ବାଜିଚୌକସ୍ଥିତ ନବ ନିର୍ମିତ ମା’ ବାଟମଙ୍ଗଳା ମନ୍ଦିର ନିର୍ମାଣାର୍ଥେ କଳସ ଯାତ୍ରା ଅନୁଷ୍ଠିତ !

ଢେଙ୍କାନାଳ : ବାଜିଚୌକସ୍ଥିତ ଓଭର୍ ବ୍ରିଜ୍ ତଳେ ମା\’ ବାଟ ମଙ୍ଗଳାଙ୍କ ନୂତନ ମନ୍ଦିର ସ୍ଥାପନ ନିମନ୍ତେ ୧୫୧ପୁରୁଷ ଓ ମହିଳାଙ୍କ ଦ୍ୱାରା କଳସ ଶୋଭାଯାତ୍ରା ସ୍ଥାନୀୟ ବ୍ରାହ୍ମଣୀ ନଦୀ କମଗରା ଘାଟ ଠାରୁ ପୂଜାର୍ଚ୍ଚନା କରାଯାଇସଂକୀର୍ତନ ସହ ଏବଂ ବାଦ୍ୟ ଦ୍ୱାରା ସହର ପରିକ୍ରମା କରି ମନ୍ଦିର ପ୍ରାଙ୍ଗଣରେ ସ୍ଥାପନ ହୋଇ ଅଧିବାସ କାର୍ଯ୍ୟ ଆରମ୍ଭହୋଇଥିଲା । ଏ ମନ୍ଦିର ପ୍ରତିଷ୍ଠା ଉତ୍ସବରେ ୧୦ ତାରିଖରୁ ଆରମ୍ଭ ହୋଇ ଆସନ୍ତା ୧୨ ତାରିଖରେ ବିଗ୍ରହ ପ୍ରତିଷ୍ଠାସହିତ ପୂର୍ଣ୍ଣହୁତି ଓ ପ୍ରସାଦସେବନ ଅନୁଷ୍ଠିତ ହେବ । ଅନୁଗୁଳର ମୁଖ୍ୟ ପୂଜକ ଅଶୋକ କର ଓ ତାଙ୍କ ସାଥୀମାନେସମସ୍ତ ପୁଜାକୁ ସୂଚାର ରୂପେ ପାଳନ କରୁଥିବାବେଳେ କର୍ତା ରୁନିଆ ସାହୁ, ସଭାପତି ଶ୍ରୀକାନ୍ତ ରଣା, ଉପସଭାପତିନିର୍ମଳ ରାଉତ, କୋଷାଧ୍ୟକ୍ଷ ଜିତେନ୍ଦ୍ର ବେହେରା, କର୍ମକର୍ତା ଶଶି ପାଣ୍ଡେ, ମେଘନାଦ ସାହୁ, ଅମିତ୍ ପାଣ୍ଡେ, ଆଶୁତୋଷଦାସ, ମନୋରଞ୍ଜନ ଜେନା, ମଦନ ବେହେରା, ପିନୁ ରାଉତ, ବିଶ୍ୱଜିତ୍ ବେହେରା, ତୁଷାର ମଲ୍ଲିକ, ଗୁଡୁ ସିଂ, ଶିବୁରାଉତ ପ୍ରମୁଖ କାର୍ଯ୍ୟକ୍ରମକୁ ସହଯୋଗ କରୁଛନ୍ତି ।

Leave A Reply

Your email address will not be published.

6 − 4 =