ବି.ଆର.ଜି ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରିମଝିମ୍ ଆଇରନ ଲିଃକୁ ହସ୍ତାନ୍ତର : ପୂର୍ବ ଶ୍ରମିକ ଓ କର୍ମଚାରୀଙ୍କ ପୁନଃ ନିଯୁକ୍ତି ପାଇଁ ଦାବୀ !

ଢେଙ୍କାନାଳ : କୁସୁପଙ୍ଗାର କୁରୁଣ୍ଟି ଗ୍ରାମରେ ଗଢି ଉଠିଥିବା ବି.ଆର.ଜି ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀକୁ ରିମଝିମ ଇସ୍ପାତ ନାମକ କମ୍ପାନୀକୁ ହସ୍ତାନ୍ତର କରିଦିଆଯାଇଛି ।

୨୦୦୩ ମସିହାରୁ ଆରମ୍ଭ ହୋଇ ୨୦୦୫ ମସିହାରେ ଏହି ବି.ଆର.ଜି କାରଖାନା ତାର ବ୍ୟବସାୟୀକ ଉତ୍ପାଦନ କରିଥିଲା । ସେତେବେଳେ ଏହି କାରଖାନା ପାଇଁ ହୋଇଥିବା ଜମି ଅଧିଗ୍ରହଣରେ ୨୦୦୩ ଲୋକ ସେମାନଙ୍କର ଚାଷ ଉପଯୋଗୀ ଜମି ହରାଇଥିଲେ । ତେଣୁ ସେତେବେଳେ ଏହି ଜମିହରା ପ୍ରଜାମାନଙ୍କୁ ସେମାନଙ୍କର ଯୋଗ୍ୟତା ଅନୁଯାୟୀ ନିଯୁକ୍ତି ଦିଆ ଯାଇଥିଲା । ୨୦୨୧ ନଭେମ୍ବର ବି.ଆର.ଜି ଆଇରନ ଆଣ୍ଡ ଷ୍ଟିଲ କମ୍ପାନୀ ରିମଝିମ ଇସ୍ପାତ ଲିଃ ଏହାକୁ ନିଜ ଅକ୍ତିଆରକୁ ନେଇ କାରଖାନାର ପୁନଃ ନିର୍ମାଣ କାର୍ଯ୍ୟ କରିଥିଲା ।

୨୦୨୧ ଡିସେମ୍ବର ୨୦ତାରିଖରେ ଜିଲ୍ଲା ପ୍ରଶାସନ ଓ ରିମଝିମ ଇସ୍ପାତ କମ୍ପାନୀ ମଧ୍ୟରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏଥିରେ କାରଖାନା ଉତ୍ପାଦନ କ୍ଷମ  ହେବା କ୍ଷଣି ପୂର୍ବ ନିଯୁକ୍ତ ଶ୍ରମିକ ଓ କର୍ମଚାରୀମାନଙ୍କୁ ସେମାନଙ୍କର ନିଜ ନିଜ କାର୍ଯ୍ୟରେ ଯୋଗ ଦେବାକୁ ନିଷ୍ପତି ନିଆଯାଇଥିଲା ।

ଏବେ ଏହି କାରଖାନା ଉତ୍ପାଦନ କରିବାକୁ ପ୍ରସ୍ତୁତ ହୋଇଥିବାରୁ ପୂର୍ବରୁ ନିୟୋଜିତ ଥିବା ଶ୍ରମିକ ଓ କର୍ମଚାରୀମାନେ ପୁନଃ ନିଯୁକ୍ତି ଦାବିକରି ରିମଝିମ ଇସ୍ପାତ ଲିଃର ପରିଚାଳନା ନିର୍ଦ୍ଦେଶକଙ୍କୁ  ପତ୍ରଲେଖି ଜଣାଇଛନ୍ତି ।

Leave A Reply

Your email address will not be published.

twenty + 11 =