ଭାରତରତ୍ନ ଡଃ ଭୀମରାଓ ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଥିବା ବାବାସାହେବ ଡଃ ବି.ଆର୍‌. ଆମ୍ବେଦକରଙ୍କ ୧୩୩ତମ ଜନ୍ମ ଜୟନ୍ତୀମହାସମାରୋହରେ ପାଳିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ଢେଙ୍କାନାଳର ମାନ୍ୟବର ବିଧାୟକ ସୁଧିର କୁମାର ସାମଲ ମୁଖ୍ୟ ଅତିଥି ଭାବେଯୋଗଦାନ କରି ବାବା ସାହେବଙ୍କ ପ୍ରତିମୂର୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରି କହିଥିଲେ, ଡଃ ଭୀମରାଓ ଆମ୍ବେଦକର କିଭଳି ସଂଗ୍ରାମମୟ ଜୀବନଯାପନକରି ଭାରତର ଆମ୍ବେଦକର ଭାରତରତ୍ନ ପାଇଥିଲେ ଏବଂ ବାବା ସାହେବଙ୍କ କିଭଳି ତଳସ୍ତରରୁ ଆସି କିଭଳି ଭାରତର ଜଣେ ବିଜ୍ଞରେ ପରିଣତହୋଇଥିଲେ । ଜିଲ୍ଲା ଆମ୍ବେଦକର ସେବା ମେମୋରିଆଲ୍ ସୋସାଇଟ୍‌ର ଅଧ୍ୟକ୍ଷ କୈଳାସ ଚନ୍ଦ୍ର ବେହେରା, ବାବା ସାହେବଙ୍କ ବାଣୀ ଶିକ୍ଷିତ ହୁଅ,ସଂଗ୍ରାମ କର, ସଙ୍ଗଠିତ ହୁଅ ଉପରେ ଆଲୋକପାତ କରିଥିଲେ । ସଂଗଠନର ସମ୍ପାଦକ ପାକ୍ଷିକ ସମ୍ବାଦପତ୍ର ପ୍ରତିନିଧିର ସଂପାଦକ ଯୋଗଦାନ କରିବାବା ସାହେବଙ୍କ ଆଦର୍ଶ ଉପରେ ଅନୁସରଣ ହୋଇ ବାବା ସାହେବଙ୍କ ବିଭିନ୍ନ କାର୍ଯ୍ୟକ୍ରମକୁ ପ୍ରଚାର ପ୍ରସାର ହୋଇପାରିବ ସେ ବିଷୟ ଉପରେଆଲୋକପାତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅନୁଷ୍ଠାନର ଉପ-ସଭାପତି ବନମାଳି ମଲ୍ଲିକ, ଉତ୍କଳ ଆଜବେଷ୍ଟସ୍ ପରିଚାଳକ ବିଜୟ କୁମାରବିଶ୍ୱାଳ, ସରୋଜ କୁମାର ଶତପଥୀ, ବସନ୍ତ ତ୍ରିପାଠୀ, ପ୍ରମୋଦ କୁମାର ନାୟକ, ମମତାଞ୍ଜଳି ବେହେରା, ନିରାକାର ମଲ୍ଲିକ, ପପୁ ମଲ୍ଲିକ, ଦେବାଶିଷନାୟକ, ବେଣୁଧର ନାୟକ କବିତାଂଚଳି ବେହେରା, ସାଂଧ୍ୟ ମହାବିଦ୍ୟାଳୟର ଅଧ୍ୟକ୍ଷ ସମୀର ସାହୁ ପ୍ରମୁଖ ଯୋଗଦାନ କରି ପୁଷ୍ପମାଲ୍ୟ ଦେବା ସହବାବା ସାହେବଙ୍କ ଜୀବନୀ ଉପରେ ଆଲୋକପାତ କରିଥିଲେ । କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ପ୍ରାନ୍ତରୁ ସଂଗଠନର କର୍ମକର୍ତାମାନେ ଯୋଗଦାନ କରିବାସହିତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରି ବାବା ସାହେବଙ୍କ ସ୍ମୃତିଚାରଣ କରିଥିଲେ

Leave A Reply

Your email address will not be published.

7 + seventeen =