ଢେଙ୍କାନାଳ : ଆଜି ପୂର୍ବାହ୍ନରେ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନା ଅନୁଯାୟୀ ଜିଲ୍ଲାର ୧୧୧ ଜଣ ବରିଷ୍ଠ ତୀର୍ଥଯାତ୍ରୀ ଜିଲ୍ଲାପାଳ କାର୍ଯ୍ୟାଳୟ ସମ୍ମୁଖରୁ ତିରୁପତି-ଭେଲୋର ଅଭିମୁଖେ ତୀର୍ଥଯାତ୍ରାର ଶୁଭାରମ୍ଭ କରିଛନ୍ତି । ଢେଙ୍କାନାଳ ଜିଲ୍ଲାସମେତ ପୁରୀ, ଖୋର୍ଦ୍ଧା, କଟକ, ଜଗତସିଂହପୁର, ଏବଂ କେନ୍ଦ୍ରାପଡାର ତୀର୍ଥଯାତ୍ରୀ ମାନେ ମଧ୍ୟ ତିରୁପତି – ଭେଲୋର ଯିବାପାଇଁ ନିଜ ନିଜ ଜିଲ୍ଲାରୁ ଯାତ୍ରା ଆରମ୍ଭ କରିଛନ୍ତି । ଆସନ୍ତାକାଲି ୮ /୦୨/୨୦୨୪ ରିଖରେ ଭୁବନେଶ୍ୱର ରେଳ ଷ୍ଟେସନରୁ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଯାତ୍ରାର ଶୁଭାରମ୍ଭ କରିବେ । ଆଜି ଢେଙ୍କାନାଳ ଜିଲ୍ଲା ସ୍ତରରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଅର୍ଚ୍ଚନା ପୁହାଣ, ଜିଲ୍ଲାପାଳ ମନୋରଞ୍ଜନ ମଲ୍ଲିକ, ସାଂସଦଙ୍କ ପ୍ରତିନିଧି ପ୍ରତାପ ଦାସ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଛନ୍ତି । ଏହି ଶୁଭାରମ୍ଭ କାର୍ଯ୍ୟକ୍ରମରେ ଜିଲ୍ଲା ପର୍ଯ୍ୟଟକ ଅଧିକାରୀ ଜଗଦୀଶ ରାୟ ଓ ସମ୍ପୃକ୍ତ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଥିଲେ ।