ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ହାଇଡ୍ରୋସିଲ୍ ଅସ୍ତ୍ରୋପଚାର ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ !

ଢ଼େଙ୍କାନାଳ- ଭୁବନ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଫାଇଲେରିଆ ରୋଗର ନିରାକରଣ ନିମନ୍ତେ ହାଇଡ୍ରୋସିଲ୍ ରୋଗୀ ମାନଙ୍କ ପାଇଁ ଅସ୍ତ୍ରୋପଚାର ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ସ୍ତରୀୟ ଅଭିଜ୍ଞ ସର୍ଜରୀ ବିଶେଷଜ୍ଞ ଡ଼ା ସଂକଳ୍ପ କେଶରୀ ଭୋଳ, ଆନାସ୍ଥାସିଆ ବିଶେଷଜ୍ଞ ଡ଼ା ଆପୋଲ ଦାସ , ଭୁବନ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଡ଼ା ରମେଶ କୁମାର ସାହୁ ଡ଼ା ସମ୍ବିତ୍ କୁମାର ସାହୁ ଏବଂ ଅତିରିକ୍ତ ଜିଲ୍ଲା ଭେକ୍ଟର ବାହିତ ରୋଗ ଅଧିକାରୀ ଡ଼ା ହିମାଂଶୁ ଶେଖର ହେମ୍ବ୍ରମ ଙ୍କ ଦ୍ଵାରା ସ୍ବାସ୍ଥ୍ୟ ପରୀକ୍ଷା କରାଯାଇ ୧୨ ଜଣ ହାଇଡ୍ରୋସିଲ୍ ରୋଗୀ ଙ୍କ ର ମାଗଣାରେ ସଫଳ ଅସ୍ତ୍ରୋପଚାର କରାଯାଇଥିଲା । ଏହି ଅସ୍ତ୍ରୋପଚାର ଶିବିର ରେ ଜିଲ୍ଲା ଭେକ୍ଟର ବାହିତ ରୋଗ ପରାମର୍ଶଦାତା ତପନ କୁମାର ସାହୁ,ଆକାଉଟାଣ୍ଟ ଶୁଭକାନ୍ତ ଆଚାର୍ଯ୍ୟ ନର୍ସିଂ ଅଫିସର ଶ୍ରୀମତୀ ଗାୟତ୍ରୀ ସାହୁ, ଫାରମାସିଷ୍ଟ ବିଭୂତି ଭୂଷଣ ଖଟୁଆ ୱାର୍ଡ ଆଟେନାଟ ପୂର୍ଣ୍ଣ ଚନ୍ଦ୍ର ରାଉତ,ଶରତ ପ୍ରଧାନ ସହଯୋଗ କରିଥିଲେ।

Leave A Reply

Your email address will not be published.

14 + fifteen =