ମିଶ୍ର ଙ୍କ ଦ୍ଵାରା ଉଦ୍ଘାଟିତ ହେବା ପରେ ଏହି ଅଭିଯାନ ଜରିଆରେ ଅଗ୍ନି ବିପନ୍ନ ଙ୍କୁ ସହାୟତା ପ୍ରଦାନ,କଙ୍କଡ଼ା ହାଡ଼ ବ୍ଲକ ର ଆଦିବାସୀ ଅଧ୍ୟୁଷିତ ଝାଟିକିପଶି ଗ୍ରାମ ତଥା ଉଫ୍ ସେବାଶ୍ରମ ର ଅନ୍ତେବାସୀ ମାନଙ୍କୁ ବସ୍ତ୍ର ଦାନ ତଥା ଏହି କାର୍ଯ୍ୟକ୍ରମ ସମ୍ପାଦିତ ହୋଇଅଛି। ଆସନ୍ତା ମେ ମାସ ତା୧୭/୦୫/୨୦୨୪ରିଖ ପର୍ଯ୍ୟନ୍ତ ଏହି ଅଭିଯାନ ଜରିଆରେ ବିଭିନ୍ନ ଅଞ୍ଚଳ ରେ ଏତାଦୃଶ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମାଧ୍ୟମ ରେ ଅଂଶୁଘାତ ମୁକାବିଲା ତଥା ଦାନକଳା ପ୍ରତି ସଚେତନ କରାଯିବା। ଏତାଦୃଶ ଜନ କଲ୍ୟାଣକାରୀ କାର୍ଯ୍ୟକ୍ରମ କୁ ଗ୍ରାମବାସୀ ସ୍ବାଗତ କରିବା ସହିତ ଅଶେଷ ଧନ୍ୟବାଦ ତଥା ଆନ୍ତରିକ ସାଧୁବାଦ ଜ୍ଞାପନ କରିଥିଲେ।ସଂଗଠନ ର ଉତ୍ତରୋତ୍ତର କାମନା କରିବା ସହିତ ସଂଗଠନ ତରଫରୁ ସମସ୍ତ ଗ୍ରାମବାସୀ ମାନଙ୍କର ଜୀବନ ସୁଖ ମୟ ହେଉ ବୋଲି ଶୁଭକାମନା ଜଣାଇ ଏକ ନିଆରା,ସ୍ବତନ୍ତ୍ର ଅନୁଭବ ନେଇ ପ୍ରତ୍ୟାବର୍ତ୍ତନ କରି ଥିଲେ।

Leave A Reply

Your email address will not be published.

one × 2 =