ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପକ୍ଷରୁ ଗ୍ରାହକ ସଚେତନତା ଓ ସୁରକ୍ଷା ବୀମାରାଶି ପ୍ରଦାନ !

ଢେଙ୍କାନାଳ : ଯୋରନ୍ଦା ଷ୍ଟେଟ୍‌ବ୍ୟାଙ୍କ ଅଧିନସ୍ଥ ଦେଓଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ମହୁଲଖୋଳି ଗ୍ରାହକସେବା କେନ୍ଦ୍ର ପରିସରରେ ଏକ ଗ୍ରାହକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।

ଏହି ଗ୍ରାହକ ସେବା କେନ୍ଦ୍ରର ମହିଳା ସତ୍ୱାଧିକାରିଣୀ ମୋନାଲିସା ରାଉତଙ୍କ ଉଦ୍ୟମରେ ଅନୁଷ୍ଠିତ ଏହି ସଚେତନତା ଶିବିରରେ ମହୁଲଖୋଳି, ଗୋପାଳପୁର, ଚନ୍ଦ୍ରଶେଖରପୁର ଓ ନିକଟସ୍ଥ ଗ୍ରାମର ଜନସାଧାରଣ, ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟା,ଅଙ୍ଗନୱାଡି କର୍ମୀ ଓ ହିତାଧିକାରୀମାନଙ୍କୁ ଭାରତ ସରକାରଙ୍କ ବିଭିନ୍ନ ସକ୍ରିୟ ଓ ସୁରକ୍ଷା ବୀମା ଯୋଜନା ସମ୍ପର୍କରେ ସଚେତନତା କରାଯାଇଥିଲା ।

ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ ଯୋରନ୍ଦା ଶାଖା ପରିଚାଳକ ସୁଶାନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଗ୍ରାହକସେବା କେନ୍ଦ୍ରର ଜିଲ୍ଲା ସଂଯୋଜକବିମଳ କୁମାର ପଣ୍ଡା, ପୂର୍ବତନ ସରପଞ୍ଚ ସାଗରିକା ସାହୁ, ଗ୍ରାମ ବିଦ୍ୟାଳୟର ଆଦର୍ଶ ଶିକ୍ଷକ ବିଜୟ ସ୍ୱାଇଁ ପ୍ରମୁଖ ଯୋଗଦେଇ ପ୍ରଧାନମନ୍ତ୍ରୀ ସୁରକ୍ଷା ବୀମା ଯୋଜନା, ଅଟଳ ପେନ୍‌ସନ୍ ଯୋଜନା, ଜୀବନଜ୍ୟୋତି ବୀମା ଯୋଜନା ସମ୍ପର୍କରେ ଉପସ୍ଥିତ ଗ୍ରାହକମାନଙ୍କୁ ବୁଝାଇଥିଲେ ।

କାର୍ଯ୍ୟକ୍ରମରେ ଚନ୍ଦ୍ରଶେଖରପୁର ଗ୍ରାମର ହିତାଧିକାରୀ ଅଞ୍ଜଳି ନାଏକଙ୍କୁ ବୀମାରାଶି ବାବଦକୁ ୨ଲକ୍ଷ ଟଙ୍କାର ଚେକ୍ ପ୍ରଦାନ କରାଯାଇଥିଲା । ଗ୍ରାହକ ସେବା କେନ୍ଦ୍ରର ସହ ପରିଚାଳକ ଗୋପବନ୍ଧୁ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.

nine + 7 =