ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ !

ଢ଼େଙ୍କାନାଳ : ଢେଙ୍କାନାଳ ଜିଲ୍ଲା ସରାଙ୍ଗ ଠାରେ ଅବସ୍ଥିତ ପିଏମଶ୍ରୀ ଜବାହର ନବୋଦୟ ବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସଂଘ ତରଫରୁ ପଚିଶ ତମ ପ୍ରତିଷ୍ଠା ଉତ୍ସବ ପାଳନ ହୋଇଯାଇଛି । ଆୟୋଜିତ ହୋଇଥିବା ଏହି ଉତ୍ସବ ଆରମ୍ଭରେ ରନ୍ ଫର୍ ଫନ୍ କାର୍ଯ୍ୟକ୍ରମ ରେ ଶତାଧିକ ପୂରାତନ ଛାତ୍ର ଛାତ୍ରୀ ଓ ବିଦ୍ୟାଳୟ ର ଅଧ୍ୟୟନରତ ବିଦ୍ୟାର୍ଥୀ ଅଂଶଗ୍ରହଣ କରିଥିଲେ । ଏଥିସହିତ ପୂରାତନ ଛାତ୍ର ସଂଘ ଓ ଶିକ୍ଷକ ମାନଙ୍କ ମଧ୍ୟ ରେ ଏକ ବନ୍ଧୁତ୍ୱପୂର୍ଣ୍ଣ କ୍ରିକେଟ ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା । ପରେ ବିଦ୍ୟାଳୟ ପରିସରରେ ଥିବା ସାଂସ୍କୃତିକ ଭବନ ଠାରେ ଜଗନ୍ନାଥଙ୍କ ନୀକଟରେ ପ୍ରଦୀପ ପ୍ରଜ୍ବଳନ ସହ ସାଂସ୍କୃତିକ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଥିଲା । ପ୍ରଥମେ ବିଦ୍ୟାଳୟ ସହ ଜଡିତ ଥିବା ଦିଗବନ୍ତ ମାନଙ୍କ ଲାଗି ନିରବ ପ୍ରାର୍ଥନା କରାଯାଇଥିଲା। ଏହି କାର୍ଯ୍ୟକ୍ରମ ଅବସରରେ ମୁଖ୍ୟ ଅତିଥି ରୂପେ ପୂର୍ବତନ ଅଧ୍ୟକ୍ଷା ପାର୍ବତୀ ପ୍ରଧାନ ଯୋଗଦେଇ ବିଦ୍ୟାଳୟ ର କୃତି ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କାର ଓ ମାନପତ୍ର ପ୍ରଦାନ କରିଥିଲେ। ଏଥିସହିତ ପୂରାତନ ଛାତ୍ର ସଂଘ ତରଫରୁ ଅତିଥି ତଥା ଶିକ୍ଷକ ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା । ପରେ ଅତିଥି ମାନଙ୍କ ଦ୍ବାରା ଅଭିଭାଷଣ ପ୍ରଦାନ କରାଯାଇଥିଲା । ଉତ୍ସବ ରେ ଶିକ୍ଷାନୁଷ୍ଠାନ ସହ ପ୍ରାରମ୍ଭ ରୁ ଜଡିତ ପୂରାତନ ଅଧ୍ୟକ୍ଷା ପାର୍ବତୀ ପ୍ରଧାନ ଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟିତ୍ରୀ , ଶତାଧିକ ପୂରାତନ ଛାତ୍ର ଛାତ୍ରୀ ଯୋଗଦାନ କରି ବିଗତ ବର୍ଷ ଗୁଡ଼ିକର ସ୍ମୃତି କୁ ରୋମନ୍ଥନ କରିବାର ସୁଯୋଗ ପାଇଥିଲେ ଯାହା କି ଏକ ବିଶାଳ ପରିବାର ର ଭେଟଘାଟ ଉସ୍ଛବ ର ଭ୍ରମ ସୃଷ୍ଟି କରିଥିଲା । କାର୍ଯ୍ୟକ୍ରମ ରେ ଅଂଶଗ୍ରହଣ କରିଥିବା ପ୍ରତ୍ୟେକ ସଦସ୍ୟ ଉସ୍ଛାହ ଉଦ୍ଦିପନା ର ସହ ବିଦ୍ୟାଳୟ ଓ ପରସ୍ପର ପ୍ରତି ଥିବା ଆତ୍ମୀୟତା ପ୍ରଦର୍ଶନ କରିଥିଲେ ।ପୂରାତନ ଛାତ୍ର ସଂଘ ସଭାପତି ସୌମ୍ୟା ମିଶ୍ର , ସମ୍ପାଦକ ଦିପ୍ତି ସାମନ୍ତ ଙ୍କ ନେତୃତ୍ୱ ଏବଂ ବିଦ୍ୟାଳୟ ର ଅଧ୍ୟକ୍ଷା ପ୍ରତିମା ମିଶ୍ର ଙ୍କ ସହଯୋଗ ରେ ଆୟୋଜନ ହୋଇଥିବା ଏହି ଉତ୍ସବ ରେ NAAO ‘ନାଓ’ ସଭାପତି ଆଶାଭାନୁ ସ୍ୱାଇଁ ଙ୍କ ସମେତ ସମଗ୍ର ରାଜ୍ୟ ଏବଂ ରାଜ୍ୟ ବାହାରରୁ ବହୁ ପୂରାତନ ଛାତ୍ର ଛାତ୍ରୀ ଅଂଶଗ୍ରହଣ କରିଥିଲେ ।

Leave A Reply

Your email address will not be published.

4 × three =