ଭୁବନ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ବକମ୍ ପ୍ରଦର୍ଶିତ !

ଢ଼େଙ୍କାନାଳ: ଭୁବନ ର ପୁରାତନ କଳା ସଂସ୍କୃତି ବିଦ୍ୟାଳୟ ମୀରାବାଇ କଳା ବିକାଶ କେନ୍ଦ୍ର ତରଫରୁ ସଙ୍ଗୀତ ଭିତ୍ତିକ ନାଟକ ବସୁଧୈବ କୁଟୁମ୍ୱକମ୍ ପ୍ରଦର୍ଶିତ ହୋଇଯାଇଛି । ଜାତୀୟ ନାଟ୍ୟ ବିଦ୍ୟାଳୟ ର ୨୫ ତମ ବାର୍ଷିକ ଉତ୍ସବ ପାଳନ ଅବସରରେ ଆନ୍ତର୍ଜାତୀୟ ନାଟ୍ୟ ମହୋତ୍ସବ ପାଳିତ ହେଉଛି । ଏହି ଅବସରରେ ମୀରାବାଇ କଳା ବିକାଶ କେନ୍ଦ୍ର ର ସମ୍ପାଦକ ଭଗବାନ ଗୁରୁ ଙ୍କ ରଚନା ଏବଂ ନିର୍ଦ୍ଦେଶନାରେ କଳାକାର ମାନଙ୍କ ଦ୍ବାରା ଉଚ୍ଚ କୋଟିର ସଙ୍ଗୀତ ନାଟକ କୁ ନୂଆଦିଲ୍ଲୀ ରୁ ଆସିଥିବା ଟିମ୍ ସିଧା ପ୍ରସାରଣ କରିଥିଲେ । ଶାନ୍ତନୁ ଦାଶ,ତୁଷାରକାନ୍ତି ମିଶ୍ର,ଓଁ ସାଇ ମିଶ୍ର,ଚନ୍ଦନ ବେହେରା,ସୁରେନ୍ଦ୍ର ପୃଷ୍ଟି,କୈଳାସ ପୃଷ୍ଟି,ଦୀପକ ପୃଷ୍ଟି ପ୍ରମୁଖ ଅଭିନୟ କରିଥିବା ବେଳେ ନାରାୟଣ ସାହୁ ରୂପସଜା ଓ ନିରଞ୍ଜନ ମିଶ୍ର ମଞ୍ଚସଜା କରିଥିଲେ ।

Leave A Reply

Your email address will not be published.

17 − 14 =