ଜିଲ୍ଲାରେ ଗଡିଲା କୋଭିଡ-୧୯ ଟୀକାକରଣ ଓ ଶିଶୁ ସୁରକ୍ଷା ସଚେତନତା ରଥ !

ଢେଙ୍କାନାଳ : ଏବେବି କରୋନାର ପ୍ରକୋପ ସମ୍ପୂର୍ଣ୍ଣ ଭାବେ ଯାଇନାହିଁ । ଯଦିଓ ମହାମାରୀର ଭୟ ଜନସାଧାରଣଙ୍କ ମଧ୍ୟରେ ଟିକେ କମି ଆସିଲାଣି ।

ଏହି କରୋନା ମହାମାରୀକୁ ସମ୍ପୂର୍ଣ୍ଣ  ରୂପେ ଦୁରେଇବା ଲାଗି ସମସ୍ତ୍ ଜନସାଧାରଣ ଟୀକା ନେବାର ଆବଶ୍ୟତତା ରହିଅଛି । କିଛି ଲୋକଙ୍କ ମଧ୍ୟରେ ଟୀକାକରଣକୁ ନେଇ ଭ୍ରାନ୍ତ ଧାରଣା ରହିଅଛି । ଅନ୍ୟ ପକ୍ଷରେ ଶିଶୁମାନଙ୍କର ଏବେ ବି ଟୀକାକରଣ ହୋଇନାହିଁ । ସେମାନଙ୍କ ଜୀବନ ପ୍ରତି ଏବେ ମଧ୍ୟ ବିପଦର ସମ୍ଭାବନା ରହିଅଛି । ଦ୍ୱିତୀୟତଃ ଏହି କରୋନା ମହାମାରୀ ପାଇଁ ପିତା ମାତା ଆର୍ଥିକ ସମସ୍ୟାର ସମ୍ମୁଖୀନୋ ମଧ୍ୟ ହେଉଛନ୍ତି ।

ସେମାନେ ନିଜ ପିଲାମାନଙ୍କର କମ ବୟସରେ ବିବାହ କରିଦେଉଛନ୍ତି । କମ ବୟସରେ ବିବାହ କରିବା ଦ୍ୱାରା କମ ବୟସରେ ଗର୍ଭ ଧାରଣ ମଧ୍ୟ କରନ୍ତି ଯାହାକି ମାଆ ଓ ଶିଶୁ ଉପରେ ପ୍ରଭାବ ପକାଏ । ଆର୍ଥିକ ଅସୁବିଧା ଲାଗି ଶିଶୁମାନେ ଅଧାରୁ ପାଠ ପଢା ଛାଡି ଶ୍ରମିକ ଭାବରେ କାମ କରୁଛନ୍ତି । ଯଦ୍ୱାରା ସେମାନଙ୍କର ଭବିଷ୍ୟତ ସମ୍ପୂର୍ଣ୍ଣ ଭାବେ ନଷ୍ଟ ହୋଇଯାଉଅଛି । ଏହିସବୁ ପ୍ରଥାକୁ ରୋକିବା ଲାଗି ଜନସାଧାରଣଙ୍କ ମଧ୍ୟରେ ବାରମ୍ବାର ସଚେତନତାର ଆବଶ୍ୟକତା ରହିଛି ।

ଏହିପରି ସମୟୋରେ ବାଲ୍ୟ ବିବାହ, ଶିଶୁ ଶ୍ରମିକ, କନ୍ୟା ଭୃଣ ହତ୍ୟା, ଶିଶୁ ନିର୍ଯ୍ୟାତନ ପରି ପ୍ରଥାକୁ ସମ୍ପୂର୍ଣ୍ଣ ରୁବେ ବିଲୋପ କରିବା ଲାଗି ଜିଲ୍ଲା ପ୍ରଶାସନ ଓ ଆକ୍ସନ ଏଡ ଆସୋସିଏସନର ମିଳିତ ସହଯୋଗରେ ଆମ ଜିଲ୍ରାରେ ଗଡିଲା କୋଭିଡ-୧୯ ଟକାକରଣ ଓ ଶିଶୁସୁରକ୍ଷା ସଚେତନତା ରଥ । ଏହି ରଥଟି ଢେଙ୍କାନାଳ ଜିଲ୍ଲାର ସମସ୍ତ ବ୍ଲକକୁ ଯାଇ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରାଇବ । ଆଜି ଢେଙ୍କାନାଳ ଜିଲ୍ଲାପାଳ ସରୋଜ କୁମାର ସେଠୀଙ୍କ ଦ୍ୱାରା ଏହି ସଚେଚନତା ରଥଟିର ଉଦଘାଟନ କରାଯାଇଛି । ଏହି ଉଦଘାଟନ କାର୍ଯ୍ୟକ୍ରମରେ ପ୍ରକଳ୍ପ ନିର୍ଦ୍ଦେଶକ , ଜଲ୍ଲା ଗ୍ରାମ୍ୟ ଉନ୍ନୟନ ପରିଷଦ, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ସଦର ବ୍ଳକଙ୍କ ସମେତ ଜିଲ୍ଲାର ସମସ୍ତ ବିଭାଗର ମୁଖ୍ୟ ଓ କର୍ମକର୍ତା ଯେପରିକି ଜିଲ୍ଲା ଶ୍ରମ ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ଶିକ୍ଷା ବିଭାଗ, ସମାଜମଙ୍ଗଳ ବିଭାଗ, ଶିଶୁ ସୁରକ୍ଷା ଶାଖା, ଜିଲ୍ଲା ସଂଯୋଜିକା, ଆକ୍ସନ ଏଡ ଓ ୟୁନିସେଫ, ଚାଇଲ୍ଡ ଲାଇନର କର୍ମକର୍ତା, ଶୋଭା ଅନୁଷ୍ଠାନର ମୁଖ୍ୟ, ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନେ, ଆଇସିଡିଏସର ସୁପରଭାଇଜର, ଅଙ୍ଗନୱାଡି କର୍ମୀ ପ୍ରଭୃତି ଯୋଗଦାନ କରିଥିଲେ ।

Leave A Reply

Your email address will not be published.

1 × four =