ସମର କବି ବ୍ରଜନାଥ ବଡ଼ଜେନା ଓ ଡ଼ଃ ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳିତ !

ଢେଙ୍କାନାଳ : ଜିଲ୍ଲାପ୍ରଶାସନ ପକ୍ଷରୁ ସମର କବି ବ୍ରଜନାଥ ବଡ଼ଜେନା ଓ ଡ଼ଃ ବି. ଆର. ଆମ୍ବେଦକରଙ୍କ ଜୟନ୍ତୀ ପାଳନ କରଯାଇଛି । ଏହି ଅବସରରେ ଜିଲ୍ଲାପ୍ରଶାସନ ପକ୍ଷରୁ ଜିଲ୍ଲାପାଳ ଅମ୍ରିତ ଋତୁରାଜ, ଅତିରିକ୍ତ ଜିଲ୍ଲାପାଳ ରମେଶ ଚନ୍ଦ୍ର ସେଠୀ , ଜିଲ୍ଲା ସଂସ୍କୃତି ଅଧିକାରୀ ଓ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପ୍ରଥମେ ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ପରିସରରେ ଥିବା ତାଙ୍କ ପ୍ରତିମୂର୍ତ୍ତି ରେ ମାଲ୍ୟାର୍ପଣ କରିଥିଲେ । ଏହି ପ୍ରରିପ୍ରେକ୍ଷୀରେ ଜିଲ୍ଲାପାଳ ସମର କବିଙ୍କ କୃତିତ୍ୱ ଓ ତାଙ୍କର ମହାନତା ଓ ସମର କାବ୍ୟର ବିଶେଷତ୍ୱ ଉପରେ ନିଜର ଅଭିଭାଷଣ ରଖିଥିଲେ । ଏହାପରେ ୬ ନଂ ୱାର୍ଡ ସ୍ଥିତ ଶିଶୁ ଉଦ୍ୟାନ ରେ ଥିବା ସମର କବିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

ଏହା ପରେ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରେ ଥିବା ଡ଼ଃ. ବି ଆର. ଆମ୍ବେଦକରଙ୍କ ୧୩୩ ତମ ଜୟନ୍ତୀ ପର୍ବରେ ଯୋଗଦେଇ ସମ୍ବିଧାନ ପ୍ରଣେତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଥିଲେ ।

Leave A Reply

Your email address will not be published.

nineteen + thirteen =