ମହାବୀର ପୂଜା କମିଟି ତରଫରୁ ମହାବୀର ଜୟନ୍ତୀ ପାଳନ !

ଢେଙ୍କାନାଳ: ଢେଙ୍କାନାଳ ସହର ମହାବୀର ବଜାରସ୍ଥିତ ମହାବୀର ପୂଜାକମିଟି ତରଫରୁ ମହାବୀର ଜୟନ୍ତୀ ଓ ପଣାସଂକ୍ରାନ୍ତି ମହାସମାରୋହରେପାଳନ କରାଯାଇଅଛି । ସକାଳୁ ନୀତିକାନ୍ତିରେ ପୂଜା ଚାଲୁରହିଥିଲା ବେଳେ ଟଙ୍କ ତୋରାଣୀର ବ୍ୟବସ୍ଥା ହୋଇଥିଲା । ମଧ୍ୟାହ୍ନରେ ହୋମଯଜ୍ଞ ସହିତବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ପ୍ରସାଦସେବନ କରିଥିଲେ । ସଂଧ୍ୟାରେ ପଣା ବ୍ୟବସ୍ଥା ସହ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା । ସଭାପତି ରଞ୍ଜନକୁମାର ସାହୁ, ଲକ୍ଷ୍ମୀପୂଜା କମିଟି ସଭାପତି ଦୀପକ ପ୍ରସାଦ ପଟ୍ଟନାୟକ, କରୁଣାକର ଦଲେଇ, ରାକେଶ ପଟ୍ଟନାୟକ, ରବିନାରାୟଣ ଖୁଂଟିଆ ପ୍ରମୁଖଙ୍କସହିତ ସମସ୍ତ ସଦସ୍ୟ ଉକ୍ତ ପୂଜାକୁ ସୂଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

three × three =