ଭୁବନ;ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସମିଳ୍ଳନୀ ଅନୁଷ୍ଠିତ !

ଢ଼େଙ୍କାନାଳ : ଭୁବନ ବାଜିରାଉତ ସ୍ମୃତି ମହାବିଦ୍ୟାଳୟ ଠାରେ ପୂରାତନ ଛାତ୍ର ସମିଳ୍ଳନୀ ଅନୁଷ୍ଠିତ ହୋଇଯାଇଛି ।

ଉକ୍ତ ସମ୍ମିଳନୀରେ ମୁଖ୍ଯ ଅତିଥି ରୁପେ ଭୁବନ ନୂତନ ନଗରପାଳ ଶୁଭେନ୍ଦୁ କୁମାର ସାହୁ ,ସମ୍ମାନିତ ଅତିଥି ରୁପେ ବ୍ଳକ ଅଧ୍ୟକ୍ଷା ଶ୍ରୀମତୀ ସିପ୍ରା ବରାଳ, ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ, ପୂରାତନ ଛାତ୍ର ସଂଘ ସମ୍ପାଦକ ପଣ୍ଡିତ ମାତୃପ୍ରସାଦ ମିଶ୍ର ଏବଂ କଲେଜ ଅଧ୍ୟକ୍ଷ – ଅଜିତ କୁମାର ବେହେରା,
ଅତିଥି ପରିଚୟ ପ୍ରଦାନ – ଇତିହାସ ବିଭାଗର ଅଧ୍ୟାପକ ପ୍ରଭାତ କୁମାର ଜେନା ,ଅନ୍ୟତମ ଅତିଥି – ଅଧ୍ୟକ୍ଷ ରାଜନୀତି ବିଜ୍ଞାନର ମୁଖ୍ୟ ହିମାଂଶୁ ଶେଖର ମିଶ୍ର। ପୂରାତନ ଛାତ୍ର ସଂଘ ସଭାପତି ବିନୋଦ କୁମାର କୁଅଁର ପ୍ରମୁଖ ଯୋଗ ଦେଇଥିଲେ ।

ଉକ୍ତ ସମ୍ମିଳନୀରେ କଲେଜ ର ଉନ୍ନତିକରଣ ଦିଗରେ ଅତିଥିମାନଙ୍କ ସମ୍ମୁଖରେ ଆଲୋକପାତ କରାଯାଇଥିଲା । ଶେଷରେ ଉଭୟ ଭୁବନ ନଗରପାଳ ଓ ବ୍ଲକ ଅଧ୍ୟକ୍ଷା ଓଡ଼ିଶୀ ନୃତ୍ୟଙ୍ଗନା ତଥା ଉକ୍ତ କଲେଜ ଛାତ୍ରୀ ସ୍ୱାଗତିକା ରାଉତଙ୍କୁ ସମ୍ବର୍ଦ୍ଧିତ କରିଥିଲେ ।

Leave A Reply

Your email address will not be published.

4 × four =