ଭୁବନ ହନୁମାନ ଜୟନ୍ତୀରେ ରକ୍ତଦାନ ଶିବିର ଅନୁଷ୍ଠିତ: ୫୬ ୟୁନିଟ ରକ୍ତ ସଂଗୃହିତ !

ଢ଼େଙ୍କାନାଳ: ଭୁବନ ବ୍ଲକ ଅନ୍ତର୍ଗତ ଅନଳ ଗ୍ରାମରେ ହନୁମାନ ଜୟନ୍ତୀ ଉପଲକ୍ଷେ ନେତାଜୀ ପ୍ରଭାତ ଶାଖା, ରାଷ୍ଟ୍ରୀୟ ସ୍ୱୟଂସେବକ ସଙ୍ଘ(ଆର୍ ଏସ୍ ଏସ୍) ଅନଳ, ଭୂବନ, ଢେଙ୍କାନାଳ ତରଫରୁ ଏକ ସ୍ୱେଚ୍ଛାକୃତ ରକ୍ତଦାନ ଶିବିର ସଫଳ ଭାବେ ଆୟୋଜିତ ହୋଇଯାଇଅଛି।ଏହି ରକ୍ତଦାନ ଶିବିରରେ ଆର୍ ଏସ୍ ଏସ୍ ୫୬ ଜଣ ସ୍ୱୟଂସେବକ ରକ୍ତଦାନ କରିଥିଲେ। ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଡାକ୍ତର ପ୍ରେମାନନ୍ଦ ସାହୁ, ଷ୍ଟାଫ୍ ନର୍ସ ବିନୋଦିନୀ ଯୋଗାନୀଆ, ଲାବ୍ ଟେକ୍ନିସିଆନ୍ ପରମାନନ୍ଦ ପଣ୍ଡା, ଆଟେନାଣ୍ଟ୍ ବରୁଣ ସାହୁ, ଆଟେନାଣ୍ଟା ତପନ ଜେନା, ଆଟେନାଣ୍ଟ ଅଜୟ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ରକ୍ତ ସଂଗ୍ରହ କରିଥିଲେ l ସ୍ୱୟଂ ସେବକ ମଳୟ ରଞ୍ଜନ ସାହୁ, ଦିପକ୍ କୁମାର ସାହୁ, ଦିଲ୍ଲୀପ୍ କୁମାର ନାୟକ, ଚିନ୍ମୟ କୁମାର ସାହୁ, ଗୁଡୁ ସାହୁ, ପିଣ୍ଟୁ ସାହୁ, ରିଣ୍ଟୁ ପରିଡା, ସୋନୁ ସେଠୀ, ଜ୍ଞାନ ସାହୁ, ବାପିନା ପରିଡା, ଟୁବୁ ପରିଡା, ସିଦ୍ଧାର୍ଥ ସାହୁ, କୁନୁ ପୃଷ୍ଟି ପ୍ରମୁଖ ଏହି ରକ୍ତଦାନ ଶିବିରକୁ ସଫଳ ରୂପେ ପରିଚାଳନା କରିଥିଲେ l ସ୍ୱୟଂସେବକ ମାନଙ୍କ ଏଇଭଳି ଜନ ସେବା କାର୍ଯ୍ୟକ୍ରମ ପାଇଁ ଅଞ୍ଚଳବାସି ପ୍ରଂଶସା କରିଥିବା ଜଣାପଡିଛି l

Leave A Reply

Your email address will not be published.

15 − 3 =