ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବ : ଇତିହାସ ଭିତରେ ଲୁଚି ରହିଛି ଆମ ପରିଚୟ !

ଢେଙ୍କାନାଳ: ଗୋଟେ ଜାତିର ଇତିହାସ ହିଁ ତାର ପରିଚୟ । ଅତୀତର ଭିତିଭୂମି ଉପରେ ଦଣ୍ଡାୟମାନ ଆମ ବର୍ତମାନ । ଇତିହାସର ତର୍ଜମା ଓ ଏକନୂତନ ଦୃଷ୍ଟିଭଙ୍ଗୀ ନରହିଲେ ଆମ ଗୌରବମୟ ଐତିହ୍ୟକୁ ଆମେ ଅନୁଭବ କରି ପାରିବା ନାହିଁ ବୋଲି ଢେଙ୍କାନାଳ ଐତିହ୍ୟ ପଦଯାତ୍ରାର ପ୍ରଥମ ବାର୍ଷିକଉତ୍ସବରେ ଯୋଗଦେଇ ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଢେଙ୍କାନାଳ ବିଜ୍ଞାନ କେନ୍ଦ୍ର ସଭାକକ୍ଷ ଠାରେ ଅନୁଷ୍ଠିତ ଏହି ଉତ୍ସବକୁଉଦଘାଟନ କରିଥିଲେ ନ୍ୟାସନାଲ୍ ଡିଫେନ୍ସ ଏକାଡେମୀର ଅବସର ପ୍ରାପ୍ତ ନିର୍ଦ୍ଦେଶକ, ବିଶିଷ୍ଟ ଐତିହାସିକ ପ୍ରଫେସର୍ ଡ.ହରିହର ପଣ୍ଡା ଜାତୀୟ ଇତିହାସରେଓଡ଼ିଶା ଓ ଢେଙ୍କାନାଳର ସ୍ଥାନ ସମ୍ପର୍କରେ ବିସ୍ତ୍ରୁତ ଆଲୋଚନା କରି ଆମ ଐତିହ୍ୟର ସଂରକ୍ଷଣ ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ବିଶିଷ୍ଟ ଶିକ୍ଷାବିତ୍ ଓଗବେଷକ ଡ.ଭବାନୀ ଶଙ୍କର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ମନୋଜ୍ଞ ଉତ୍ସବରେ ଅନ୍ୟତମ ଅତିଥି ଭାବରେ ଯୋଗଦେଇ ଯୁବରାଜ ଅମରଜ୍ୟୋତିସିଂହଦେଓ ଢେଙ୍କାନାଳ ମାଟିର ଅତୀତ ଗୌରବ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି ଅବସରରେ ଐତିହ୍ୟ ପଦଯାତ୍ରାର ଆବାହକ କବି ସୁରେଶପ୍ରସାଦ ମିଶ୍ରଙ୍କ ଚତୁର୍ଥ କବିତା ସଂକଳନ କମନୀୟ କାରୁଣ୍ୟ ପୁସ୍ତକକୁ ଲୋକାର୍ପଣ କରିଥିଲେ ଓ କବି ଅକ୍ଷୟ ପାତ୍ର ପୁସ୍ତକ ସଂପର୍କରେ ଆଲୋଚନା କରିଥିଲେ । ଅଧ୍ୟାପକ ସୁରେଶ ପ୍ରସାଦ ମିଶ୍ରଙ୍କ ଆବାହକତ୍ୱରେ ଆୟୋଜିତ ଏହି ଉତ୍ସବକୁ କଟକ ହେରିଟେଜ୍ ୱାକ୍ ର ଆବାହକ ଡ.ଦୀପକ ସାମନ୍ତରାୟ ପରିଚାଳନାକରିଥିଲେ । ଏହି ସଭାରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ କଲେଜ ମାନଙ୍କର ଅଧ୍ୟାପକ ଅଧ୍ୟାପିକା, ଢେଙ୍କାନାଳ ସ୍ୱୟଂ ଶାସିତ ମହାବିଦ୍ୟାଳୟର ଇତିହାସବିଭାଗର ପି.ଜି ଓ ଅନ୍ୟାନ୍ୟ ବିଭାଗର ଛାତ୍ରଛାତ୍ରୀ, ମଠକରଗୋଳା କଲେଜ, ସଂସ୍କାର ଏକାଡେମୀ, ଢେଙ୍କାନାଳ ଓ ଭାରତୀୟ ଜନ ସଂଚାର ସଂସ୍ଥାନରଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଡ.ମୃଣାଳ ଚାଟାର୍ଜୀ,ଡ.ମଳୟ ପତି,ଅଧ୍ୟାପକ ଅନୀଲ ଜେନା, ବିପିନ ପାଣି,ରମେଶପତି, ବହୁ ସାମ୍ବାଦିକ ତଥା ମାନ୍ୟଗଣ୍ୟ ନିମନ୍ତ୍ରିତ ବ୍ୟକ୍ତି ଅଂଶ ଗ୍ରହଣ କରିଥିଲେ । ଶେଷରେ ସୁରେଶ ପ୍ରସାଦ ମିଶ୍ର ଧନ୍ୟବାଦ ଅର୍ପଣ କରି ଥିଲେ

Leave A Reply

Your email address will not be published.

5 × four =