ଗଁନ୍ଦିଆ ; ଖଙ୍କିରା ପଞ୍ଚାୟତରେ ଜାତୀୟପଞ୍ଚାୟତିରାଜ ଦିବସ ପାଳିତ !

ଢ଼େଙ୍କାନାଳ: ଗଁନ୍ଦିଆ ବ୍ଲକ ଅନ୍ତର୍ଗତ ଖଙ୍କିରା ପଞ୍ଚାୟତରେ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି।

ଏଥିପାଇଁ ପଞ୍ଚାୟତର ସମସ୍ତ କର୍ମକର୍ତ୍ତାମାନେ ଓ ଗ୍ରାମବାସୀଙ୍କ ସହାୟତାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ସ୍ଥାନୀୟ ସରପଞ୍ଚ ରଞ୍ଜୁ ଲତା ଦାସ ସଭା ପରିଚାଳନା କରାଇଥିଲେ। ଏଥିସହିତ ଶିକ୍ଷା, ସ୍ୱାସ୍ଥ୍ୟ ଓ ଦାରିଦ୍ର୍ୟ ପୁରି କରଣ ତଥା ପାନୀୟ ଜଳ ଇତ୍ୟାଦିକୁ ନେଇ ଶପଥ/ସଂକଳ୍ପ ପାଠ କରାଯାଇଥିଲା ।

ଏହା ପରେ ଗ୍ରାମ ର ବିଭିନ୍ନ ସମସ୍ୟା ଓ ତା’ର ସମାଧାନ କରିବାରେ ସମର୍ଥ ସୋଇପାରିବେ ବୋଲି ବିଭିନ୍ନ ପଦକ୍ଷେପ ବିଷୟରେ ଆଲୋଚନା କରାଯାଇଥିଲା ଏହା ସରକାରଙ୍କ ଦୃଷ୍ଟି ଆକର୍ଷଣ ନିମନ୍ତେ କାର୍ଯ୍ୟପନ୍ଥା ଗ୍ରହଣ ପାଇଁ ପଞ୍ଚାୟତକୁ ଦାୟିତ୍ଵ ଦିଆଯାଇଥିଲା।

Leave A Reply

Your email address will not be published.

four × three =