ଭୁବନ;ଆୟୁଷ୍ମାନ ଭାରତ ଗୋଷ୍ଠୀ ସ୍ତରୀୟ ସ୍ଵାସ୍ଥ୍ଯ ମେଳା ଆୟୋଜିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ସୁରପ୍ରତାପପୁର ପ୍ରାଥମିକ ବିଦ୍ୟାଳୟ ପରିସରରେ ଆୟୁଷ୍ମାନ୍ ଭାରତ ଗୋଷ୍ଠୀ ସ୍ତରୀୟ ସ୍ଵାସ୍ଥ୍ଯ ମେଳା ଅନୁଷ୍ଠିତ ହୋଇଯାଇଛି l ମୁଖ୍ୟଅତିଥି ମାନେ ଯୋଗଦେଇ ପ୍ରଦୀପ ପ୍ରଜ୍ବଳନ କରି ଉଦ୍ଘାଟନ କରିଥିଲେ I

ମଠକରୋଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଦ୍ବାରା ଆୟୋଜିତ ଶିବିରରେ ଓପିଡି ଛଅଟି ଷ୍ଟଲ୍ , କୋଭିଡି ଟୀକା କରଣ, ଆଶୁ ଚିକିତ୍ସା, ରକ୍ତ ନମୁନା ପରୀକ୍ଷା, ଔଷଧ ବିତରଣ, ରୋଗୀ ସଚେତନତା, ଅଙ୍ଗନବାଡି କର୍ମୀ ଙ୍କ ଦ୍ଵାରା ସୁଷମ ଖାଦ୍ୟ ସଚେତନତା ଆଦି ଷ୍ଟଲ୍ ଖୋଲା ଯିବା ସହ ବିଶେଷଜ୍ଞ ଡାକ୍ତର ମାନଙ୍କ ଦ୍ଵାର ମଧ୍ଯ ଚିକିତ୍ସା ଯୋଗାଇ ଦିଆଯାଇଥିଲା I ମଠକରୋଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀନରେ ଥିବା ଆଖ ପାଖ ଗ୍ରାମରୁ ପ୍ରାୟ ୪୦୦ ରୁ ଅଧିକ ଲୋକମାନେ ଯୋଗଦେଇଥିଲେ I ସମ୍ମାନିତ ଭାବେ ସଂସାଦ ମହେଶ ସାହୁ ଯୋଗଦେଇ ଲୋକମାନଙ୍କୁ ସ୍ୱାସ୍ଥ୍ୟ ସଚେତନ କରାଇବା ସହ ସରକାରଙ୍କର ସମସ୍ତ ସ୍ବାସ୍ଥ୍ୟ ସେବା ର ସୁଯୋଗ ନେବାପାଇଁ ବୁଝାଇଥିଲେ ।

ଡାକ୍ତର ଓ ଅନ୍ୟ ସ୍ବାସ୍ଥ୍ୟ କର୍ମଚାରୀ ମାନେ ଲୋକମାନଙ୍କୁ ଉତ୍ତମ ବ୍ୟବହାର କରିବା ପାଇଁ ବାର୍ତ୍ତା ଦେଇଥିଲେ I ମୁଖ୍ଯ ଅତିଥି ରୁପେ ବ୍ଲକ୍ ଚେୟାରମ୍ୟାନ ଶ୍ରୀମତୀ ସିପ୍ରା ବରାଳ, ଏନ୍ ଏ ସି ଚେୟାରମ୍ୟାନ୍ ଶ୍ରୀ ଶୁଭେନ୍ଦୁ ସାହୁ, ଜିଲ୍ଲା ପରିଷଦ ସଦସ୍ୟ ରମେଶ ଚନ୍ଦ୍ର ସାହୁ, ଜିଲ୍ଲା ଚିକିତ୍ସା ଅଧିକାରୀ ଅଶୋକ କୁମାର ଦାଶ ଓ ମଠକରୋଗୋଳା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧିକାରୀ ଭାଗବତ ମାଝୀ ପ୍ରମୁଖ ଉପସ୍ଥିତ ଥିଲେ l

Leave A Reply

Your email address will not be published.

seventeen − eleven =