ହିନ୍ଦୋଳ ଉପଖଣ୍ଡ ଓକିଲ ସଙ୍ଘର ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ !

ଢେଙ୍କାନାଳ : ଜିଲ୍ଲାର ହିନ୍ଦୋଳ ଉପଖଣ୍ଡ ଓକିଲ ସଂଘର ନବନିର୍ବାଚିତ କର୍ମକର୍ତା ମାନଙ୍କର ଶପଥ ଉତ୍ସବ ଆଜି ଅନୁଷ୍ଠିତ ହୋଇଯାଇଛି!ଆଜି ଦିନ ୧୧ଘଣ୍ଟା ସମୟରେ କୋର୍ଟ ଓକିଲ ସଂଘ ସଭାଗୃହ ଠାରେ ନିର୍ବାଚନ ଅଧିକାରୀ ବରିଷ୍ଠ ଆଇନଯିବି ଦିବାକର ଦାସ ନବନିର୍ବାଚିତ କର୍ମକର୍ତ୍ତା ମାନଙ୍କୁ ଶପଥପାଠ କରାଇଥିଲେ!ସଙ୍ଘର ସଭାପତି ଭାବରେ ଆଇନଜୀବୀ ମନୋଜ କୁମାର ମହାଳିକ, ସମ୍ପାଦକ ସଞ୍ଜୟ କୁମାର ପଟ୍ଟନାୟକ, ଉପସଭାପତି ଦେବାନନ୍ଦ ପଟ୍ଟନାୟକ, ସହସମ୍ପାଦକ ପ୍ରକାଶ ଚନ୍ଦ୍ର ନାୟକ,କୋଷାଧ୍ୟକ୍ଷ୍ୟ ତପନ କୁମାର ପରିଡା ନିର୍ବାଚିତ ହୋଇ ଶପଥ ପାଠ କରିଥିଲେ!ସେହିପରି କାର୍ଯ୍ୟକାରୀ ସଦସ୍ୟ ଭାବରେ ଆଇନଯିବି ଅରୁଣ କୁମାର ଦାସ, କ୍ଷିତୀଶ କୁମାର ସର, ଅଭୟ କୁମାର ଆଚାର୍ଯ୍ୟ, ହିମାଂଶୁ ଭୂଷଣ ମିଶ୍ର, ପ୍ରଶାନ୍ତ କୁମାର ପତି ପ୍ରମୁଖ ଶପଥ ଗ୍ରହଣ କରିଥିଲେ!ଶପଥ ଗ୍ରହଣପରେ ନବନିର୍ବାଚିତ କର୍ମକର୍ତ୍ତା ମାନେ ଜନସାଧାରଣଙ୍କୁ ନ୍ୟାୟପ୍ରଦାନ କ୍ଷେତ୍ରରେ ନିଷ୍ଠାର ସହ କାର୍ଯ୍ୟ କରିବା ସହ ସଂଘର ସୁନାମ ବଢାଇବା ଦିଗରେ ଯତ୍ନଶୀଳ ହେବା ସହ ସମାଜରେ ବିଭିନ୍ନ ସାମାଜିକ, ଜନହିତକର କାର୍ଯ୍ୟରେ ମଧ୍ୟ ସମସ୍ତ ଉଦ୍ୟମ କରିବେବୋଲି ପ୍ରକାଶ କରିଥିଲେ!ଆଜିର ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମରେ ସଙ୍ଘର ବରିଷ୍ଠ ଆଇନଜୀବୀ ତଥା ହିନ୍ଦୋଳ ଓକିଲ ସଙ୍ଘର ପୂର୍ବତନ ସଭାପତି ଶ୍ରୀଯୁକ୍ତ ବ୍ରହ୍ମାନନ୍ଦ ପଟ୍ଟନାୟକ ଙ୍କ ସହିତ କାମାକ୍ଷାପ୍ରସାଦ ଦାସ, ସୁରେଶ ଚନ୍ଦ୍ର ବାରିକ, ଦୀପ୍ତିକାନ୍ତ ପ୍ରଧାନ, ବିବେକାନନ୍ଦ ପଣ୍ଡା, ପ୍ରଶାନ୍ତ ସାହୁ, ମନୋଜ ସାମଲ ଉମେଶ ଖୁଣ୍ଟିଆ ଙ୍କ ସହିତ ସମସ୍ତ ଆଇନଜୀବୀ ମାନେ ଏବଂ ବରିଷ୍ଠ ସାମ୍ବାଦିକମାନେ ଯୋଗଦେଇଥିଲେ!ଏହି ଅବସରରେ ସଂଘ ନବନିର୍ବାଚିତ ସଭାପତି ମନୋଜ ମହାଳିକ ହିନ୍ଦୋଳରେ ଏକ ଜିଲ୍ଲା କୋର୍ଟ ପ୍ରତିଷ୍ଠା କରିବା ଦିଗରେ ସମସ୍ତେ ସହଯୋଗ କରିବାକୁ ଏବଂ ସଙ୍ଘର ସମସ୍ତ ସଦସ୍ୟ ଏକଜୁଟ ହୋଇ କାର୍ଯ୍ୟ କରିବାକୁ ଆହ୍ୱାନ କରିଥିଲେ!!

Leave A Reply

Your email address will not be published.

seventeen + 3 =