୨୩ ତାରିଖରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦିନିକିଆ ଢେଙ୍କାନାଳ ଗସ୍ତ ପାଇଁ ବିଜେପିର ବ୍ୟାପକ ପ୍ରସ୍ତୁତି !

ଢେଙ୍କାନାଳ : କେନ୍ଦ୍ର ଶିକ୍ଷା, ଦକ୍ଷତା ଓ ଉଦ୍ୟମିତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆସନ୍ତା ୨୩ ତାରିଖରେ ଦିନିକିଆ ଢେଙ୍କାନାଳଗସ୍ତରେ ଆସିବା କାର୍ଯ୍ୟକ୍ରମ ଅଛି । ପୂର୍ବାହ୍ନ ୧୦ ଘଟିକାରେ ଢେଙ୍କାନାଳ ବସ୍‌ଷ୍ଟାଣ୍ଡ ନିକଟସ୍ଥ ରୋଟାରୀ କ୍ଲବ୍ ସମ୍ମୁଖରେ ଭାରତସରକାରଙ୍କ ଦକ୍ଷତା ବିକାଶ କେନ୍ଦ୍ର ଉଦ୍‌ଘାଟନ କରିବା ସହ ଲୋକାର୍ପଣ କରିବେ । ୧୧ ଘଟିକାରେ ସ୍ଥାନୀୟ ମ୍ୟୁନିସିପାଲିଟି ଅଡିଟୋରିୟମ୍‌ହଲ୍‌ରେ ଗଡଜାତ ଗାନ୍ଧି ତଥା ସ୍ୱାଧୀନତା ସଂଗ୍ରାମୀ ସାରଙ୍ଗ ଧର ଦାସଙ୍କ ନାମରେ ଏକ ଡାକ ଟିକେଟ୍ ଉନ୍ମୋଚନ କରିବା ପରେମାଘମେଳା ପରିଦର୍ଶନ କରିବା ପାଇଁ ଯୋରନ୍ଦା ଗସ୍ତ କାର୍ଯ୍ୟକ୍ରମ ରହିଛି । ମନ୍ତ୍ରୀ ଶ୍ରୀ ପ୍ରଧାନଙ୍କ ଗସ୍ତ କାର୍ଯ୍ୟକ୍ରମ ପାଇଁ ଗତ ରବିବାର ଦିନଢେଙ୍କାନାଳ ଜିଲ୍ଲା ବିଜେପି ନଗରମଣ୍ଡଳ ସଭାପତି ଧୃବଚରଣ ସ୍ୱାଇଁଙ୍କ ଅଧ୍ୟକ୍ଷତାରେ ଦଳ ତରଫରୁ ଏକ ପ୍ରସ୍ତୁତି ବୈଠକ କରାଯିବା ସହବ୍ୟାପକ ବ୍ୟବସ୍ଥା କରାଯାଇଛି । ଉକ୍ତ ବୈଠକରେ ବିଜେପି ରାଜ୍ୟ ଉପସଭାପତି ତଥା ଢେଙ୍କାନାଳ ଲୋକସଭା ପ୍ରଭାରୀ ଗୋଲକପ୍ରସାଦ ମହାପାତ୍ର ଉପସ୍ଥିତ ରହି କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ବାବଦରେ ବିସ୍ତୃତ ଭାବେ ଆଲୋଚନା କରିବା ସହ ଏହାକୁ ସଫଳ କରିବା ପାଇଁକାର୍ଯ୍ୟକର୍ତାଙ୍କୁ ପରାମର୍ଶ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ପୂର୍ବତନ ନଗରପାଳ ସୁନିଲ୍ ଶର୍ମା, ଜିଲ୍ଲାଉପସଭାପତି ମାତୃପ୍ରସାଦ ନନ୍ଦ, ସନାତନ ବେହେରା, ଭାରତୀ ସ୍ୱାଇଁ, ଜିଲ୍ଲା ମିଡିଆ ପ୍ରଭାରୀ ନବ କିଶୋର ଗୁରୁ, ଜିଲ୍ଲା କୋଷାଧ୍ୟକ୍ଷସଞ୍ଜୀବ ମହାପାତ୍ର, ଅନୁସୂଚିତ ଜାତି ଜିଲ୍ଲା ସଭାପତି ଲକ୍ଷ୍ମୀଧର ଦଳେଇ, ପୂର୍ବତନ ନଗରମଣ୍ଡଳ ସଭାପତି ନିରୋଦ କୁମାର ସାହୁ, ନଗରସାଧାରଣ ସଂପାଦକ ବିକାଶ କୁମାର ସାହୁ, ଶ୍ରୀରାମ ସାହୁ, ଉପସଭାପିତ ଅରବିନ୍ଦ ପାଣ୍ଡେ, କାଉନ୍‌ସିଲର ବଳରାମ ସେଠୀ, ପ୍ରତାପନାୟକ, ପ୍ରଦୀପ ମଲ୍ଲିକ, ଲକ୍ଷ୍ମୀପ୍ରିୟା ଦଳେଇ, ସୂର୍ଯ୍ୟପ୍ରତାପ ରାଉତ, ରମଣୀ ରଞ୍ଜନ ଦାସ, ଲିଜା ପୁହାଣ, କିମନ୍ ମଲ୍ଲିକ, ବଟକୃଷ୍ଣବେହେରା, ଅନିମେଶ୍ ଚାନ୍ଦ, ପପୁ ପାଣିଙ୍କ ସମେତ ନଗର ମଣ୍ଡଳର ବହୁ କାର୍ଯ୍ୟକର୍ତା ଉପସ୍ଥିତ ଥିଲେ ।

Leave A Reply

Your email address will not be published.

16 + twenty =