ଢେଙ୍କାନାଳ ପୌରପରିଷଦ ପକ୍ଷରୁ ବିଶ୍ୱ ଓଡିଆ ଭାଷା ସମ୍ମିଳନୀ : ଆଇନ୍‌ଜୀବୀ ପ୍ରକାଶ ଚନ୍ଦ୍ର ରାଉତ ସମ୍ମାନିତ !

ଢେଙ୍କାନାଳ : ଢେଙ୍କାନାଳ ପୌରପରିଷଦ ପକ୍ଷରୁ ୱାର୍ଡ ନଂ-୮ ମହିଷାପାଟ ଠାରେ ବିଶ୍ୱ ଓଡିଆ ଭାଷାସମ୍ମିଳନୀ ଅନୁଷ୍ଠିତ ହୋଇଯାଇଅଛି । ଏହି ସମ୍ମିଳନୀରେ ମୁଖ୍ୟ ଅତିଥି ଭାବରେ ପୌରାଧ୍ୟକ୍ଷା ଜୟନ୍ତୀ ପାତ୍ରଯୋଗଦେଇ ଓଡିଆ ଭାଷାକୁ ସମସ୍ତ ସରକାରୀ କାର୍ଯ୍ୟାଳୟ ଓ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଲାଗୁ କରିବାପାଇଁ କହିଥିଲେ । ନିଜ ପିଲାମାନଙ୍କୁ ଇଂରାଜୀ, ହିନ୍ଦୀ ସହିତ ଓଡିଆ ଭାଷା ପଢାଇବାକୁ ପରାମର୍ଶ ଦେଇଛନ୍ତିା ପୌର ଉପାଧ୍ୟକ୍ଷ ପ୍ରକାଶ ଚନ୍ଦ୍ର କୁଅଁର ଯୋଗଦେଇ ନିଜ ମାତୃଭାଷାକୁ ପ୍ରଥମେ ଚିହ୍ନିବା ସହିତ ପ୍ରାଞ୍ଜଳଭାବେ ଓଡିଆରେ ରାଜ୍ୟ ବାହାରେ କଥାବାର୍ତା ହେବା ପାଇଁ କହିଥିଲେ । ଅନ୍ୟତମ ଅତିଥି ଭାବରେ ପୌରନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ, ଡା. ଅବୋଧ ମହାପାତ୍ର, କାଉନ୍‌ସିଲର ପ୍ରତାପ ପ୍ରଧାନ, ମହମ୍ମଦସାଗିର୍‌, ଦୀପ୍ତିରଞ୍ଜନ ସେଠୀ, ବିଧାୟକଙ୍କ ପ୍ରତିନିଧି ଅଜୟ କୁମାର ଭଞ୍ଜ, କାଉନ୍‌ସିଲର ବଂଶୀଧର ଦଳେଇପ୍ରମୁଖ ଯୋଗଦେଇ ଓଡିଆ ଭାଷାର ପ୍ରଚାର ପ୍ରସାର କରିବା ପାଇଁ କହିଥିଲେ । ଏହି କାର୍ଯ୍ୟକ୍ରମକୁ ଜିଲ୍ଲା କଳାସଂସ୍କୃତି ସଂଘର ଉପସଭାପତି ଅବନୀ ମିଶ୍ର ସଂଯୋଜନା କରିଥିଲେ । ଏହି ଅବସରରେ ସାରସ୍ୱତ ସାଧକଅବନୀ ମିଶ୍ରଙ୍କୁ ସମ୍ମାନିତ କରାଯାଇଥିବାବେଳେ ସମାଜସେବୀ ତଥା କବି ଆର୍ଯ୍ୟରତ୍ନ ଚକ୍ରଧର, ନାଟ୍ୟକାରଦିଲ୍ଲୀଶ୍ୱର ମହାରଣା, ଶତୃଘନ ମାଟି, ବିଦ୍ୟାଧର ବାରିକ୍‌, ରାଧାନାଥ ରଥ, ବୈଜୟନ୍ତୀ ପଟ୍ଟନାୟକ, ନିର୍ମଳାମହାପାତ୍ର, ଶିଳ୍ପୀ ପରେଶ ପଟ୍ଟନାୟକ, ମନୋଜ ମଞ୍ଜରୀ ନନ୍ଦ, ସୁକାନ୍ତି ସାହୁ, ସଂଧ୍ୟା ମହାପାତ୍ର, ସାମ୍ବାଦିକଅଥୟ କୁମାର ସାହୁ, ଡା. ରବିନ୍ଦ୍ର ନାଥ ରାୟ, ନିରଞ୍ଜନ ମାଟିଆ ମିଶ୍ର ଓ ଆଇନ୍‌ଜୀବୀ ପ୍ରକାଶ ଚନ୍ଦ୍ର ରାଉତଙ୍କୁସମ୍ମାନିତ କରାଯାଇଥିଲା । ଶେଷରେ ପୌରପରିଷଦର ଚିକୁମିନା ପଟ୍ଟନାୟକ ଧନ୍ୟବାଦ ଅର୍ପଣ କରିଥିଲୋ ଏହି ଅବସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରାଯାଇଥିଲା ।

Leave A Reply

Your email address will not be published.

seven − 6 =