ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ ପାଳନ !


ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ୍ ଅନ୍ତର୍ଗତ ମୋଟଙ୍ଗା ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ପରିସରରେ ରାଷ୍ଟ୍ରୀୟହିନ୍ଦୁ ନବବର୍ଷ ବିଦ୍ୟାଳୟର ପ୍ରଧାନ ଆଚାର୍ଯ୍ୟ ମିଲୁ ଚରଣ ଦେହୁରୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ଆଚାର୍ଯ୍ୟ
କ୍ଷୀରୋଦ କୁମାର ସାହୁ ମଂଚାସୀନ ଅତିଥିଙ୍କର ପରିଚୟ ପ୍ରଦାନ କରିଥିବାବେଳେ ଶିଶୁବାଟିକା ପ୍ରମୁଖ ରତ୍ନପ୍ରଭା ସାହୁ
ରାଷ୍ଟ୍ରୀୟ ହିନ୍ଦୁ ନବ ବର୍ଷର ମୂଲ୍ୟଯୁକ୍ତ ମହତ୍ୱ ବିଷୟରେ ଆଲୋକପାତ କରିଥିଲେ । ଆଚାର୍ଯ୍ୟ ପ୍ରିୟଙ୍କା ସାହୁ, ପୂଜା ନାୟକ,
ପିଙ୍କିରାଣୀ ଦାଶ ଓ ଶିଶୁ ଭାରତୀର ଶିଶୁ ଭାଇଭଉଣୀ ମଂଚ ପରିଚାଳନାରେ ସହଯୋଗ ରଖିଥିଲେ । ଆଚାର୍ଯ୍ୟା ପ୍ରିୟତମା
ସାହୁ ଧନ୍ୟବାଦ ଅର୍ପଣ କରିଥିଲେ । ଶେଷରେ ଶାଖା ଲଗାଯାଇ ଉକ୍ତ ଦିନର କାର୍ଯ୍ୟକୁ ସମାପନ କରାଯାଇଥିଲା ।

Leave A Reply

Your email address will not be published.

19 − 1 =