ସ୍ୱପ୍ନେଶ୍ୱର ମନ୍ଦିର ପରିସରରେ ଥିବା ହନୁମାନ ଜୟନ୍ତୀ ଉତ୍ସବ ପାଳିତ !


ଢେଙ୍କାନାଳ : ଢେଙ୍କାନାଳ ସହର କୋରିଆଁସ୍ଥିତ ସ୍ୱପ୍ନେଶ୍ୱର ମନ୍ଦିର ପ୍ରାଙ୍ଗଣରେ ଥିବା ହନୁମାନ ଜୟନ୍ତୀ ଉତ୍ସବ ମହା ଆଡମ୍ବରରେ ପାଳିତକରାଯାଇଅଛି । ଚଳିତ ମାସ ୧୨ ତାରିଖ ଠାରୁ ୧୪ ତାରିଖ ପର୍ଯ୍ୟନ୍ତ ହନୁମାନ ମନ୍ଦିରର ମୁଖ୍ୟ କର୍ମକର୍ତା ଦିନେଶ କୁମାର ପ୍ରଧାନ, ସଂପାଦକ ଅଜୟକୁମାର ଦାସ, ଉପସଭାପତି ବସନ୍ତ ବେହେରା, କୋଷାଧ୍ୟକ୍ଷ ମନୋରଞ୍ଜନ ନାୟକ ଓ ସମସ୍ତ କର୍କମକର୍ତାଙ୍କ ମାଧ୍ୟମରେ ପୂଜା କାର୍ଯ୍ୟ ସମାପନ ହୋଇଥିବାବେଳେ ପ୍ରଦୀପ ମହାପାତ୍ର ଓ ଜନ୍ମେଜୟ ନାୟକଙ୍କ ଦ୍ୱାରା ପ୍ରତିଦିନ ସୂର୍ଯ୍ୟପୂଜା, ଗୋ-ପୂଜା ଓ ଯଜ୍ଞକାର୍ଯ୍ୟ ଏବଂ ରୁଦ୍ରାଭିଷେକ ପାଳନକରାଯାଇଥିଲା । ଏହା ସହିତ ହନୁମାନଚାଳିଶା ପଠନ, ପଂଚଉପଚାର ପୂଜା, ଯଜ୍ଞ ପୂର୍ଣ୍ଣହୁତି, ନାମସଂକୀର୍ତନ, ପଣାଭୋଗ ଲାଗି ଓ ପ୍ରସାଦସେବନ
ଭକ୍ତମାନେ ପାଇଥିଲେ ।

Leave A Reply

Your email address will not be published.

one × 5 =