ଅସହାୟ ମହିଳାଙ୍କ ଶେଷକୃତ୍ୟ ସମ୍ପର୍ଣ୍ଣ କଲେ ରେଡ୍-କ୍ରସ୍ ରାପିଡ୍ ରେସପନ୍ସ ଗ୍ରୁପ୍ ସଦସ୍ୟ !

ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ମହିଳା ଭେଷଜ ବିଭାଗରେ ରାତିରେ ଚିକିତ୍ସାଧୀନ ଅବସ୍ଥାରେ ବ୍ରେନ୍ ଷ୍ଟ୍ରୋକ୍ ମୃତ୍ୟୁ ବରଣ କରିଥିଲେ ଏଲିମା ସାହୁ( ୪୫) । ସୂଚନା ମୁତାବକ ଏଲିମା ସାହୁ( ୪୫) ଜଣେ ସ୍ବାମୀ ପରିତ୍ୟକ୍ତା ।କାମାକ୍ଷାନଗର ବ୍ଲକ ଅନ୍ତର୍ଗତ ଅଁଳାବେରେଣୀ ଗ୍ରାମ ପଞ୍ଚାୟତ ଅଧିନସ୍ଥ, ଖଟୁଆହତା ଗ୍ରାମ ନିବାସୀ । ମୃତ ମହିଳାଙ୍କ ପାଖରେ ୧୨ ବର୍ଷର ପୁତ୍ର ଓମ୍ ସତ୍ୟ ମହିମା ଅସହାୟ ଅବସ୍ଥାରେ କାନ୍ଦୁଥିବାର ଦେଖି, ରେଡ୍ କ୍ରସ୍ ରାପିଡ଼ ରେସପନ୍ସ ଗ୍ରୁପ୍ ସଦସ୍ୟା ସୁଶ୍ରୀ କବିତା ବେହେରା ତାଙ୍କୁ ଆଶ୍ୱାସନା ଦେବା ସହ ରେଡ୍ -କ୍ରସ୍ ଗ୍ରୁପ ମୁଖ୍ୟ ସଂଯୋଜକ ରୋଟାରୀଆନ୍ ରାଜ୍ କିଶୋର ବେହେରା ଙ୍କ ଉଦ୍ୟମରେ ମହିଷାପାଟ ସ୍ଥିତ ଖାଇରଗଡା ଶ୍ମଶାନରେ ତାଙ୍କର ଶେଷକୃତ୍ୟ ସମ୍ପନ୍ନ କରାଯାଇଛି । ଯଥାରୀତି ଅନୁସାରେ, ଏହି ସଧବା ମହିଳାଙ୍କୁ ଅହ୍ୟ ସୁଲକ୍ଷଣୀ ବେଶ କରାଯାଇ, ତାଙ୍କର ୧୨ ବର୍ଷୀୟ ନାବାଳକ ପୁତ୍ର ଓମ୍ ସତ୍ୟ ମହିମା ସାହୁ ମୁଖାଗ୍ନି ଦେଇଥିଲେ । ବରିଷ୍ଠ ସଦସ୍ୟ ଦିଲ୍ଲୀପ କୁମାର ସାହାଣୀ ଓ ରାମେଶ୍ବର ମାଇତିଙ୍କ ତତ୍ତ୍ଵାବଧାନ ରେ ସୁଶ୍ରୀ ଶୈଳବାଳା ମିଶ୍ର, କାଦମ୍ବରି ମହାଖୁଡ, କବିତା ବେହେରା, ସ୍ବପ୍ନାରାଣୀ ଜେମ୍ସ, ଦିପୁନା ପ୍ରଧାନ, ପଦ୍ମନାଭ ନାୟକ ଓ ମନୋଜ କୁମାର ନାୟକ ପ୍ରମୁଖ ଦାହ ସଂସ୍କାର କରିଥିଲେ । ରେଡ୍ କ୍ରସ୍ ଆଜୀବନ ସଭ୍ୟ ମହେଶ ପ୍ରସାଦ ଅଗ୍ରୱାଲ, ଶିବ ପ୍ରସାଦ ପଣ୍ଡା ଓ ସୁଜିତ୍ କୁମାର ନନ୍ଦ ପ୍ରମୁଖ ସହଯୋଗ କରିଥିଲେ ।

Leave A Reply

Your email address will not be published.

five × 3 =