ମୀନାବଜାର ମଉଡମଣି ରାଜଲକ୍ଷ୍ମୀ ଓ ଶ୍ରୀ ଦୋଳଗୋବିନ୍ଦଜୀଉଙ୍କର ନୂତନ ମନ୍ଦିର ନିର୍ମାଣର ଶିଳାନ୍ୟାସ !

ଢେଙ୍କାନାଳ : ଶ୍ରୀ ଶ୍ରୀ ମଉଡମଣି ରାଜଲକ୍ଷ୍ମୀ ପୂଜା ପ୍ରତିଷ୍ଠାନ, ମୀନାବାଜରର ମା’ ରାଜଲକ୍ଷ୍ମୀ ଓ ଶ୍ରୀଦୋଳଗୋବିନ୍ଦଜୀଉଙ୍କର ନୂତନ ମନ୍ଦିର ନିର୍ମାଣର ଶିଳାନ୍ୟାସ ପୂଜା ଓ ଶୁଭପ୍ରସ୍ତର ସ୍ଥାପନ ନୀତିକାନ୍ତି ଅଦ୍ୟତା.୧୧.୦୪.୨୦୨୪ରିଖ ଗୁରୁବାର ଦିନ ମୁଖ୍ୟ ପୂଜକ ନରୋତମ ଦାସ ଓ ରବି ନନାଙ୍କ ଦ୍ୱାରା ସମ୍ପୂର୍ଣ୍ଣ ହୋଇଯାଉଅଛି ।ମନ୍ଦିର ନିର୍ମାଣ ଶିଳ୍ପୀ ଶରତ ଚନ୍ଦ୍ର ରାଉତ ଶୁଭ ପ୍ରସ୍ତର ସ୍ଥାପନରେ ସହାୟତା ପ୍ରଦାନ କରିଥିଲେ । ନୂତନ ମନ୍ଦିର ନିର୍ମାଣରଏହି ଶୁଭ ଅବସରରେ ଟ୍ରଷ୍ଟର ଅଧ୍ୟକ୍ଷ ଲଳିତ କୁମାର ପଟ୍ଟନାୟକ, ପୂଜାକମିଟି ସଭାପତି ରବି ନାରାୟଣ ମହାନ୍ତି, ଟ୍ରଷ୍ଟଉପାଧ୍ୟକ୍ଷ ବିରଂଚି ନାରାୟଣ ସାହୁ, ଟ୍ରଷ୍ଟ ସଂପାଦକ ପ୍ରଫୁଲ୍ଲ କୁମାର ବେହେରା, ପୂଜା କମିଟି କାର୍ଯ୍ୟକାରୀ ସଭାପତିନିରୋଦ କୁମାର ସାହୁ, ସଂପାଦକ ପୀତବାସ ସାହୁ, ଟ୍ରଷ୍ଟ ଟ୍ରେଜରର ଲୋକନାଥ ମହାପାତ୍ରଙ୍କ ସମେତ ଟ୍ରଷ୍ଟ ଓ ପୂଜାକମିଟିର କର୍ମକର୍ତା ଦିଲ୍ଲୀପ କୁମାର ସାହୁ, ରବିନାରାୟଣ ପଟ୍ଟନାୟକ, ନରେନ୍ଦ୍ର କୁମାର ସାହୁ, ଦୟାନିଧି ବେହେରା,ପ୍ରଦୀପ କୁମାର ସାହୁ, ସୁଧାଂଶୁ କୁମାର ସାହୁ, ପ୍ରଫୁଲ୍ଲ କୁମାର ସାହୁ, କୃଷ୍ଣଚନ୍ଦ୍ର ଦେବତା, ରାଜେନ୍ଦ୍ର ହିନ୍ଦୁଚା, ଧନେଶ୍ୱରମହାପାତ୍ର, ଶ୍ରୀକାନ୍ତ କୁମାର ମହାପାତ୍ର, ପ୍ରଭାତ କୁମାର ଦଳେଇ, ସୁବ୍ରତ କୁମାର ସାହୁ, କେଶବ ରାଓ ଓ ଅନ୍ୟ ସଭ୍ୟପ୍ରମୁଖ ଉପସ୍ଥିତ ରହି ଏହି ଶୁଭକାର୍ଯ୍ୟ ତଦାରଖ କରିଥିଲେ ।

Leave A Reply

Your email address will not be published.

4 × 3 =