ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ସମ୍ମିଳନୀ ଅନୁଷ୍ଠିତ !

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ବ୍ଲକ୍ ଅନ୍ତର୍ଗତ ପାରିମାଳ ଅବସରପ୍ରାପ୍ତ କର୍ମଚାରୀ ଭବନ ପଣ୍ଡୁଆ ଠାରେ ଜିଲ୍ଲାସ୍ତରୀୟ ଅବସରପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକମାନଙ୍କର ସମ୍ମିଳନୀ ହୋଇଥିଲା । ଉକ୍ତ ସମ୍ମିଳନୀରେଅବସରପ୍ରାପ୍ତ ଜିଲ୍ଲା ଶାରୀରିକ ଶିକ୍ଷା ନିରୀକ୍ଷକ ଜୟକୃଷ୍ଣ ପଟ୍ଟନାୟକଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଅନୁଷ୍ଠିତହୋଇଥିଲା । ସମ୍ମାନିତ ଅତିଥି ଭାବେ ଅବସର ପ୍ରାପ୍ତ ଜିଲ୍ଲା କ୍ରୀଡା ଅଧିକାରୀ ଗିରିଜାକାନ୍ତ ମହାନ୍ତି, ଜିଲ୍ଲା କ୍ରୀଡାଅଧିକାରୀ ପ୍ରଦୀପ୍ତ କୁମାର ମହାନ୍ତି, ଅବସରପ୍ରାପ୍ତ ପ୍ରଧାନଶିକ୍ଷକ ପ୍ରମୋଦ ମିଶ୍ର, ଶ୍ରୀକାନ୍ତ ସାହୁ ଯୋଗଦେଇ ଶାରୀରିକଶିକ୍ଷା ଶିକ୍ଷକମାନଙ୍କର କାର୍ଯ୍ୟ ଦକ୍ଷତା ଏବଂ ଶୃଙ୍ଖଳାକୁ ପ୍ରଶଂସା କରିଥିଲେ । ଉକ୍ତ ସମ୍ମିଳନୀରେ ଢେଙ୍କାନାଳ ଜିଲ୍ଲାର୮ଟି ବ୍ଲକ୍‌ରୁ ୪୫ଜଣ ଅବସର ପ୍ରାପ୍ତ ଶାରୀରିକ ଶିକ୍ଷା ଶିକ୍ଷକ ଯୋଗଦେଇ କାର୍ଯ୍ୟକ୍ରମକୁ ସରସ ସୁନ୍ଦର କରିଥିଲେ ।ଉକ୍ତ ସମ୍ମିଳନୀଟି ପ୍ରତିବର୍ଷ କରିବା ପାଇଁ ସମସ୍ତେ ମତଦେଇଥିଲେ । ଜିଲ୍ଲାର ଆଠଗୋଟି ବ୍ଲକ୍‌ର ଅବସରପ୍ରାପ୍ତଶିକ୍ଷକ, ଅରକ୍ଷିତ ପାଣି, ଅଶୋକ ଭୁତିଆ, ବିଜୟ ଦେହୁରୀ, ପ୍ରାଣବନ୍ଧୁ ସାହୁ, ସନ୍ତୋଷ ପରିଡା, ମନ୍ତ୍ରୀବର ସାହୁ,ରବିନାରାୟଣ ରାଉତ, ଶରତ ଚନ୍ଦ୍ର ନାୟକ, ମାୟାଧର ସାହୁ ପ୍ରମୁଖ ଅନେକ ବରିଷ୍ଠ ଶିକ୍ଷକ ଯୋଗଦେଇଥିଲେ ।ଉକ୍ତ କାର୍ଯ୍ୟକ୍ରମକୁ ବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ନରେଶ କୁମାର ମହାରଣା ପରିଚାଳନା କରିଥିଲେ । ସର୍ବଶେଷରେବରିଷ୍ଠ ଶାରୀରିକ ଶିକ୍ଷା ଶିକ୍ଷକ ପ୍ରଶାନ୍ତ କୁମାର ଧଳ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ ।

Leave A Reply

Your email address will not be published.

16 + seventeen =