ଭୁବନ ଅଞ୍ଚଳରେ ମହାବିଷୁବ ସଂକ୍ରାନ୍ତି,ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ପାଳିତ !

ଢ଼େଙ୍କାନାଳ : ଭୁବନ ଅଞ୍ଚଳରେ ମହାବିଷୁବ ପଣା ସଂକ୍ରାନ୍ତି,ଝାମୁ ଯାତ୍ରା ଓ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଭୁବନର ଆରାଧ୍ୟ ଦେବତା ବାବା ବୁଦ୍ଧେଶ୍ୱର ଙ୍କ ପୀଠରେ ପ୍ରାତଃ ସମୟରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଶ୍ରଦ୍ଧାଳୁ ଭକ୍ତ ମାନେ ଧାଡ଼ିରେ ଠିଆ ହୋଇ ବାବା ବୁଦ୍ଧେଶ୍ୱର ଙ୍କୁ ଦର୍ଶନ କରିଥିଲେ । ୧ ନମ୍ବର ୱାର୍ଡ ସ୍ଥିତ କାଶୀ ବିଶ୍ଵନାଥ ମନ୍ଦିର ପରିସରରେ ଥିବା ହନୁମାନ ମନ୍ଦିର,ପାଲା ମଣ୍ଡପ ସ୍ଥିତ ହନୁମାନ ମନ୍ଦିର ଓ ଶ୍ରୀରାମ ମନ୍ଦିର ରେ ହନୁମାନ ଜୟନ୍ତୀ ପାଳିତ ହୋଇଯାଇଛି। ଭକ୍ତ ମାନେ ହନୁମାନ ଚାଳିଶା ପାଠ କରିଥିଲେ। ବାଟ ମଙ୍ଗଳା ଓ ବାଟ ତାରିଣୀ ପୀଠରେ ଧୁମ୍ ଧାମରେ ପଣା ସଂକ୍ରାନ୍ତି ପାଳିତ ହୋଇଥିଲା । ଡାକ ବଙ୍ଗଳା ସମ୍ମୁଖସ୍ଥ ମଙ୍ଗଳା ମନ୍ଦିର ପରିସରରେ ଝାମୁ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମାନସିକ ବ୍ରତଧାରୀ ନିଆଁ ରେ ଚାଲିଥିଲେ । ଝାମୁ ଯାତ୍ରା ଦେଖିବାକୁ ପ୍ରବଳ ଜନ ସମାଗମ ହୋଇଥିଲା । ଭୁବନ ବ୍ଲକର ପ୍ରସିଦ୍ଧ ଶକ୍ତି ପୀଠ ବାରୁଆଁ ମା ମଙ୍ଗଳା ପୀଠ ଓ ଓଡିଶ ମା ଚର୍ଚ୍ଚିକା ପୀଠରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ଧୁମଧାମରେ ପାଳିତ ହୋଇଯାଇଛି l ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରିବା ସହିତ ପଣା ଭୋଗ ଲାଗିକରାଯିବା ସହ ମାନସିକ ଥିବା ମାଟି ଘୋଡା ମାଙ୍କୁ ଅର୍ପଣ କରିଥିଲେ l ବିଭିନ୍ନ ସ୍ଥାନରେ ଥିବା ହନୁମାନ ମନ୍ଦିର ସମେତ ଗାଁ ଗହଳିରେ ଥିବା ଦେବୀପୀଠରେ ମହାବିଷୁବ ଓ ପଣା ସଂକ୍ରାନ୍ତି ପାଳିତ ହୋଇଥିବା ବେଳେ ପ୍ରତିବର୍ଷ ପରି ହନୁମାନ ଜୟନ୍ତି ଓ ପଣା ସଂକ୍ରାନ୍ତି ଧୁମ ଧାମରେ ପାଳିତ ହୋଇଯାଇଛି l ବାରୁଆଁରେ ମା ମଙ୍ଗଳାଙ୍କ ପୀଠରେ ଶହରୁ ଉର୍ଦ୍ଧ ଦୋକାନ ବଜ଼ାର ପଡ଼ିଥିବା ସହ ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା l ମାନସିକଧାରି ମାନେ ଘଣ୍ଟପାଟୁଆଙ୍କ ଝାମୁ ଯାତ୍ରାରେ ଉପସ୍ଥିତ ହୋଇ ନିଜନିଜର ପିଲାଙ୍କ ମଙ୍ଗଳ କାମନା ପୂରଣ କରିଥିଲେ l ସେହିପରି ଓଡିଶ ଚର୍ଚ୍ଚିକା ପିଠ ଓ ବଡକାଠିଆ ମଙ୍ଗଳା ପୀଠରେ ପୂଜାର୍ଚନା କରାଯାଇଥିଲା l ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ମାଙ୍କ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଥିଲେ l ପଶୁ ବଳି ସମ୍ପୂର୍ଣ ବନ୍ଦ କରାଯାଇଥିବା ଦେଖିବାକୁ ମିଳିଥିଲା l ଭୁବନ ପୋଲିସ ପକ୍ଷରୁ ପ୍ରତ୍ୟେକ ପୀଠରେ ବ୍ୟାପକ ବ୍ୟବସ୍ଥା କରାଯାଇଥିଲା l

Leave A Reply

Your email address will not be published.

1 + 14 =