ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଅନୁକୂଲ୍ୟରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ !

ଢ଼େଙ୍କାନାଳ: ଓଡିଶା ଦକ୍ଷତା ବିକାଶ ପ୍ରାଧିକରଣ ଓ ଢେଙ୍କାନାଳ ଜିଲ୍ଲା ପ୍ରଶାସନର ମିଳିତ ଅନୁକୂଲ୍ୟରେ କାମାକ୍ଷାନଗର ସ୍ଥିତ ସାରଙ୍ଗଧର ଷ୍ଟାଡ଼ିଅମ ଠାରେ ଜିଲ୍ଲା ସ୍ଥରୀୟ ନିଯୁକ୍ତି ମେଳା ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ କାର୍ଯ୍ୟକ୍ରମରେ ମାନ୍ୟବର ମନ୍ତ୍ରୀ, ଖଣି, ଇସ୍ପାତ ଓ ପୂର୍ତ୍ତ ବିଭାଗ ଶ୍ରୀଯୁକ୍ତ ପ୍ରଫୁଲ୍ଲ ମଲ୍ଲିକ ମୁଖ୍ୟ ଅତିଥି ଭାବେ ଏବଂ  ମାନ୍ୟବର ସାଂସଦ ଶ୍ରୀଯୁକ୍ତ ମହେଶ ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ ।ଏହି ମେଳାରେ ୩୦ ଗୋଟି  ନିଯୁକ୍ତିଦାତା, ୯ ଟି ନିଯୁକ୍ତି ଭିତ୍ତିକ ତାଲିମ ପ୍ରଦାନ କରି ସଂସ୍ଥା ଓ ୩ ଟି ବୈଷୟିକ ଶିକ୍ଷାନୁଷ୍ଠାନ ଯୋଗ ଦେଇଥିଲେ । ଢେଙ୍କାନାଳ ଜିଲ୍ଲାର ୮ ଟି ବ୍ଲକରୁ ପ୍ରାୟ ୧୧୩୪ ଜଣ ପ୍ରାର୍ଥୀ ନାମ ପଞ୍ଜିକରଣ କରିଥିଲେ ଓ ସେଥି   ମଧ୍ୟରୁ  ୭୪୮ ଜଣ ପ୍ରାର୍ଥୀ ବିଭିନ୍ନ ସଂସ୍ଥା ଦ୍ୱାରା ମନୋନୀତ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ କାମାକ୍ଷାନଗର ଉପଜିଲ୍ଲାପାଳ ଶ୍ରୀଯୁକ୍ତ ନାରାୟଣ ଚନ୍ଦ୍ର ନାଏକ, ପୌର ପରିଷଦ ଅଧ୍ୟକ୍ଷ ଧର୍ମାନନ୍ଦ ପରିଡା, ବ୍ଲକ ଅଧକ୍ଷ ଶ୍ରୀଯୁକ୍ତ ପ୍ରେମାନନ୍ଦ ସାହୁ,  ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ ଅଧିକାରୀ କେ  ରୋଜା ଦୋରା, କାମାକ୍ଷାନଗର ବିଡ଼ିଓ ଶ୍ରୀ ଅଭିନାଶ ପାଣ୍ଡିଆ, କାମାକ୍ଷାନଗର ପୌର ପରିଷଦ କାର୍ଯ୍ୟ ନିର୍ବାହୀ  ଅଧିକାରୀ ଶ୍ରୀ ଜତୀନ୍ଦ୍ର କୁମାର ମିଶ୍ର ଓ ଅନ୍ୟାନ୍ୟ ଅଧିକାରୀ  ବୃନ୍ଦ ଉପସ୍ଥିତ ଥିଲେ । ଉକ୍ତ  ମେଳାଟି ଢେଙ୍କାନାଳ ଜିଲ୍ଲା ଦକ୍ଷତା ବିକାଶ ଓ ନିୟୋଜନ କାର୍ଯ୍ୟାଳୟ ଏବଂ ବ୍ଲକ କାର୍ଯ୍ୟାଳୟ, କାମାକ୍ଷାନଗର ଦ୍ୱାରା ପରିଚାଳିତ କରାଯାଇଥିଲା ।

Leave A Reply

Your email address will not be published.

8 + ten =