ଢେଙ୍କାନାଳ ମହିଳା ବିଜେଡି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ !

ଢେଙ୍କାନାଳ : ଢେଙ୍କାନାଳ ଜିଲ୍ଲା ବିଜୁ ମହିଳା ଜନତା ଦଲ ତରଫରୁ ରବିବାର ପୁର୍ବାହ୍ନରେ ଢେଙ୍କାନାଳ ସହର ସ୍ଥିତ ପୌରପରିଷଦର ଅଡିଟରିୟମ ଠାରେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀ ତରଫରୁ ଆନ୍ତର୍ଜାତୀୟ ମହିଳା ସମାବେଶ ଜିଲ୍ଲା ମହିଳା ସଭାପତି ସାଗରିକା ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିଲା । ଏହି ମହିଳା ଦିବସରେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ବିଧାୟକ ସୁଧିର କୁମାର ସାମଲ ଯୋଗଦେଇ ମହିଳା ମାନେ ଅସୀମ ଧର୍ଯ୍ୟର ଅଧିକାରିଣୀ ହୋଇଥିବାରୁ ନିଜର ସୁରକ୍ଷା କରିବା ସହ ବିଭିର୍ଣ୍ଣ ପାରିବାରିକ ସମସ୍ୟା ଗୁଡିକୁ ସମାଧାନ କରି ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି । ଏବେ ଯୁଗ ବଦଳିଯାଇଛି ସ୍ତ୍ରୀର ପରିଚୟରେ ଆଜି ସ୍ୱାମୀ ପରିଚିତ ହେଉଛି । ଏସବୁ ସମ୍ଭବ କେବଳ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ ଯୋଗୁ । ମିଶନଶକ୍ତି ମାଧ୍ୟମରେ ମହିଳା ମାନେ ସ୍ୱାବଲମ୍ବି ହେବା ସହ ରୋଜଗାର କ୍ଷମ ହୋଇପାରୁଛନ୍ତି । ସ୍ୱୟଂସହାୟକ ଗୋଷ୍ଠୀ ଆଜି ସବୁ କ୍ଷେତ୍ରରେ କାର୍ଯ୍ୟ କରୁଛି । ମାଛ ଚାଷ, ଛତୁଚାଷ, ମୁକ୍ତା ଯୋଜନା, ଠାରୁ ଆରମ୍ଭ କରି ପି,ଡି,ଏସ ଚାଉଳ ବଣ୍ଟନ ଏବଂ କୃଷିଯନ୍ତ୍ରପାତି ସହ କୃଷିକାର୍ଯ୍ୟରେ ମହିଳା ମାନେ ଆଗକୁ ଆସିଛନ୍ତି । ତେବେ ମହିଲା ମାନେ ନିଜ ନିଜର ଗୁରୁଜନ, ତଥା ମା’ମାନଙ୍କର ସବା କରିବା ସହ ସେମାନଙ୍କୁ ଉଚିତ ସନମ୍ମାନ ଦେବାକୁ ମହିଳା ଦିବସ ରେ ବିଧାୟକ ଶ୍ରୀ ସାମଲ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ଢେଙ୍କାନାଳ ଜିଲ୍ଲା ପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ରାଜ୍ୟ ମହିଳା ଉପ-ସଭାପତି ସାଇଶ୍ରୀ ପଟ୍ଟନାୟକ, ଢେଙ୍କାନାଳ ସଦର ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ନାୟକ, ଗନ୍ଦିଆ ବ୍ଲକ ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଢେଙ୍କାନାଳ ଉପ-ନଗରପାଳ ପ୍ରକାଶ ଚନ୍ଦ୍ର କୁଅଁର,ସାଧାରଣ ସମ୍ପାଦକ ଶ୍ରୀ ଅଭିମନ୍ୟୁ ପଣ୍ଡା, ସଦରବ୍ଲକ ସଭାପତି ସୁନିତା ସାହୁ, ଗନ୍ଦିଆ ବ୍ଲକ ସଭାପତି ଶୁଭଦର୍ଶିନୀ ପରିଡା, ବିଜେଡି ଜିଲ୍ଲା ସଧାରଣ ସମ୍ପାଦକ ଦେବାଶିଷ ମିଶ୍ର, ଅଭିମନ୍ୟୁ ପଣ୍ଡା, ସାସଂଦଙ୍କ ପ୍ରତିନିଧି ରୁଦ୍ରାନ୍ତ ଦଳେଇ, ମହିଳା ସାଧାରଣ ସମ୍ପାଦିକା ପ୍ରଣତି ପଣ୍ଡା, ଶ୍ରଦ୍ଧାଞଳୀ ସାହୁ, ମହିଳା ନଗର ସଭାପତି ଶୁଭଲକ୍ଷ୍ମୀ ସାହୁ , କାଉନସିଲର ଲିପିକା ଦାସ, ମହିଲା ଉପସଭାପତି ଉର୍ବଶୀ ମହାପାତ୍ର ପ୍ରମୁଖ ବିଶ୍ୱ ମହିଳା ଦିବସରେ ମହିଳା ମାନଙ୍କ ବିଭିନ୍ନ ସମସ୍ୟା ଓ ଏହାର ସମାଧାନ ସମ୍ପର୍କରେ ଆଲୋଚନା କରିଥିଲେ । ବିଧାୟକଙ୍କ ପ୍ରତିନିଧି ନିରାକାର ରାଉତ, ଅଜୟ କୁମାର ଭଞ, ଯୁବନେତା ଶ୍ରୀକାନ୍ତ ଧଳ, ଜିଲ୍ଲା ସମ୍ପାଦକ ମାନସ ମହାରଣା, ରଞନ ନାୟକ , ଗଙ୍ଗାଧର ରାଉତ, କାଉନସିଲର ମହମ୍ମଦ ସାଗିର, ବ୍ରହ୍ମାନନ୍ଦ ସାହୁ , ରୋଜାଲିନ ସାହୁ ମାମିନା ଦିକ୍ଷିତ୍‌, କାର୍ଯ୍ୟକ୍ରମରେ ସହେଯାଗ କରିଥିବା ବେଲେ ଢେଙ୍କାନାଳ ନିର୍ବାଚନ ମଣ୍ଡଳୀର ମହିଳା ଜନପ୍ରତିନିଧି, ସମସ୍ତ ଜିଲ୍ଲା ସ୍ତରୀୟ ମହିଳା କର୍ମକର୍ତ୍ତା ଏହି ମହିଳା ଦିବସରେ ଉପସ୍ଥିତ ରହିଥିଲେ । ଶେଷରେ ଝରଣା ନାଥ ଧନ୍ୟବାଦ ଅର୍ପଣ କରିଥିଲେ ।t

Leave A Reply

Your email address will not be published.

fourteen − seven =