ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଓ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ !

ଢେଙ୍କାନାଳ : ସଦର ବ୍ଲକ କାଙ୍କଡ଼ପାଳ ପଞ୍ଚାୟତ ଅନ୍ତର୍ଗତ ସୁନ୍ଦରିଖାଲ ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ଢେଙ୍କାନାଳର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ଅନ୍ତର୍ଜାତୀୟ ମାତୃଭାଷା ଦିବସ ଅବସରରେ ଏକ ସ୍ଵତନ୍ତ୍ର ଆଲୋଚନା ଚକ୍ର “ମୁଁ ଓଡ଼ିଆ ମୋ ଭାଷା ବଡ଼ିଆ” ସହିତ ବକ୍ତୁତା ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ୩୦୦ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗ ଦେଇଥିବା ବେଳେ ଗୁରୁଦେବଜୀ ଫାଉଣ୍ଡେସନ ଅଧ୍ୟକ୍ଷ ମାଷ୍ଟର ଇଂ ସୌମ୍ୟବ୍ରତ ସାହୁ, ସାଂସ୍କୃତିକ ସଂଯୋଜକ ବିଜୟ ମିଶ୍ର, ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ସହ ପ୍ରଧାନ ଆଚାର୍ଯ୍ୟା କନକ ଲତା ପ୍ରଧାନ, ଶକ୍ତି ବାହିନୀର ସଦସ୍ୟା ମମତା ମହନ୍ତ ସାମିଲ ହୋଇ ଆଲୋଚନା ଚକ୍ରକୁ ପରିଚାଳନା କରିବା ସହ ଓଡ଼ିଆ ଭାଷାର କିଭଳି ଆହୁରି ପ୍ରସାର ପ୍ରଚାର ହେବା ସହ ବ୍ୟାପକ ବ୍ୟବହାର କରିବା ପାଇଁ ଅତିଥିମାନେ ମତରଖିଥିଲେ, ପରେ ପରେ ବକ୍ତୃତା ପ୍ରତିଯୋଗିତା ଅନୁଷ୍ଠିତ ହୋଇ କୃତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ଆଲୋଚନା ଚକ୍ରକୁ ସଦସ୍ୟ ପୁନଚନ୍ଦ୍ର ନାୟକ, ବିଦ୍ୟାଳୟର ସମସ୍ତ ଗୁରୁଜୀ ଗୁରୁମା ଓ ଫାଉଣ୍ଡେସନର ସଦସ୍ୟ ସଦସ୍ୟା ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସଫଳ କରିଥିଲେ ।

Leave A Reply

Your email address will not be published.

17 − 8 =