ଗଜମରା ଗ୍ରାମରେ ବାରୁଣୀ ଯାତ୍ରା !

ଢେଙ୍କାନାଳ : ଢେଙ୍କାନାଳ ଗଜମରା ଗ୍ରାମରେ ବାରୁଣୀ ଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି ।ଏହି ବାରୁଣୀ ଯାତ୍ରା ରେ ଦେଓପଡା, ତାଳବରକୋଟ ଓ ଗଜମରା ଗ୍ରାମର ଦୋଳବିମାନ ବିରାଟ ରୋଷଣୀ ଦ୍ୱାରାସାହି ପରିକ୍ରମା କରିଥିଲେ । ବାଜା, ବାଣ, ରୋଷଣୀ ଓ ଲଉଡ଼ି ବାଡି ଖେଳ ଓ ଚାଙ୍ଗୁବାଦ୍ୟ ଦ୍ୱାରା ରାଧାକୃଷ୍ଣଙ୍କ ଠାକୁରଙ୍କ ମେଲଣ ଯାତ୍ରା ସଂପୂର୍ଣ୍ଣ ହୋଇଥିଲା । ପରେ ଅପେରା ମଧୁ ବାସନ୍ତୀ ଦ୍ୱାରା ନାଟକ ପରିବେଷଣକରାଯାଇଥିଲା । ଏହି ଯାତ୍ରାରେ ପାଂଚ ହଜାର ରୁ ଉର୍ଦ୍ଧ୍ୱ ଜନସାଧାରଣ ଉପଭୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମକୁଗଜମରା ଗ୍ରାମର ସଭାପତି ଶିବରାମ ସ୍ୱାଇଁ, ସମ୍ପାଦକ ବିପିନ୍ ବିହାରୀ ସ୍ୱାଇଁ ଓ ସମସ୍ତ ସଭ୍ୟମାନେ ସୁଚାରୁ ରୂପେ ପରିଚାଳନା କରିଥିଲେ ।

Leave A Reply

Your email address will not be published.

17 + 9 =