ଢେଙ୍କାନାଳ ଜିଲ୍ଳାସ୍ତରୀୟ ୩୮ ତମ ବିଜ୍ଞାନ,ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୧-୨୨ ଉଦଘାଟିତ !

ଢେଙ୍କାନାଳ: ସଦର ବ୍ଲକ ଅନ୍ତର୍ଗତ ସାରଙ୍ଗ ଧର ସରକାରୀ ଉଚ୍ଚ ବିଦ୍ୟାଳୟ,ବେଲଟିକିରି ଠାରେ ଢେଙ୍କାନାଳ ଜିଲ୍ଲାସ୍ତରୀୟ ବିଜ୍ଞାନ ଗଣିତ ଓ ପରିବେଶ ପ୍ରଦର୍ଶନୀ-୨୦୨୧-୨୨ ଅନୁଷ୍ଠିତ ହୋଇଯାଇଅଛି ।

ଏହି ଅବସରରେ ଆୟୋଜିତ ଉଦ୍‌ଘାଟନୀ ଉତ୍ସବରେ ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ ।

ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଓ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ଶତପଥୀ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରି ଉଦବୋଧନ ଦେଇଥିଲେ।ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ନିବେଦିତା ପାଣି ଉଦଘାଟନୀ ସଭାରେ ସଭାପତିତ୍ୱ କରି କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବଳଭଦ୍ର ସାମଲ, ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ପ୍ରମୁଖ ସଭାରେ ମଞ୍ଚରେ ଆସନ ଗ୍ରହଣ ଜରିଥିଲେ।

ଗଣିତ ଓ ବିଜ୍ଞାନ ସେମିନାର ଅନୁଷ୍ଠିତ ହୋଇଥିଲା।ଏଥିରେ ଢେଙ୍କାନାଳ ଜିଲ୍ଲାର ପ୍ରାୟ ଶତାଧିକ ଗଣିତ ଓ ବିଜ୍ଞାନ ଶିକ୍ଷୟିତ୍ରୀ ଓ ଶିକ୍ଷକ ଯୋଗଦାନ କରି ଅଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ।ଓଡ଼ିଶା ମାଧ୍ୟମିକ ଶିକ୍ଷା ବୋର୍ଡ଼ର ଅବସର ପ୍ରାପ୍ତ ଉପ ପ୍ରଶାସନିକ ଅଧିକାରୀ ନଳିନୀକାନ୍ତ ମିଶ୍ର ଅଭିଜ୍ଞ ଗଣିତଜ୍ଞ ଭାବରେ ଯୋଗଦାନ କରିଥିଲେ।

ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କେନ୍ଦ୍ରର ମୁଖ୍ୟ ପରିଚାଳକ ତଥା ଜିଲ୍ଲା ଶିକ୍ଷା ଅଧିକାରୀ ମଥୁରି ମୋହନ ରାଉତ ବୈଜ୍ଞାନିକ ତତ୍ତ୍ୱକୁ ଦୃଢ଼ ମତପୋଷଣ କରିଥିଲେ।

ଢେଙ୍କାନାଳ ଜିଲ୍ଳା ଶିକ୍ଷା ଅଧିକାରୀ ନିବେଦିତା ପାଣିଙ୍କ ସଭାପତିତ୍ୱରେ ଉଦଯାପନୀ ସଭା ଅନୁଷ୍ଠିତ ହୋଇଥିଲା।ଏହି ସଭାରେ ମୁଖ୍ୟ ଅତିଥି ଭାବରେ ଢେଙ୍କାନାଳ ସଦର ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକ ଯୋଗଦାନ କରିଥିଲେ ।

ଢେଙ୍କାନାଳ ଅତିରିକ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ସସ୍ମିତା ସାହୁ ଅନ୍ୟତମ ସମ୍ମାନିତ ଅତିଥି ଭାବରେ,ହିନ୍ଦୋଳ ଗୋଷ୍ଠୀ ଶିକ୍ଷା ଅଧିକାରୀ ଶାନ୍ତନୁ କୁମାର ମଲ୍ଲିକ ଓ ଭୁବନ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରତାପ ଚନ୍ଦ୍ର ଶତପଥୀ ମଧ୍ୟ ଅନ୍ୟତମ ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ସରପଞ୍ଚ ବଳଭଦ୍ର ସାମଲ, ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ପ୍ରମୁଖ ସଭାରେ ମଞ୍ଚରେ ଆସନ ଗ୍ରହଣ ଜରିଥିଲେ।

ଏହି ଅବସରରେ ଉଚ୍ଚ ପ୍ରାଥମିକ ସ୍ତରର୨୪ ଟି ଓ ମାଧ୍ୟମିକ ସ୍ତରର ୧୬ ଟି ଏହିପରି ମୋଟ ୪୦ଟି ପ୍ରକଳ୍ପ ପ୍ରଦର୍ଶନୀରେ ସ୍ଥାନ ପାଇଥିଲା ।ଶତାୟୁ,ବ୍ରଜନାଥ ବଡଜେନା ଉଚ୍ଚ ବିଦ୍ୟାଳୟ, ଢେଙ୍କାନାଳର ମାର୍ଗଦର୍ଶକ ଶିକ୍ଷକ ଡ଼ା. ଦେବୀ ପ୍ରସାଦ ମିଶ୍ରଙ୍କ ତତ୍ତ୍ୱାବଧାନରେ ନବମ ଶ୍ରେଣୀ ଛାତ୍ର ଆଶୁତୋଷ ତ୍ରିପାଠୀଙ୍କ ବିଜ୍ଞାନ ପ୍ରକଳ୍ପ”ବହୁମୁଖୀ ଇ-ବାଇସାଇକେଲ”, ଭୁବନ ଉଚ୍ଚ ବିଦ୍ୟାଳୟର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷକ ଗଣେଶ୍ୱର ସାହୁଙ୍କ ସହାୟତାରେ ଛାତ୍ର ରୁଦ୍ରନାରାୟଣ ସାହୁଙ୍କ ଦ୍ଵାରା ନିର୍ମିତ “ଇମ୍ପ୍ରଭାଇଜଡ଼ ଫ୍ଲୋର କ୍ଲିନର” ଓ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ଭୁବନର ମାର୍ଗଦର୍ଶକ ବିଜ୍ଞାନ ଶିକ୍ଷିକା ସୁଶ୍ରୀ ସ୍ବପ୍ନା ବେହେରାଙ୍କ ସହାୟତାରେ ଛାତ୍ରୀ‌ ଆରତ୍ରିକା ସାହୁଙ୍କ ଦ୍ଵାରା ନିର୍ମିତ “ସେନସର କଂଟ୍ରୋଲଡ଼ ଡ୍ରାଇଂଗ ସିଷ୍ଟମ”, ଦିବ୍ୟଜ୍ୟୋତି ହାଇସ୍କୁଲ, ଫାଶି ଗାଁ ହିନ୍ଦୋଳର ଦିବ୍ୟଜ୍ୟୋତି ବେହେରାଙ୍କ “କରୋନା ରୋବଟ”ବିଜ୍ଞାନ ପ୍ରକଳ୍ପ,ପଞ୍ଚାୟତିରାଜ ଉଚ୍ଚ ବିଦ୍ୟାଳୟ, କାନପୁରାର ମାର୍ଗଦର୍ଶକ ଶିକ୍ଷକ ଦୃବ ଚରଣ ସୁନ୍ଦରାୟଙ୍କ ତତ୍ତ୍ୱାବଧାନରେ ଅନୁସୂୟା ସାହୁଙ୍କ ଦ୍ଵାରା ପ୍ରସ୍ତୁତ ଗଣିତ ପ୍ରକଳ୍ପ ସବୁ “ମାଥମେଟିକାଲ ମଡେଲ” ନିର୍ମିତ ପ୍ରକଳ୍ପ ଗୁଡିକ ଭଳି ୫ ଗୋଟି ପ୍ରକଳ୍ପ ଶ୍ରେଷ୍ଠ ବିବେଚିତ ହୋଇଥିବାରୁ ମୁଖ୍ୟ ଅତିଥି ଢେଙ୍କାନାଳ ସଦର ଉପଜିଲ୍ଲାପାଳ ବିଭୂତି ଭୂଷଣ ନାୟକଙ୍କ ସମସ୍ତଙ୍କୁ ପ୍ରଶଂସାପତ୍ର ଓ ପୁରସ୍କାର ପ୍ରଦାନ କରିଥିଲେ।ସେମାନେ ସମସ୍ତେ ରାଜ୍ୟସ୍ତରକୁ ମନୋନୀତ ହୋଇଛନ୍ତି ବୋଲି ସଭାରେ ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମ ଆୟୋଜନ ଓ ପରିଚାଳନାରେ ବିଦ୍ୟାଳୟ ପ୍ରଧାନଶିକ୍ଷୟିତ୍ରୀ ଶାରଦା କବି ଶତପଥୀ ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ପ୍ରାକ୍ତନ ପ୍ରଧାନ ଶିକ୍ଷକ କୈଳାଶ ଚନ୍ଦ୍ର ପୃଷ୍ଟିଙ୍କ ନେତୃତ୍ୱରେ ସମସ୍ତ ସଦସ୍ୟା,ସଦସ୍ୟ ବୃନ୍ଦ,ଢେଙ୍କାନାଳ ଜିଲ୍ଲା ବିଜ୍ଞାନ ନିରୀକ୍ଷକ ଅଶୋକ କୁମାର ପଣ୍ଡା ଓ ତାଙ୍କର ସହଯୋଗୀ ପଞ୍ଚାୟତଉଚ୍ଚ ବିଦ୍ୟାଳୟ ମରୁଆବିଲିର ବିଜ୍ଞାନ ଶିକ୍ଷକ ଲକ୍ଷ୍ମୀଧର ମହାନ୍ତ, କାର୍ଯ୍ୟାଳୟ ସହକାରୀ ସୁଶାନ୍ତ ତ୍ରିପାଠୀ,ଏବିଇଓ ଦେବବ୍ରତ ନାଥ,ଭଗବାନ ବେହେରା, ସମସ୍ତ ସିଆର୍‌ସିସି,ଶିକ୍ଷକ ପ୍ରଶାନ୍ତ ପଣ୍ଡା, ରାଧାଦେଈପୁର ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକ ବନବିହାରୀ ବାରିକ,ଯୋରନ୍ଦା ଉଚ୍ଚ ଵିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ତନୁଶ୍ରୀ ମିଶ୍ର,ଜାତୀୟ ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ, ଢେଙ୍କାନାଳ ଜିଲ୍ଲା ବିଜ୍ଞାନ କମିଟିର ବରିଷ୍ଠ ସଦସ୍ୟ ତଥା ଶତାୟୁ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟର ବରିଷ୍ଠ ବିଜ୍ଞାନ ଶିକ୍ଷକ ଡ଼ା.ଦେବୀ ପ୍ରସାଦ ମିଶ୍ର ସମେତ ବହୁ ଶିକ୍ଷୟିତ୍ରୀ, ଶିକ୍ଷକ ଓ କର୍ମଚାରୀ ବୃନ୍ଦ ସହଯୋଗ କରିଥିଲେ।

Leave A Reply

Your email address will not be published.

14 + 11 =