ଭୁବନ; ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ବାର୍ଷିକ ଉତ୍ସବ ପାଳିତ !

ଢେଙ୍କାନାଳ : ଭୁବନ ସରସ୍ଵତୀ ଶିଶୁ ବିଦ୍ୟାମନ୍ଦିର ର ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି ।

ଶିଶୁ ମନ୍ଦିର ର ସଭାପତି ପ୍ରଭାତ କୁମାର ପଟ୍ଟନାୟକ ଙ୍କ ସଭାପତିତ୍ବରେ ମୁଖ୍ୟ ଅତିଥି ଭାବେ ଭୁବନ ଏନଏସି ର ନଗରପାଳ ଶୁଭେନ୍ଦୁ ସାହୁ, ସମ୍ମାନିତ ଅତିଥି ଭାବେ ଭୁବନ ବ୍ଲକ ଅଧ୍ୟକ୍ଷା ସିପ୍ରା ବରାଳ, ମୁଖ୍ୟ ବକ୍ତା ଅବସର ପ୍ରାପ୍ତ ବ୍ଲକ୍ ଉପ ଶିକ୍ଷାଧିକାରୀ ପ୍ରଶାନ୍ତ ମିଶ୍ର,ପୂର୍ବତନ ବ୍ଲକ ଅଧ୍ୟକ୍ଷ ଧର୍ମାନନ୍ଦ ବରାଳ ପ୍ରମୁଖ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ଚରିତ୍ର ଗଠନ, ସଂସ୍କାର ଏବଂ ଗୁରୁକୁଳ ଶିକ୍ଷାଦାନ ସମ୍ପର୍କରେ ସମାଜରେ ଶିଶୁମନ୍ଦିର ଶିକ୍ଷା ର ଭୂମିକା ଉପରେ ଆଲୋକପାତ କରିଥିଲେ ।

ଅନୁଷ୍ଠାନ ର ସମ୍ପାଦକ ଜଗ ବନ୍ଧୁ ବିହାରୀ ବାର୍ଷିକ ବିବରଣୀ ପାଠ କରିଥିଲେ, ପ୍ରଧାନ ଆଚାର୍ଯ୍ଯl ଇନ୍ଦୁଲତା ସାହୁ ଶିଶୁ ମନ୍ଦିର ଶିକ୍ଷା ଛାତ୍ରଛାତ୍ରୀ ଙ୍କ ଠାରୁ ଆରମ୍ଭ କରି ଅଭିଭାବକ, ଗୁରୁଜୀ ଗୁରୁମା ଙ୍କୁ ଶିକ୍ଷା ତଥା ଏକ ସୁସ୍ଥ ସମାଜ ଗଠନ ଦିଗରେ ସହାୟକ ହୋଇଥାଏ ବୋଲି କହିଥିଲେ । ସର୍ବପ୍ରଥମେ ମଙ୍ଗଳ ଆଳତି, ରାଷ୍ଟ୍ର ଗାନ ଓ ଗୁରୁବନ୍ଦନା ପରେ ଉତ୍ସବ ଆରମ୍ଭ କରାଯାଇଥିଲା ଓ ପରେ ଗୁରୁଜୀ ଗୁରୁମା ମାନଙ୍କ ଦ୍ଵାରା ଶିଖାଯାଇଥିବା ଛାତ୍ରଛାତ୍ରୀମାନ ଙ୍କୁ ନେଇ ରଙ୍ଗାରଙ୍ଗ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

କରୋନା ମହାମାରୀ କାରଣରୁ ଦୁଇବର୍ଷ ହେଲା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହୋଇନଥିବା ବେଳେ ଚଳିତ ବର୍ଷ ଏହି ଉତ୍ସବରେ ବହୁ ଅଭିଭାବକ ଏବଂ ଦର୍ଶକ ଉପସ୍ଥିତ ରହି ଉକ୍ତ ଉତ୍ସବ କୁ ଉପଭୋଗ କରିଥିଲେ ।

Leave A Reply

Your email address will not be published.

eleven + eighteen =