ଢେଙ୍କାନାଳ ଜିଲ୍ଲା ଅବସରପ୍ରାପ୍ତ ପୋଲିସ୍ ଅଧିକାରୀଙ୍କ ବୈଠକ ଅନୁଷ୍ଠିତ !

ଢେଙ୍କାନାଳ : ଢେଙ୍କାନାଳ ପୌରାଞ୍ଚଳ ଶ୍ୟାମାଚରଣପୁର ଠାରେ ଥିବା ବେସରକାରୀ ଅନୁଷ୍ଠାନ ଶେୟାର ସଭାଗୃହ ଠାରେ ଢେଙ୍କାନାଳ ଜିଲ୍ଲାର ଅବସରପ୍ରାପ୍ତ ଆରକ୍ଷୀ ଅଧିକାରୀ ସଂଘର ଅଧ୍ୟକ୍ଷ ଅକ୍ଷୟ କୁମାର ସାହୁଙ୍କଅଧ୍ୟକ୍ଷତାରେ ଏକ ସଂଘୀୟ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ସଭାରେ ସଂଘର ୩୫ଜଣ ସଭ୍ୟ ଯୋଗଦାନକରି ନିଜ ନିଜର ମତାମତ ପ୍ରଦାନ କରିଥିଲେ ଏବଂ ବିଭିନ୍ନ ପ୍ରକାର ସମସ୍ୟା ଉପରେ ଆଲୋଚନା ହୋଇଥିଲା । ଏହିଅବସରରେ ସଭାପତି ଭାବେ ଅକ୍ଷୟ କୁମାର ସାହୁ, କାର୍ଯ୍ୟକାରୀ ସଭାପତି ଭାବେ ପ୍ରଦୀପ କୁମାର ମିଶ୍ର ଏବଂ ଗୋବର୍ଦ୍ଧନସାହୁ, ସମ୍ପାଦକ ଭାବେ ବ୍ରହ୍ମାନନ୍ଦ ନାଏକ, କୋଷାଧ୍ୟକ୍ଷ ଭାବେ ଅକ୍ଷୟ କୁମାର ଦାସଙ୍କୁ ମନୋନିତ କରାଗଲା । ଯୁଗଳକିଶୋର ଦାସ ଓ ନିତ୍ୟାନନ୍ଦ ପତି ଦ୍ୱୟଙ୍କୁ ଯୁଗ୍ମ ସଂପାଦକ ଭାବରେ ମନୋନିତ କରାଗଲା । ସଭାପତି ଓ ସମସ୍ତସଭ୍ୟମାନେ ଏକ ସ୍ୱରରେ ସମ୍ମତି ପ୍ରଦାନ କିରିଥିଲେ ଏବଂ ସମୁହ ଭାବରେ ନିଜ ନିଜର ଭଲମନ୍ଦ, ଦୁଃଖସୁଖରେଭାଗ ନେଇ ପରସ୍ପର ସାହାଯ୍ୟ ଓ ସହାନୁଭୁତି ଦେବା ସଙ୍ଗେ ସଙ୍ଗେ ଏକ ସ୍ୱରରେ ମତଦାନ କରିଥିଲେ । ସଂଘପରିବାର, ମୋ ପରିବାର ନାରା ଦେଇ ସଂଘ ଏକତା ଜିନ୍ଦାବାଦ ନାରା ଦେଇଥିଲେ ।

Leave A Reply

Your email address will not be published.

twelve − nine =