ମହାବିଷୁବ ସଂକ୍ରାନ୍ତିରେ ବିଜେଡିର ମିଶ୍ରଣ ପର୍ବ !

ଢେଙ୍କାନାଳ : ମହାବିଷୁବ ପଣା ସଂକ୍ରାନ୍ତି ଦିନ ବିଜେଡ଼ି ସାଧାରଣ ସଂପାଦକ ଦେବାଶିଷ ମିଶ୍ର ଙ୍କ ବାସଭବନଠାରେ ବିଜୁ ଜନତା ଦଳର ଏକ ମିଶ୍ରଣ ପର୍ବ ବିଧାୟକ ସୁଧିର ସାମଲ ଙ୍କ ନେତୃତ୍ୱ ରେ ଅନୁଷ୍ଠିତ ହୋଇଯାଇଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ପ୍ରଗତିଶୀଳ ଓଡ଼ିଶା ଓ ପ୍ରତ୍ୟେକ ଓଡ଼ିଆ ଙ୍କ ଉନ୍ନତି ର କାର୍ଯ୍ୟ କୁ ପ୍ରସଂଶା କରି ଏବଂବିଧାୟକ ଶ୍ରୀ ସାମଲ ଙ୍କ ନେତୃତ୍ୱ କୁ ସମର୍ଥନ ଜଣାଇ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ ତଥା ବିଜେପି ର ବରିଷ୍ଟ ନେତାସଦାନନ୍ଦ ସାହୁ ଓ ତାଙ୍କ ଅନେକ ସମର୍ଥକ ବିଜେପି ପରିତ୍ୟାଗ କରି ବିଜୁ ଜନତା ଦଳରେ ସାମିଲ୍ ହେଇଛନ୍ତି । ବିଧାୟକଶ୍ରୀ ସାମଲ ଶ୍ରୀ ସାହୁ ଙ୍କୁ ବିଜେଡ଼ି ଦଳର ଉତରୀୟ ପ୍ରଦାନ କରି ଦଳ କୁ ସ୍ୱାଗତ କରିଥିଲେ । ଆଗାମୀ ଦିନରେ ବିଜେଡ଼ିଦଳ କୁ ଆହୁରି ସଙ୍ଗଠିତ କରି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ଷଷ୍ଠ ଥର ମୁଖ୍ୟମନ୍ତ୍ରୀ କରିବା ଏବଂ ଢେଙ୍କାନାଳସଂସଦୀୟ କ୍ଷେତ୍ରର ବିଜେଡ଼ି ସାଂସଦ ପ୍ରାର୍ଥୀ ଓ ସମସ୍ତ ବିଧାୟକ ପ୍ରାର୍ଥୀ ଙ୍କୁ ବିଜୟ କରିବା ପାଇଁ ଶ୍ରୀ ସାହୁ ଓ ତାଙ୍କ ସମର୍ଥକମାନେ ସଂକଳ୍ପ ନେଇଥିଲେ । କାର୍ଯ୍ୟକ୍ରମ ରେ ଉପ ନଗରପାଳ ପ୍ରକାଶ କୁଅଁର ଛାତ୍ର ସଭାପତି ସୁରଜ ମହାପାତ୍ର,କାଉନ୍‌ସିଲର ଅଭିମନ୍ୟୁ ପଣ୍ଡା, ଦୀପ୍ତି ରଞ୍ଜନ ସେଠୀ, ମିଲି ସାହୁ, ଯୁବ ନେତା ବୁବୁଲୀ ଧଳ, ବିନୋଦ ମହାନ୍ତି, ଜିଲ୍ଲାସମ୍ପାଦକ ରଞ୍ଜନ ନାୟକ, ବିମଳ ନାୟକ, ରାଜୁ ପାଣ୍ଡେ, ପୀତବାସ ସାହୁ, ବୀରବର ସାହୁ, କିଶାନ ମହାନ୍ତି, ଓଁ କାରପାଣ୍ଡେ, ନିରାକାର ରାଉତ, ପୂର୍ବତନ କାଉନସିଲର ଅନୁଷୟା ଦଳେଇ, ମୁକ୍ତଦେଇପୁର କ୍ଳବ୍ ର ସଭାପତି, ସମ୍ପାଦକ ଓସମସ୍ତ ସଭ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.

1 × 3 =