ଅନ୍ତଃରାଷ୍ଟ୍ରୀୟ ମହିଳା ଦିବସ ଉପଲକ୍ଷେ ବିଶେଷ କାର୍ଯ୍ୟକ୍ରମ ଅନୁଷ୍ଠିତ : ଅହମଦିୟା ମୁସଲିମ ମହିଳା ସଂଗଠନ ତରଫରୁ ଅଭାବୀ ଲୋକ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ !

ଢ଼େଙ୍କାନାଳ : ଓଡାପଡା ବ୍ଲକ ଅନ୍ତର୍ଗତ ଗୁଣ୍ଡିଚାପଡ଼ା ସ୍ଥାନୀୟ ଅହମଦିୟା ମୁସଲିମ ମହିଳା ସଂଗଠନ ଲଜନା ଇମାଇଲ୍ଲାହ୍ ତରଫରୁ ଅସ୍ପାୟାର୍ ଅର୍ଗାନାଇଜେସନ ସଞ୍ଚାଳିତ ଆବାସିକ କନ୍ୟା କେନ୍ଦ୍ର ଗୁଣ୍ଡିଚାପଡା ତଥା ଗୁଣ୍ଡିଚାପଡ଼ା ଜୁଆଙ୍ଗ ସାହି ରେ ୨୫୦ ରୁ ଅଧିକ ଅଭାବୀ ପରିବାର ଓ ଛାତ୍ରୀ ମାନଙ୍କୁ ଖାଦ୍ୟ ସାମଗ୍ରୀ ବଣ୍ଟନ କରାଯାଇଛି। “ମାନବ ସେବା ହିଁ ମାଧବ ସେବା” ଏହି ଆପ୍ତବାକ୍ୟକୁ ବାସ୍ତବ ରୂପ ଦେବାକୁ ଯାଇ ଏଭଳି ପ୍ରୟାସ କରାଯାଇଥିଲା। ସୂଚନା ଯୋଗ୍ୟ ଯେ ଅନ୍ତଃରାଷ୍ଟ୍ରୀୟ ଅହମଦିୟା ମୁସଲିମ ସମୁଦାୟର ଅନ୍ତଃରାଷ୍ଟ୍ରୀୟ ରିଲିଫ ସଂସ୍ଥା ହ୍ୟୁମାନିଟି ଫାଷ୍ଟ ପକ୍ଷରୁ ବିଶ୍ବର ୨୦୦ ରୁ ଅଧିକ ଦେଶରେ ଏହିପରି ସାମାଜିକ କାର୍ଯ୍ୟ ପାଇଁ ପରିଚିତ ଓ ପ୍ରଶଂସିତ ତଥା “ପ୍ରେମ ସଭିଙ୍କ ପାଇଁ ଘୃଣା କାହା ପ୍ରତି ନାହିଁ” ଆଦର୍ଶ ବାକ୍ୟ ଟିକୁ ସମ୍ମୁଖରେ ରଖି ସମାଜସେବା କାର୍ଯ୍ୟରେ ଦିନ ପ୍ରତିଦିନ ଅଗ୍ରସର । ଏହି କାର୍ଯ୍ୟକ୍ରମରେ ମହିଳା ସଂଗଠନ ଗୁଣ୍ଡିଚାପଡ଼ା (କ) ର ସଭାନେତ୍ରୀ ଜମିଲା ବିବି, ଗୁଣ୍ଡିଚାପଡ଼ା (ଖ) ହଲକା ତୌହିଦର ସଭାନେତ୍ରୀ ଫିରାତୁନ ବିବି, ଉପ ସଭାନେତ୍ରୀ ରୁକସାନା ବେଗମ ସାମାଜିକ କଲ୍ୟାଣ ସଚିବ ମନସୁରା ବିବି, ରୌଶନା ବିବି, ଓହିଦା ବିବି, ମୁମତାଜ ବେଗମ, ଆଫିଆ ବେଗମ, ଖତିଜା ବିବି, ସ୍ଥାନୀୟ ଅହମଦିୟା ମୁସଲିମ ମସଜିଦ ତୌହିଦର ମୌଲବୀ ଲିଆକତ ଅଲ୍ଲୀ ଖାଁ ତଥା ବହୁ ସଂଖ୍ୟାରେ ଅହମଦିୟା ମହିଳାମାନେ ଯୋଗ ଦେଇଥିଲେ।

Leave A Reply

Your email address will not be published.

2 × one =