ଆଇଆଇଏମସିରେ ଇମକାର ୧୦ମ ‘କନେକ୍ସନ-୨୦୨୨’ ଅନୁଷ୍ଠାନ ପ୍ରତି କୃତଜ୍ଞତା ବୋଧ ଜରୁରୀ !

ଢ଼େଙ୍କାନାଳ : ପ୍ରତ୍ୟେକ ଶିକ୍ଷା ଅନୁଷ୍ଠାନରୁ ଛାତ୍ରଛାତ୍ରୀ ଜ୍ଞାନ, ବିଜ୍ଞାନ, କୌଶଳ ଆଦି ଅନେକ କଥା ଶିଖିଥାନ୍ତି । ଯାହା ସେମାନଙ୍କୁ ଜୀବନରେ ଆଗକୁ ବଢିବାରେ ସହାୟକ ହୁଏ । ତାର ପ୍ରତିଦାନରେ ସେମାନେ ଅନୁଷ୍ଠାନକୁ କିଛି ଫେରାଇବା ଉଚିତ । ଅନ୍ତତଃ ଅନୁଷ୍ଠାନ ପ୍ରତି କୃତଜ୍ଞତା ବୋଧ ଓ କର୍ତବ୍ୟ ରହିବା ଜରୁରୀ । ଯାହା ଗୋଟିଏ ଅନୁଷ୍ଠାନକୁ ଆଗକୁ ବଢାଏ ।

ଢେଙ୍କାନାଳ ସ୍ଥିତ ଭାରତୀୟ ଜନସଞ୍ଚାର ସଂସ୍ଥାନ (ଆଇଆଇଏମସି)ର ଆଞ୍ଚଳିକ ନିର୍ଦ୍ଦେଶକ ପ୍ରଫେସର ଡ.ମୃଣାଳ ଚାଟାର୍ଜୀ ଏହା କହିଛନ୍ତି । ପୂର୍ବାହ୍ନରେ ସଂସ୍ଥାରନ ପ୍ରେକ୍ଷାଳୟରେ ଆଇଆଇଏମସି ପୁତାନ ଛାତ୍ର ସଂଘ ଇମକା ଓଡିଶା ଶାଖାର ୧୦ମ ମିଳନ ଉତ୍ସବ ‘କନେକ୍ସନ-୨୦୨୨ ’ (ସଂଯୋଗ-୨୦୨୨) ଅନୁଷ୍ଠିତ ହୋଇଛି ।

ମୁଖ୍ୟ ଅତିଥି ଭାବେ ପ୍ରଫେସର ଚାଟାର୍ଜୀ ଯୋଗଦେଇ କହିଛନ୍ତି ଅନୁଷ୍ଠାନ ଏକ ଜୀବନ ସଦୃଶ । ଏହା ଯେତେଦିନ ପର୍ଯ୍ୟନ୍ତ ବଂଚିରହିବ ଛାତ୍ରମାନେ ସେତେଦିନ ପର୍ଯ୍ୟନ୍ତ ଗର୍ବ ଅନୁଭବ କରିବେ । ପୁଣି ପୁରାତନ ଛାତ୍ରମାନେ ଚାହିଁଲେ ଅନୁଷ୍ଠାନର ଗୌରବକୁ ବ ଢାଇପାରିବେ । ପ୍ରତ୍ୟେକ ବ୍ୟକ୍ତି ନିଜ ଅନୁଷ୍ଠାନ ସହ ଯୋଡିହୋଇ ପ୍ରତିଦାନ ସ୍ୱରୂପ କର୍ତବ୍ୟବୋଧକୁ ଅନୁଭବ କରିବା ହିଁ ଯଥାର୍ଥ ହେବ । ଇମକା ସଦସ୍ୟ ତଥା ହିନ୍ଦୁସ୍ଥାନ ଟାଇମ୍ସର ଡିଜିଟାଲ ସମ୍ପାଦକ ପ୍ରଭାସ ଝା କହିଛନ୍ତି ଆଇଆଇଏମସି ମୋତେ ଗଢିଛି ।

ଜୀବନରେ ଯାହା କିଛି ହୋଇଛି, ଯାହା କିଛି ପାଇଛି, ତାହା ଆଇଆଇଏମସି ପାଇଁ ହିଁ ସମ୍ଭବ ହୋଇଛି । ଗତ ୧୦ବର୍ଷ ଧରି ଇମକା ଆଇଆଇଏମସି ଓ ପ ୁରାତନ ଛାତ୍ରଛାତ୍ରୀଙ୍କ ସହ ଯୋଡିହୋଇ ରହିବାର ସୁଯୋଗ ତିଆରି କରିଛି । ସମସ୍ତ ପୁରାତନ ଛାତ୍ରମାନଙ୍କୁ ଏକାଠି କରିବାରେ ଏକ ବଡଭୁମିକା ନେଇଛି । ପ୍ରତିଷ୍ଠାତା ସଦସ୍ୟ ରିତେଶ ବର୍ମା ସଂଘର ଉଦେଶ୍ୟ ଏବଂ କାର୍ଯ୍ୟକାରିତା ଉପରେ କହିଥିଲେ ।

ଶତପ୍ରତିଶତ ସଦସ୍ୟ ଇମକା ସହ ଯୋଡି ହେବାକୁ ଆହ୍ୱାନ ଦେଇଥିଲେ । ଏହା ଫଳରେ ସମସ୍ତେ ନିଜର ବ୍ୟକ୍ତିଗତ ଓ ବୃତିଗତ ଜୀବନରେ ପରସ୍ପର ସାହାଯ୍ୟରେ ଆସି ପାରିବାର ସୁଯୋଗ ସୃଷ୍ଟି ହେବ ବୋଲି ସେ କହିଥିଲେ । ପୁରାତନ ଛାତ୍ର ତଥା ହିନ୍ଦୁସ୍ଥାନ ଟାଇମ୍ସର ମୁଖ୍ୟ କଂଟେଂଟ ଅଫିସର ପ୍ରସାଦ ସନ୍ୟାଲ ଛାତ୍ର ଜୀବନରେ ଥିବା ତାଙ୍କ ଅନୁଭୁତି ସମ୍ପର୍କରେ କହିଥିଲେ । ଓଡିଶା ଶାଖା ସମ୍ପାଦକ ଜ୍ୟୋତିପ୍ରକାଶ ମହାପାତ୍ର ସ୍ୱାଗତ ଭାଷଣ ସହ ଚଳିତ ବର୍ଷର ଛାତ୍ରବୃତି ଘୋଷଣା କରିଥିଲେ ।

ଇଂରାଜୀ ସାମ୍ବାଦିକତା ଛାତ୍ରୀ ଶର୍ମିଳା ଭଦୋରିଆକୁ ବ୍ରିଗ୍ରେଡିୟର ଜେଏସ ବାୱା ସ୍ମାରକୀ ଇମକା ମେଧାବୃତି , ଛାତ୍ରୀ ଲାଚି ଗୋଲାଙ୍କୁ ଏସଟିଏସ ଥିରୁମଲାଇନାଥନ- ପୋନାମ୍ମଲ ସ୍ମାରକୀ ଇମକା ମେଧାବୃତି, ଓଡିଆ ସାମ୍ବାଦିକତା ଛାତ୍ର ସୁମନ ରଣାଙ୍କୁ ଏମଏନରଏ ସ୍ମାରକୀ ଇମକା ମେଧାବୃତି, ଛାତ୍ର ସଦାଶିବ ଚାନ୍ଦଙ୍କୁ ସହଦେବ ଓ ସୁଶୀଲା ଚିବର ସ୍ମାରକୀ ମେଧାବୃତି ପ୍ରଦାନ କରାଯାଇଥିଲା । ଏହା ସହ ଓଡିଆ ସାମ୍ବାଦିକତା ଛାତ୍ର ଶୁଭଶ୍ରୀ ଶୁଭସ୍ମିତାଙ୍କୁ ପ୍ରଫେସର ବିବି ମହାନ୍ତି ସ୍ମାରକୀ ପୁରସ୍କାର ଓ ଇଂରାଜୀ ସା୍‌ମ୍ବାଦିକତା ଛାତ୍ରୀ ପାଲକ ଖାରେଙ୍କୁ ପ୍ରଫେସର କେଏମ ଶ୍ରୀବାସ୍ତବ ସ୍ମାରକୀ ପୁରସ୍କାର ପ୍ରଦାନ କରାଯାଇଥିଲା ।

କାର୍ଯ୍ୟକ୍ରମକୁ ଛାତ୍ରୀ ଅନନ୍ୟା ବାଜପେୟୀ ଓ ଶୁଭଶ୍ରୀ ପ୍ରଧାନ ପରିଚାଳନ କରିଥିଲେ । ଇମକାର ସଦସ୍ୟ ତଥା ସଂସ୍ଥାନର ସହକାରୀ ପ୍ରଫେସର ଭାବନା ଆଚାର୍ଯ୍ୟ ଧନ୍ୟବାଦ ଦେଇଥିଲେ । ସେକ୍ସନ ଅଫିସର କେଦାରନାଥ ଜେନା, ବୈଷୟିକ ସଂଯୋଜକ ବଦ୍ରୀନାଥ ଜେନା ଗ୍ରନ୍ଥାଗାରିକା ଶୁଭଙ୍କରୀ ଦାର,ଏକାଡେମିକ ଆସୋସିଏଟ ଅଭିଷେକ ରାୟ, ଏକାଡେମିକ ଆସିଷ୍ଟାଣ୍ଟ ପଦ୍ମଲୋଚନ ପ୍ରଧାନଙ୍କ ସମତେ ବହୁ ପୁରାତନ ଓ ନୂତନ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

eight − two =