ଅହମଦିୟା ସମୁଦାୟ ପକ୍ଷରୁ ଜୀବନଜ୍ୟୋତି ମାନସିକ ଅନଗ୍ରସର ବିଦ୍ୟାଳୟରେ ରିଲିଫ ବଣ୍ଟନ !

ଢେଙ୍କାନାଳ : ଅହମଦିୟା ମୁସଲିମ ଯୁବ ସଂଗଠନ ତଥା ଅନ୍ତଃରାଷ୍ଟ୍ରୀୟ ରାହତ ସଂସ୍ଥା ହୁମାନିଟି ଫାଷ୍ଟ ପକ୍ଷରୁ ଗୋବିନ୍ଦପୁର ସ୍ଥିତ ଜୀବନଜ୍ୟୋତି ମାନସିକ ଅନଗ୍ରସର ବିଦ୍ୟାଳୟ ରେ ୧୫୦ ଛାତ୍ର ଛାତ୍ରୀ ମାନଙ୍କୁ ମଧ୍ୟାହ୍ନ ଭୋଜନ ତଥା ପୋଷାକ ବିତରଣ କରାଯାଇଥିଲା।ଅହମଦିୟା ମୁସଲିମ ସମୁଦାୟ ଏପରି ଭିନ୍ନକ୍ଷମ ଲୋକଙ୍କ ସେବାକୁ ହିଁ ମାଧବ ସେବା ବୋଲି ବିଶ୍ଵାସ କରି ମାନବ କଲ୍ୟାଣକାରୀ ସେବା କାର୍ଯ୍ୟ କରି ଆସୁଛି।

ଏହି କାର୍ଯ୍ୟକ୍ରମରେ ଅହମଦିୟା ମୁସଲିମ ପୂର୍ବ ଭାରତର ଉପ ସଭାପତି ସଫାରତ ଖାଁ, ଅହମଦିୟା ଯୁବ ସଂଗଠନ ତାଳବରକୋଟ ର ଅଧ୍ୟକ୍ଷ ଫିରୋଜ ଖାଁ, କରଡାପଲି ତିଗିରିଆ ଅହମଦିୟା ଯୁବ ସଂଗଠନର ଅଧ୍ୟକ୍ଷ ସେରାଫତ ଅଲ୍ଲୀ ଖାଁ, ଅହମଦିୟା ଯୁବ ସଂଗଠନ ଗୁଣ୍ଡିଚାପଡ଼ାର ଅଧ୍ୟକ୍ଷ ଜହୀର ଖାଁ ତଥା ଅନ୍ୟ ସହଯୋଗୀ ମାନେ ଯୋଗ ଦେଇଥିଲେ।

ସୂଚନାଯୋଗ୍ୟ ଯେ ଅହମଦିୟା ମୁସଲିମ ସମ୍ପ୍ରଦାୟ ସମାଜରେ ପ୍ରେମ ଶାନ୍ତି ତଥା ମାନବ ବାର୍ତ୍ତା ର ସ୍ଥାପନା ପାଇଁ ବିଶ୍ବର ୨୦୦ ରୁ ଅଧିକ ଦେଶରେ ପରିଚିତ ତଥା ପ୍ରଶଂସିତ ତଥା “ପ୍ରେମ ସଭିଙ୍କ ପାଇଁ, ଘୃଣା କାହା ପ୍ରତି ନାହିଁ” ଆଦର୍ଶ ବାକ୍ୟ ଟିକୁ ଆଖି ଆଗରେ ରଖି ସମାଜ ସେବା ଓ ଜୀବ କଲ୍ୟାଣରେ ଅଗ୍ରସର।

Leave A Reply

Your email address will not be published.

three + 19 =