ଗଁଦିଆ ; ସରକାରୀ ଉଚ୍ଚବିଦ୍ୟାଳୟ ଖଙ୍କିରାରେମାଟ୍ରିକ ପରୀକ୍ଷା ପ୍ରସ୍ତୁତି ବୈଠକ !

ଢ଼େଙ୍କାନାଳ : ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ସରକାରୀ ଉଚ୍ଚବିଦ୍ୟାଳୟରେ ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକ ଓ ଶିକ୍ଷୟତ୍ରୀଙ୍କର ମିଳିତ ବୈଠକ ଅନୁଷ୍ଠିତ ହୋଇଯାଇଛି।

ଚଳିତବର୍ଷ ମାଟ୍ରିକ ପରୀକ୍ଷା ନିମନ୍ତେ ଅଭିଭାବକଙ୍କ ଭୂମିକା,ପାଠ୍ୟଖସଡା ପ୍ରତି ଦୃଷ୍ଟି, ପ୍ରାକ ପ୍ରସ୍ତୁତି, କୋଭିଡ ୧୯ର ସମସ୍ତ ନିୟମ ପାଳନ, ବିଦ୍ୟାଳୟର ଉନ୍ନତୀ ଦିଗରେ ସମସ୍ତଙ୍କ ଦାୟିତ୍ୱ ଓ ଭୂମିକା ଉପରେ ଆଲୋଚନା କରାଯାଇଥିଲା।ବିଦ୍ୟାଳୟର ପ୍ରଧାନଶିକ୍ଷୟତ୍ରୀ ସୁମତି ନାୟକ, ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ଅଜୟ ଧୀର ଶିକ୍ଷୟତ୍ରୀ ସଂଘମିତ୍ରା ସାମଲ, ସମାଜସେବୀ ଅଶୋକ ପତି ଓ ନରହରି ସାହୁ ଯୋଗଦାନ କରି ଏକ ସୁନ୍ଦର ବାତାବରଣ ମଧ୍ୟରେ ଶୈକ୍ଷିକ ଓ ଛାତ୍ରଛାତ୍ରୀଙ୍କର ଉନ୍ନତୀ କାମନାକରାଯାଇଥିଲା।

Leave A Reply

Your email address will not be published.

5 × three =