“ ପୁସ୍ତକ ହିଁ ଜୀବନର ପ୍ରକୃତ ବନ୍ଧୁ ” :ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସ ପାଳିତ !

ଢେଙ୍କାନାଳ : ଶାନ୍ତିର ସହର ସ୍ଥିତ ୯ ନମ୍ବର ୱାର୍ଡ ଅନ୍ତର୍ଗତ କୁଣ୍ଟୁଣିଆ ଜୁଆଙ୍ଗ ସାହିଠାରେ ଢେଙ୍କାନାଳର ଅନନ୍ୟ ସ୍ବେଚ୍ଛାସେବୀ ସଂଗଠନ ଗୁରୁଦେବଜୀ ଫାଉଣ୍ଡେସନ ପକ୍ଷରୁ ବିଶ୍ୱ ପୁସ୍ତକ ଦିବସକୁ ବସ୍ତିର କୁନିକୁନି ପିଲାଙ୍କୁ ପୁସ୍ତକ ବଣ୍ଟନ କରାଯାଇ ପାଳନ କରାଯାଇଛି ।

ଏହି ଅବସରରେ ସମଗ୍ର ଶିକ୍ଷା ଅଭିଯାନକୁ ବସ୍ତିରେ ପହଞ୍ଚାଇବା ପାଇଁ ଫାଉଣ୍ଡେସନର ଏହା ଏକ କ୍ଷୁଦ୍ର ପ୍ରୟାସ । ଯେଉଁ ପିଲା ମାନେ ବିଦ୍ୟାଳୟ ଦେଖି ନାହାନ୍ତି ସେମାନଙ୍କ ପାଖରେ ସର୍ବଦା ଜିଏଫର ସଦସ୍ୟ ମାନେ ପହଞ୍ଚି ପାଠ୍ୟ ପୁସ୍ତକ ଓ ସରଞ୍ଜାମ ବଣ୍ଟନ କରିବା ସଙ୍ଗେ ସଙ୍ଗେ ମୌଳିକ ଶିକ୍ଷା ପ୍ରଦାନ କରି ଆସିଛନ୍ତି ।

ବିଶ୍ୱ ପୁସ୍ତକ ଦିବସ ଉପଲକ୍ଷେ ଅନୁଷ୍ଠାନର ଅଧ୍ୟକ୍ଷ ମାଷ୍ଟର ଇଂ.ସୌମ୍ୟବ୍ରତ ସାହୁଙ୍କ ନେତୃତ୍ୱରେ ସେହି ବସ୍ତିରେ ପହଞ୍ଚି ମୌଳିକ ଶିକ୍ଷା ଓ ତାର ଉପକାରିତା ଉପରେ ବସ୍ତି ବାସିନ୍ଦା ଓ ପିଲାମାନଙ୍କୁ ବୁଝାଇବା ସହିତ ସେମାନଙ୍କୁ ସ୍କୁଲ ଯାଇ ପାଠ ପଢିବାକୁ ଉତ୍ସାହିତ କରିଥିଲେ ।

ଏହି କାର୍ଯ୍ୟକ୍ରମରେ ଫାଉଣ୍ଡେସନର ସହ ସମ୍ପାଦକ ସୁସିଲ ବେହେରା, ରବୀନ୍ଦ୍ର ପରିଡ଼ା ଓ ପ୍ରକଳ୍ପ ସଂଯୋଜକ ଇନ୍ଦ୍ରଜିତ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ ।

Leave A Reply

Your email address will not be published.

3 × 3 =