ଭୁବନ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ର ସର୍ବ ପୁରାତନ ଘରୋଇ ବିଦ୍ୟାଳୟ ଶ୍ରୀ ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ର ୩୫ ତମ ବାର୍ଷିକୋତ୍ସବ ମହା ସମାରୋହରେ ପାଳିତ ହୋଇଯାଇଛି। ବିଦ୍ୟାଳୟ ପରିଚାଳନା କମିଟି ସଭାପତି ହୃଷୀକେଶ ସାହୁ ଙ୍କ ଅଧ୍ୟକ୍ଷତା ଓ ଶିକ୍ଷକ ରତିକାନ୍ତ ସାହୁ ଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୃତ୍ତିକା ଓ ଜଳ ବିଭାଜିକା ମିଶନ ର ପୂର୍ବତନ ପ୍ରକଳ୍ପ ନିର୍ଦ୍ଦେଶକ ଡ଼ଃ କୃଷ୍ଣଚନ୍ଦ୍ର ଆଏଚ ମୁଖ୍ୟ ଅତିଥି ଭାବେ ଯୋଗଦେଇ କହିଥିଲେ ଯେ,ପୂର୍ଣ୍ଣାଙ୍ଗ ଶିକ୍ଷା ବର୍ତ୍ତମାନ ଶିକ୍ଷାର ମାର୍ଗ ଦର୍ଶକ। ଶିକ୍ଷା ହିଁ ଏମିତି ଏକ ଅସ୍ତ୍ର ଯାହା ବିଶ୍ୱକୁ ପରିବର୍ତ୍ତନ କରିଦେଇଥାଏ ବୋଲି ମତବ୍ୟକ୍ତ କରିଥିଲେ ।ସମ୍ମାନିତ ଅତିଥି ଭାବେ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ର ପୂର୍ବତନ ମହାପ୍ରବନ୍ଧକ ଧନେଶ୍ଵର ସାହୁ,ଅବସରପ୍ରାପ୍ତ ହିନ୍ଦୀ ଶିକ୍ଷକ ବାଳକୃଷ୍ଣ ସାହୁ ଯୋଗଦେଇଥିଲେ । ଅଧ୍ୟକ୍ଷ ଦୀନବନ୍ଧୁ ବେହେରା ବିଦ୍ୟାଳୟ ର ସଫଳତା ଓ ଅଭାବ ଅସୁବିଧା ସଂପର୍କରେ ବିବରଣୀ ପାଠ ଜରିଆରେ ଅତିଥିଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଉପସଭାପତି ବ୍ରହ୍ମାନନ୍ଦ ସାହୁ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିବା ବେଳେ ସମ୍ପାଦକ ବିଶ୍ଵ ଭୂଷଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ। ବିଦ୍ୟାଳୟର ଶ୍ରେଷ୍ଠ ଛାତ୍ର ନୀର୍ଲିପ୍ତ ପ୍ରିୟ ରଞ୍ଜନ ନାୟକ,ଶ୍ରେଷ୍ଠ କଳାକାର ପ୍ରିୟ ଦର୍ଶିନି ବେହେରା ଙ୍କ ସମେତ କୃତୀ ବିଦ୍ୟାର୍ଥୀ ମାନଙ୍କୁ ଅତିଥି ଙ୍କ ଦ୍ଵାରା ପୁରସ୍କୃତ କରାଯାଇଥିଲା। ଶେଷରେ କୁନି କୁନି ପିଲାଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ବେଣୁଧର ଗୁରୁ,ଜଗବନ୍ଧୁ ସାଥୁଆ ମହାପାତ୍ର, ପ୍ରଭାତ କୁସୁମ ଶତପଥୀ,ତପନ କୁମାର ସାମନ୍ତ,କୈଳାସ ଚନ୍ଦ୍ର ସାହୁ,ମମତା ପୃଷ୍ଟି ,ଅନିତା ମିଶ୍ର,ସୁଜାତା ମିଶ୍ର ଙ୍କ ସମେତ ବିଦ୍ୟାଳୟର ସମସ୍ତ ଅପା ଓ ଭାଇ ମାନେ ସକ୍ରିୟ ଅଂଶ ଗ୍ରହଣ ଓ ସହଯୋଗ କରିଥିଲେ।

Leave A Reply

Your email address will not be published.

twelve − five =