ଗଁଦିଆ; ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ‌ଶିକ୍ଷକ ନିଯୁକ୍ତି ନିମନ୍ତେ ଦାବି !

ଢେଙ୍କାନାଳ : ଅନ୍ତର୍ଗତ ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ପାଠପଢ଼ା ଚାଲିଅଛି।

ବିଦ୍ୟାଳୟ ରେ ଜଣେ ଶିକ୍ଷୟିତ୍ରୀ ପାଠ ପଢ଼ାଇବା ଏକଷଠିପିଲାଙ୍କୁ ସମ୍ଭବ ନୁହେଁ। ବିଦ୍ୟାଳୟ ରେ ଚାରିଜଣ ଶିକ୍ଷକ ଶିକ୍ଷୟିତ୍ରୀ ଥିଲେ। ଜଣେ ଅବସର ନେଲେ। ଜଣେ ପଦୋନ୍ନତି ପାଇ ଜୁଆଳିବନ୍ଧ ପ୍ରାଥମିକ ବିଦ୍ୟାଳୟ କୁ ଗଲେ। ଜଣେ ଶିକ୍ଷକ ଙ୍କୁ ପାଳଗାଣ୍ଡୁଆ ପ୍ରାଥମିକ ବିଦ୍ୟାଳୟ କୁ ବଦଳି କରାଗଲା। ଫଳରେ ଜଣେ ଶିକ୍ଷୟିତ୍ରୀ ଙ୍କ ଦ୍ଵାରା ଏକଷଠି ପିଲାଙ୍କୁ ପାଠ ପଢ଼ାଇବା ବହୁତ କଷ୍ଟ।

ଏଣୁ ତୁରନ୍ତ ଜଣେ ଶିକ୍ଷକ ନିଯୁକ୍ତି ପାଇଁ ଇଲେଇଜଙ୍ଗ ପ୍ରାଥମିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ର ଆଲ୍ ମୁନି ସଭାପତି ଶତ୍ରୁଘ୍ନ ସାହୁ ସରକାର ଙ୍କ ନିକଟରେ ଦାବି କରିଛନ୍ତି। ଗ୍ରାମ ବାସୀ ମାନେ ବାରଂବାର ଅଭିଯୋଗ ଏବିଷୟରେ କରିଛନ୍ତି। ଜିଲ୍ଲାପାଳ ହସ୍ତକ୍ଷେପ କରି ତୁରନ୍ତ ଜଣେ ଶିକ୍ଷକ ନିଯୁକ୍ତି ଦେବା ପାଇଁ ଇଲେଇଜଙ୍ଗ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Leave A Reply

Your email address will not be published.

four × 2 =